ଇ-ରିକ୍ସା ପ୍ରବର୍ତ୍ତକ

-ଜିତେନ୍ଦ୍ର କୁମାର ନାୟକ

ଗତାନୁଗତିକ ଧାରାଠାରୁ ଭିନ୍ନ ହେବାକୁ ଚାହୁଁଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଆନ୍ତି। ନିକଟରେ ପଦ୍ମଶ୍ରୀ ମନୋନୀତ ଏଭଳି ଜଣେ ବ୍ୟକ୍ତି ହେଲେ ଡକ୍ଟର ଅନିଲ କୁମାର ରାଜବଂଶୀ। ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ ଭାରତ ଫେରି ଇ-ରିକ୍ସା ଦିଗରେ ତାଙ୍କ ପରୀକ୍ଷାନିରୀକ୍ଷା ଓ ସେଥିରେ ସଫଳତା ତାଙ୍କୁ ଆଜି ବୈଷୟିକ କ୍ଷେତ୍ରରେ ଉତ୍କର୍ଷ ଲଭିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ଆଗରେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସ୍ଥାନରେ ବସାଇ ଦେଇଛି। ଜଣେ ଖାଣ୍ଟି ଗାନ୍ଧିବାଦୀ ଭାବେ ମଧ୍ୟ ସେ ନିଜକୁ ପରିଚିତ କରାଇପାରିଛନ୍ତି।
ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମିତ ଅନିଲ ସେଠାକାର ସ୍କୁଲରୁ ଶିକ୍ଷା ଶେଷ କରିବା ପରେ କାନପୁର ଆଇଆଇଟିରୁ ବି.ଟେକ୍‌ ଓ ଏମ୍‌.ଟେକ୍‌ ଡିଗ୍ରୀ ଅର୍ଜନ କରିଥିଲେ। ଆମେରିକାର ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି ସମାପ୍ତ କରିବା ପରେ ସେ ସେହିଠାରେ ଅଢ଼େଇ ବର୍ଷ ପାଠ ପଢ଼ାଇଥିଲେ। ତା’ପରେ ସ୍ବଦେଶ ଫେରିଆସିବାକୁ କହିବାରୁ ପିତା ତାଙ୍କୁ ବୋକାଙ୍କ ଭଳି ନିଷ୍ପତ୍ତି ନ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ସହଧର୍ମିଣୀ ନନ୍ଦିନୀଙ୍କ ସହଯୋଗ ମିଳିବାରୁ ସେ ନିଜ ଲକ୍ଷ୍ୟପଥରେ ଆଗେଇ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେ ନନ୍ଦିନୀଙ୍କୁ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଭେଟିଥିଲେ। ଏପରି କି ୧୯୭୬ରେ ଫ୍ଲୋରିଡାର ଗେନ୍ସଭିଲେଠାରେ ତାଙ୍କୁ ବିବାହ କରିଥିଲେ। ୧୯୮୧ରେ ଅନିଲ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ଦେଶ ପାଇଁ ନୂଆ କିଛି କରିବାର ଛୁଙ୍କ୍‌ ତାଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ପିଲାଦିନରୁ ଇଞ୍ଜିନିୟର ହେବା ତାଙ୍କ ଲକ୍ଷ୍ୟ ଥିଲା। ବିଶେଷକରି ଷ୍ଟିମ୍‌ ଇଞ୍ଜିନ୍‌ ପ୍ରତି ଆକର୍ଷିତ ଥିଲେ। ତେଣୁ ବୈଷୟିକ ପାଠ ଶେଷ କରିବା ପରେ ଚାକିରିରେ ବାନ୍ଧି ହେବାକୁ ଚାହିଁ ନ ଥିଲେ। କୌଣସି କ୍ଷେତ୍ରରେ ନବପ୍ରବର୍ତ୍ତକ ହୋଇ ଅନ୍ୟମାନଙ୍କୁ ସେହି ଦିଗରେ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଇ-ରିକ୍ସା ବିଷୟରେ ଚିନ୍ତା କରିଥିଲେ। କେଉଁଠାରେ ତାଙ୍କ ଲକ୍ଷ୍ୟକୁ ଜାଗା ଖାପିବ ସେଥିଲାଗି ସେ ଏକ ମାସ ଦେଶର ବିଭିନ୍ନ ସ୍ଥାନ ବୁଲିଥିଲେ। ଅନିଲ ଭାରତ ଫେରିଆସିବା ବିଷୟରେ ଜଣାପଡ଼ିବା ପରେ ଆଇଆଇଟି ମୁମ୍ବାଇ, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌(ଭେଲ୍‌) ଏବଂ ଟାଟା ଏନର୍ଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରୁ ତାଙ୍କୁ ଅନେକ ସୁଯୋଗ ଯଚାଯାଇଥିଲା। କିନ୍ତୁ ସେଥିରେ ପ୍ରଲୋଭିତ ନ ହୋଇ ନିଜ ରାସ୍ତା ଧରିଥିଲେ। ମହାରାଷ୍ଟ୍ରର ସତରା ଜିଲାର ଫାଲ୍‌ଟନସ୍ଥିତ ନିମ୍ବକର ଏଗ୍ରିକଲ୍‌ଚର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଏଆର୍‌ଆଇ)ରେ ଯୋଗ ଦେଇଥିଲେ। ତାଙ୍କ ପିତା ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ ଥିଲେ। ପିତାଙ୍କଠାରୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରା ବିଷୟରେ ଅନେକ ଶୁଣିଥିବାରୁ ତାହା ଅନିଲଙ୍କ ଉପରେ ପ୍ରଭାବ ପକାଇଥିଲା। ଗାନ୍ଧୀଙ୍କ ଆତ୍ମଜୀବନୀ ‘ମାଇଁ ଏକ୍ସପେରିମେଣ୍ଟସ୍‌ ଉଇଥ୍‌ ଟ୍ରୁଥ୍‌’ ଦ୍ୱାରା ମଧ୍ୟ ସେ ପ୍ରଭାବିତ ହୋଇଥିଲେ। ଫାଲଟନ୍‌ ତାଙ୍କ କର୍ମଭୂମି ହୋଇଯାଇଥିଲେ ହେଁ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବହୁଦୂରକୁ ଫୋନ୍‌ କରିବାକୁ ହେଲେ ତାଙ୍କୁ ୪ ଘଣ୍ଟାର ବାଟ ଅତିକ୍ରମ କରିବାକୁ ପଡ଼ୁଥିଲା। ତଥାପି ସେଠାରେ ରହି ତାଙ୍କ ଲକ୍ଷ୍ୟକୁ ସିଦ୍ଧ କରିବାରେ ଲାଗିପଡ଼ିଲେ। ଅବଶ୍ୟ ସେହି ସମୟରେ ତାଙ୍କ ଅନେକ ବନ୍ଧୁ ଆମେରିକା ଫେରିଯିବା ପାଇଁ କହିଥିଲେ। କିନ୍ତୁ ଅନିଲ ଅଟଳ ଥିଲେ। ଶସ୍ୟ ‘ସୁଇଟ ଜୋହାର’ରୁ ଶକ୍ତି ଉତ୍ପନ୍ନ କରିବା ଦିଗରେ ତାଙ୍କ ଉଦ୍ୟମ ସଫଳ ହେବା ପରେ ସେ ଆଶ୍ୱସ୍ତି ଅନୁଭବ କରିଥିଲେ। ଉଲ୍ଲେଖ କରାଯାଇପାରେ ଯେ, ଏହି ଶସ୍ୟ ଖାଦ୍ୟ ଭାବେ ବ୍ୟବହାର ହେଉଥିବା ବେଳେ ଏହାର କାଣ୍ଡରୁ ମିଳୁଥିବା ରସରୁ ଇଥାନଲ୍‌ ଉତ୍ପନ୍ନ କରାଯାଇପାରିଥିଲା। ଫଳରେ ତାହା ଇନ୍ଧନ ଭବେ ଉପଯୋଗୀ ହୋଇଥିଲା। ପରବର୍ତ୍ତୀକାଳରେ ୧୯୯୫ରେ ଅନିଲ ଇଲେକ୍ଟ୍ରିକ୍‌ ଭେହିକିଲ୍‌ ନିର୍ମାଣ କ୍ଷେତ୍ରରେ ଲାଗି ପଡ଼ିଥିଲେ ଓ ଇଥାନଲ୍‌କୁ ବ୍ୟବହାର କରିଥିଲେ। ତାଙ୍କର ସେହି ପ୍ରଚେଷ୍ଟା ଭାରତ ଓ ବିଶ୍ୱରେ ପ୍ରଥମ ଥିଲା। ଏବେ ଯେଉଁ ଇ-ରିକ୍ସା ଆମେ ଦେଖୁଛେ ତାହା ଫାଲ୍‌ଟନ୍‌ରୁ ଜନ୍ମ ନେଇଥିଲା। ଏପରି କି ଏହି ଅଭିନବୀକରଣ (ଇନୋଭେଶନ୍‌) ବିଷୟରେ ଅନିଲ ମାସାଚ୍ୟୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି (ଏମ୍‌ଆଇଟି) ଦ୍ୱାରା ପ୍ରକାଶ ପାଉଥିବା ଜର୍ନାଲରେ ଲେଖିବା ପରେ ସମସ୍ତେ ଜାଣିବାକୁ ପାଇଥିଲେ। ୨୦୦୦ ମସିହାରେ ରିକ୍ସାର ପ୍ରୋଟୋଟାଇପ୍‌ (ଆଦିରୂପ) ଆସିଥିଲା ଓ ତାହାକୁ ‘ଏଲେକ୍‌ଶା’ ନାମ ଦିଆଯାଇଥିଲା। ପେଟ୍ରୋଲ ଓ ଡିଜେଲ ପରିଚାଳିତ ଯାନଠାରୁ ଏହା ୪୦ ପ୍ରତିଶତ କମ୍‌ ଶକ୍ତି ଆବଶ୍ୟକ କରିଥାଏ। ଏହା ଦୁଇରୁ ତିନି ଜଣ ଯାତ୍ରୀଙ୍କୁ ଘଣ୍ଟା ପ୍ରତି ୩୫ରୁ ୪୦ କିଲୋମିଟର ବେଗରେ ନେବାରେ ସକ୍ଷମ। ଏଥିରେ ବ୍ୟବହୃତ ବ୍ୟାଟେରି ଶକ୍ତି ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ। ଏବେ ଇ-ରିକ୍ସା ବିଷୟରେ ଜାଣିବା ଲାଗି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ସମ୍ପୃକ୍ତ ସଂସ୍ଥକୁ ପରିଦର୍ଶନ କରିଥାଆନ୍ତି।
ନିଜର ଏଭଳି ସଫଳତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଅନିଲ କହିଛନ୍ତି, ଭାରତରେ ଅନେକ ସମସ୍ୟା ଅଛି। ନୂଆ ପିଢ଼ି ତାହାକୁ ବୁଝି ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଆଗେଇ ଆସିବା ଦରକାର। ନିଜ ଦେଶକୁ ଛାଡ଼ି ଅନ୍ୟତ୍ର ଯିବା ଅପେକ୍ଷା ସମସ୍ତେ ମିଶି କାର୍ଯ୍ୟ କଲେ ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବା ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?