ଅଚଳାବସ୍ଥାରେ ଇ-ଟଏଲେଟ୍‌

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ, ସବୁଜ, ସୁନ୍ଦର କରି ଗଢିତୋଳିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍ମାର୍ଟ ସିଟିକୁ ଯେପରି ବାହ୍ୟ ମଳମୁକ୍ତ ଅଞ୍ଚଳ କରାଯାଇ ପାରିବ ସେଥିପାଇଁ ଇ-ଟଏଲେଟ୍‌ର ବ୍ୟବସ୍ଥା ରହିଛି। ଏଥିସହ ବାହାରେ ମଳତ୍ୟାଗ କଲେ ଜରିମାନା ଦଣ୍ଡ ରହିଛି। ମାତ୍ର ସଚେତନତା ଅଭାବ ଓ ପରିଚାଳନାଗତ ତ୍ରୁଟି କାରଣରୁ ଏହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ। ଫଳରେ ଅଧିକାଂଶ ଇ-ଟଏଲେଟ୍‌ ଅଚଳାବସ୍ଥାରେ ପଡ଼ି ରହିଛି। ଇ-ଟଏଲେଟ ଭଳି ସହରରେ ଗୋଷ୍ଠୀ ଶୌଚାଳୟ, ହାଇବ୍ରିଡ୍‌ ଟଏଲେଟ୍‌, ପବ୍ଲିକ୍‌ ଟଏଲେଟ୍‌ ଏବଂ ବାୟୋ ଟଏଲେଟ୍‌ ଆଦି ୨ଶହରୁ ଊର୍ଦ୍ଧ୍ୱ ଟଏଲେଟ୍‌ ନିର୍ମାଣ କରାଯାଇଥିଲେ ବି ଲୋକମାନେ ବାହାରେ ମଳତ୍ୟାଗ ଓ ପରିସ୍ରା କରୁଛନ୍ତି। ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।
୨୦୧୮ରେ ସ୍ମାର୍ଟସିଟି ମିଶନରେ ଇ-ଟଏଲେଟ୍‌ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୫କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ସହରର ୩୦ ସ୍ଥାନରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୬୦ ଟଏଲେଟ୍‌ ୟୁନିଟ୍‌ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା। ବିଏମ୍‌ସି ଓ ବିଏସ୍‌ସିଏଲ୍‌ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିଲା। ମାତ୍ର ୪ବର୍ଷ ପରେ ବି ସମସ୍ତ ଇ-ଟଏଲେଟ୍‌ ନିର୍ମାଣ ହୋଇପାରିନାହିଁ। ସହରର ୨୨ଟି ସ୍ଥାନରେ ଇ-ଟଏଲେଟ୍‌ ନିର୍ମାଣ ସରିଥିବାବେଳେ ଆହୁରି ୮ଟି ସ୍ଥାନରେ ବାକି ରହିଛି। ବର୍ତ୍ତମାନ ବାପୁଜୀ ନଗର, ରବୀନ୍ଦ୍ର ମଣ୍ଡପ ନିକଟ, କଳିଙ୍ଗ ଷ୍ଟାଡିୟମ ଗେଟ୍‌-୮, ଖଣ୍ଡଗିରି, ଶିରିପୁର ଛକ, ୟୁନିଟ୍‌-୯, ଜୟଦେବ ବିହାର, ଅଶୋକ ନଗର, ସିଟି ମହିଳା ମହାବିଦ୍ୟାଳୟ ସମେତ ଫରେଷ୍ଟ ପାର୍କ, ଆଇଜି ପାର୍କ, ମଧୁସୂଦନ ପାର୍କ ଆଦି ବିଭିନ୍ନ ସ୍ଥାନରେ ଏହା ନିର୍ମାଣ କରାଯାଇଛି। ହେଲେ ଏଥିମଧ୍ୟରୁ ଅଧିକାଂଶ କାର୍ଯ୍ୟକ୍ଷମ ହୋଇ ନ ଥିବାବେଳେ ଆଉ କିଛି ସ୍ଥାନରେ ବିଭିନ୍ନ ସମସ୍ୟା ଯୋଗୁ ତାହା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। କେଉଁ ଇ-ଟଏଲେଟ୍‌ର ଡୋର୍‌ ଖୋଲୁ ନାହିଁ ତ ପୁଣି ଆଉ କେଉଁଠି ପାଣି ରହୁନି କି ନିୟମିତ ସଫା କରାଯାଉ ନ ଥିବା ଅଭିଯୋଗ ହେଉଛି।
ଭୁବନେଶ୍ୱରରେ ଷ୍ଟିଲରେ ନିର୍ମିତ ମଡ୍ୟୁଲାର ଇ-ଟଏଲେଟ ସ୍ଥାପନ କରାଯାଉଛି। ଏଥିମଧ୍ୟରୁ କେତେକ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ଥିବାବେଳେ ଆଉ କେତେକ ସେମି ଅଟୋମେଟିକ ରହିଛି। ଏଥିରେ ସେନ୍‌ସର ଲାଗିଛି, ଫଳରେ ଟଏଲେଟ୍‌ ସମୟରେ ଆପେ ପାଣି ଆସିବ ଓ ଆପେ ବନ୍ଦ ହୋଇଯିବ। ସେହିପରି ବ୍ୟବହାର ପୂର୍ବରୁ ଫ୍ଲୋର୍‌ ଅଟୋମେଟିକ୍‌ ଭାବେ ସଫା ହୋଇଯିବ। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଟଏଲେଟରେ ସେନ୍‌ସର କାମ କରୁନି। ସେହିପରି ଟଏଲେଟ ବ୍ୟବହାର ସମୟରେ ନାଲି ଲାଇଟ୍‌ ଜଳିବା କଥା, କିନ୍ତୁ ଅନେକ ସମୟରେ କେହି ନ ଥାଇ ବି ନାଲି ଲାଇଟ୍‌ ଜଳିରହୁଛି ଏବଂ ଡୋର୍‌ ଖୋଲୁନି। ଲୋକେ ବହୁ ସମୟ ଧରି ଅପେକ୍ଷା କରି ଫେରୁଥିବା ଦେଖିବାକୁ ମିଳୁଛି। ଆଉ ଅନେକ ସମୟରେ ସୁଇଚ୍‌ ମାରି ବହୁ ସମୟ ଅପେକ୍ଷା କରିବା ସତ୍ତ୍ବେ ବି ଡୋର ଖୋଲୁନି। ଏହାଦ୍ବାରା ଲୋକଙ୍କ ଜରୁରୀ ସମୟରେ ଏହା କାମରେ ଆସୁନି।
ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଅଧିକାଂଶ ଟଏଲେଟ୍‌ କାମ କରୁଛି। ନିର୍ମାଣକାରୀ ସଂସ୍ଥାକୁ ଆନୁଆଲ ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ (ଏଏମ୍‌ସି) ଦେଇଦେଲେ ସେମାନେ ଅଚଳ ଥିବା ଟଏଲେଟ୍‌ଗୁଡିକୁ ସଜାଡିବେ। ୨୦୧୯ରେ ଘରୋଇ ସଂସ୍ଥା ସହିତ ଚୁକ୍ତି ଶେଷ ହେବାପରେ ଆଉ ନବୀକରଣ ହୋଇନାହିଁ। ତେଣୁ କିଛିଟା ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଖୁବ୍‌ଶୀଘ୍ର ଏଏମ୍‌ସି ଦିଆଯିବ। ତେବେ ବିଏମ୍‌ସି ପକ୍ଷରୁ କିଛି ସ୍ଥାନରେ ଏହି ଶୌଚାଳୟ ୟୁନିଟ୍‌ ଚଳାଇବା ପାଇଁ ବ୍ୟକ୍ତିମାନଙ୍କୁ ନିୟୋଜିତ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ଭୟ: ବ୍ରହ୍ମପୁର ସୀମା ସିଲ୍‌

ବ୍ରହ୍ମପୁର ଅଫିସ,୧୩।୭-ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ନିଂ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଝଡ଼ବର୍ଷା ନେଇ ୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ନିଂ କରାଯାଇଛି। ସେହି ସବୁ ଜିଲାଗୁଡ଼ିକ ହେଲା କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର...

CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ଉଭୟ ମହିଳା

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି।...

ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି।...

ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ: ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସ୍ଥାନୀୟ ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ମୃତକ ହେଲେ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ। ରବିବାର ରାତିରେ...

ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ଜୀବନ ଗଲା: ୩ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ

ସବଡେଗା,୨୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଲସରା ଥାନା ଅଧୀନ ସବଡ଼େଗା ରୁନିପଡ଼ାରେ ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିିଛି। ଘଟଣାର ୩ ଦିନ ପରେ ପୋଲିସ ମଙ୍ଗଳବାର...

ମହିଳା ସଂରକ୍ଷଣକୁ ଜୋର୍‌

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ (ବିଜେଡି) ସ୍ବରକୁ ଆହୁରି ଜୋର୍‌ଦାର କରିବ। ଲୋକ...

Advertisement
Archives

Model This Week