ଇ-ରିକ୍ସା ପ୍ରବର୍ତ୍ତକ

-ଜିତେନ୍ଦ୍ର କୁମାର ନାୟକ

ଗତାନୁଗତିକ ଧାରାଠାରୁ ଭିନ୍ନ ହେବାକୁ ଚାହୁଁଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଆନ୍ତି। ନିକଟରେ ପଦ୍ମଶ୍ରୀ ମନୋନୀତ ଏଭଳି ଜଣେ ବ୍ୟକ୍ତି ହେଲେ ଡକ୍ଟର ଅନିଲ କୁମାର ରାଜବଂଶୀ। ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ ଭାରତ ଫେରି ଇ-ରିକ୍ସା ଦିଗରେ ତାଙ୍କ ପରୀକ୍ଷାନିରୀକ୍ଷା ଓ ସେଥିରେ ସଫଳତା ତାଙ୍କୁ ଆଜି ବୈଷୟିକ କ୍ଷେତ୍ରରେ ଉତ୍କର୍ଷ ଲଭିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ଆଗରେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସ୍ଥାନରେ ବସାଇ ଦେଇଛି। ଜଣେ ଖାଣ୍ଟି ଗାନ୍ଧିବାଦୀ ଭାବେ ମଧ୍ୟ ସେ ନିଜକୁ ପରିଚିତ କରାଇପାରିଛନ୍ତି।
ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମିତ ଅନିଲ ସେଠାକାର ସ୍କୁଲରୁ ଶିକ୍ଷା ଶେଷ କରିବା ପରେ କାନପୁର ଆଇଆଇଟିରୁ ବି.ଟେକ୍‌ ଓ ଏମ୍‌.ଟେକ୍‌ ଡିଗ୍ରୀ ଅର୍ଜନ କରିଥିଲେ। ଆମେରିକାର ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି ସମାପ୍ତ କରିବା ପରେ ସେ ସେହିଠାରେ ଅଢ଼େଇ ବର୍ଷ ପାଠ ପଢ଼ାଇଥିଲେ। ତା’ପରେ ସ୍ବଦେଶ ଫେରିଆସିବାକୁ କହିବାରୁ ପିତା ତାଙ୍କୁ ବୋକାଙ୍କ ଭଳି ନିଷ୍ପତ୍ତି ନ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ସହଧର୍ମିଣୀ ନନ୍ଦିନୀଙ୍କ ସହଯୋଗ ମିଳିବାରୁ ସେ ନିଜ ଲକ୍ଷ୍ୟପଥରେ ଆଗେଇ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେ ନନ୍ଦିନୀଙ୍କୁ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଭେଟିଥିଲେ। ଏପରି କି ୧୯୭୬ରେ ଫ୍ଲୋରିଡାର ଗେନ୍ସଭିଲେଠାରେ ତାଙ୍କୁ ବିବାହ କରିଥିଲେ। ୧୯୮୧ରେ ଅନିଲ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ଦେଶ ପାଇଁ ନୂଆ କିଛି କରିବାର ଛୁଙ୍କ୍‌ ତାଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ପିଲାଦିନରୁ ଇଞ୍ଜିନିୟର ହେବା ତାଙ୍କ ଲକ୍ଷ୍ୟ ଥିଲା। ବିଶେଷକରି ଷ୍ଟିମ୍‌ ଇଞ୍ଜିନ୍‌ ପ୍ରତି ଆକର୍ଷିତ ଥିଲେ। ତେଣୁ ବୈଷୟିକ ପାଠ ଶେଷ କରିବା ପରେ ଚାକିରିରେ ବାନ୍ଧି ହେବାକୁ ଚାହିଁ ନ ଥିଲେ। କୌଣସି କ୍ଷେତ୍ରରେ ନବପ୍ରବର୍ତ୍ତକ ହୋଇ ଅନ୍ୟମାନଙ୍କୁ ସେହି ଦିଗରେ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଇ-ରିକ୍ସା ବିଷୟରେ ଚିନ୍ତା କରିଥିଲେ। କେଉଁଠାରେ ତାଙ୍କ ଲକ୍ଷ୍ୟକୁ ଜାଗା ଖାପିବ ସେଥିଲାଗି ସେ ଏକ ମାସ ଦେଶର ବିଭିନ୍ନ ସ୍ଥାନ ବୁଲିଥିଲେ। ଅନିଲ ଭାରତ ଫେରିଆସିବା ବିଷୟରେ ଜଣାପଡ଼ିବା ପରେ ଆଇଆଇଟି ମୁମ୍ବାଇ, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌(ଭେଲ୍‌) ଏବଂ ଟାଟା ଏନର୍ଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରୁ ତାଙ୍କୁ ଅନେକ ସୁଯୋଗ ଯଚାଯାଇଥିଲା। କିନ୍ତୁ ସେଥିରେ ପ୍ରଲୋଭିତ ନ ହୋଇ ନିଜ ରାସ୍ତା ଧରିଥିଲେ। ମହାରାଷ୍ଟ୍ରର ସତରା ଜିଲାର ଫାଲ୍‌ଟନସ୍ଥିତ ନିମ୍ବକର ଏଗ୍ରିକଲ୍‌ଚର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଏଆର୍‌ଆଇ)ରେ ଯୋଗ ଦେଇଥିଲେ। ତାଙ୍କ ପିତା ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ ଥିଲେ। ପିତାଙ୍କଠାରୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରା ବିଷୟରେ ଅନେକ ଶୁଣିଥିବାରୁ ତାହା ଅନିଲଙ୍କ ଉପରେ ପ୍ରଭାବ ପକାଇଥିଲା। ଗାନ୍ଧୀଙ୍କ ଆତ୍ମଜୀବନୀ ‘ମାଇଁ ଏକ୍ସପେରିମେଣ୍ଟସ୍‌ ଉଇଥ୍‌ ଟ୍ରୁଥ୍‌’ ଦ୍ୱାରା ମଧ୍ୟ ସେ ପ୍ରଭାବିତ ହୋଇଥିଲେ। ଫାଲଟନ୍‌ ତାଙ୍କ କର୍ମଭୂମି ହୋଇଯାଇଥିଲେ ହେଁ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବହୁଦୂରକୁ ଫୋନ୍‌ କରିବାକୁ ହେଲେ ତାଙ୍କୁ ୪ ଘଣ୍ଟାର ବାଟ ଅତିକ୍ରମ କରିବାକୁ ପଡ଼ୁଥିଲା। ତଥାପି ସେଠାରେ ରହି ତାଙ୍କ ଲକ୍ଷ୍ୟକୁ ସିଦ୍ଧ କରିବାରେ ଲାଗିପଡ଼ିଲେ। ଅବଶ୍ୟ ସେହି ସମୟରେ ତାଙ୍କ ଅନେକ ବନ୍ଧୁ ଆମେରିକା ଫେରିଯିବା ପାଇଁ କହିଥିଲେ। କିନ୍ତୁ ଅନିଲ ଅଟଳ ଥିଲେ। ଶସ୍ୟ ‘ସୁଇଟ ଜୋହାର’ରୁ ଶକ୍ତି ଉତ୍ପନ୍ନ କରିବା ଦିଗରେ ତାଙ୍କ ଉଦ୍ୟମ ସଫଳ ହେବା ପରେ ସେ ଆଶ୍ୱସ୍ତି ଅନୁଭବ କରିଥିଲେ। ଉଲ୍ଲେଖ କରାଯାଇପାରେ ଯେ, ଏହି ଶସ୍ୟ ଖାଦ୍ୟ ଭାବେ ବ୍ୟବହାର ହେଉଥିବା ବେଳେ ଏହାର କାଣ୍ଡରୁ ମିଳୁଥିବା ରସରୁ ଇଥାନଲ୍‌ ଉତ୍ପନ୍ନ କରାଯାଇପାରିଥିଲା। ଫଳରେ ତାହା ଇନ୍ଧନ ଭବେ ଉପଯୋଗୀ ହୋଇଥିଲା। ପରବର୍ତ୍ତୀକାଳରେ ୧୯୯୫ରେ ଅନିଲ ଇଲେକ୍ଟ୍ରିକ୍‌ ଭେହିକିଲ୍‌ ନିର୍ମାଣ କ୍ଷେତ୍ରରେ ଲାଗି ପଡ଼ିଥିଲେ ଓ ଇଥାନଲ୍‌କୁ ବ୍ୟବହାର କରିଥିଲେ। ତାଙ୍କର ସେହି ପ୍ରଚେଷ୍ଟା ଭାରତ ଓ ବିଶ୍ୱରେ ପ୍ରଥମ ଥିଲା। ଏବେ ଯେଉଁ ଇ-ରିକ୍ସା ଆମେ ଦେଖୁଛେ ତାହା ଫାଲ୍‌ଟନ୍‌ରୁ ଜନ୍ମ ନେଇଥିଲା। ଏପରି କି ଏହି ଅଭିନବୀକରଣ (ଇନୋଭେଶନ୍‌) ବିଷୟରେ ଅନିଲ ମାସାଚ୍ୟୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି (ଏମ୍‌ଆଇଟି) ଦ୍ୱାରା ପ୍ରକାଶ ପାଉଥିବା ଜର୍ନାଲରେ ଲେଖିବା ପରେ ସମସ୍ତେ ଜାଣିବାକୁ ପାଇଥିଲେ। ୨୦୦୦ ମସିହାରେ ରିକ୍ସାର ପ୍ରୋଟୋଟାଇପ୍‌ (ଆଦିରୂପ) ଆସିଥିଲା ଓ ତାହାକୁ ‘ଏଲେକ୍‌ଶା’ ନାମ ଦିଆଯାଇଥିଲା। ପେଟ୍ରୋଲ ଓ ଡିଜେଲ ପରିଚାଳିତ ଯାନଠାରୁ ଏହା ୪୦ ପ୍ରତିଶତ କମ୍‌ ଶକ୍ତି ଆବଶ୍ୟକ କରିଥାଏ। ଏହା ଦୁଇରୁ ତିନି ଜଣ ଯାତ୍ରୀଙ୍କୁ ଘଣ୍ଟା ପ୍ରତି ୩୫ରୁ ୪୦ କିଲୋମିଟର ବେଗରେ ନେବାରେ ସକ୍ଷମ। ଏଥିରେ ବ୍ୟବହୃତ ବ୍ୟାଟେରି ଶକ୍ତି ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ। ଏବେ ଇ-ରିକ୍ସା ବିଷୟରେ ଜାଣିବା ଲାଗି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ସମ୍ପୃକ୍ତ ସଂସ୍ଥକୁ ପରିଦର୍ଶନ କରିଥାଆନ୍ତି।
ନିଜର ଏଭଳି ସଫଳତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଅନିଲ କହିଛନ୍ତି, ଭାରତରେ ଅନେକ ସମସ୍ୟା ଅଛି। ନୂଆ ପିଢ଼ି ତାହାକୁ ବୁଝି ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଆଗେଇ ଆସିବା ଦରକାର। ନିଜ ଦେଶକୁ ଛାଡ଼ି ଅନ୍ୟତ୍ର ଯିବା ଅପେକ୍ଷା ସମସ୍ତେ ମିଶି କାର୍ଯ୍ୟ କଲେ ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବା ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri