ସିଏମ୍‌ସି,ଓଏଚ୍‌ପିସି, ଜଗନ୍ନାଥ ବିଶ୍ୱବିଦ୍ୟାଳୟ ପାଇଁ ଆରମ୍ଭ ହେଲା ଇ-ଅଫିସ

ଭୁବନେଶ୍ବର,୪ା୧୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ମହାନଗର ନିଗମ (ସିଏମ୍‌ସି), ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏବଂ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିମନ୍ତେ ଇ-ଅଫିସ୍‌ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ୩ଟି ଯାକ ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟଓ୍ବେରର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଛନ୍ତି, ଓସ୍‌ୱାସ୍‌ ଏବଂ ଇ-ଅଫିସ୍‌ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ୨ଟି ଜ୍ୱଳନ୍ତ ଉଦାହରଣ। ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ବୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଏବଂ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ୍‌ ବୋହିବା, ମାସ ମାସ ଧରି ଫାଇଲ୍‌ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍‌ ଲୁଚାଇଦେବା, ଫାଇଲ୍‌ ହଜିବା ଏବଂ ଫାଇଲ୍‌ରେ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି। ଇ-ଅଫିସ୍‌ ମଧ୍ୟ ଅନ୍‌ଲାଇନରେ ବିଭିନ୍ନ ପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ଼ ସହାୟକ ହୋଇଛି। ଇ-ଅଫିସ୍‌ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ବାନ ପାଇଁ ଦକ୍ଷ କରିଛି। ଯେଉଁ କାର୍ଯ୍ୟାଳୟଗୁଡିକ ଓସ୍‌ୱାସ୍‌ ଦ୍ୱାରା ସଂଯୋଗ ହୋଇ ନ ପାରିଛି ସେସବୁରେ ଇ-ଅଫିସ୍‌ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ସିଏମ୍‌ଜିଆଇ ଏବଂ ଏନ୍‌ଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଅବସରରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଖୁବ୍‌ କମ୍‌ ସମୟରେ ୮୩୬ ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ୍‌ ଆରମ୍ଭ କରିବା ଦିଗରେ ସିଏମ୍‌ଜିଆଇର କାର୍ଯ୍ୟ ପ୍ରଶଂସନୀୟ। ଏହି ବ୍ୟବସ୍ଥା ଫାଇଲ୍‌ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ବିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି, ଓସ୍‌ୱାସ୍‌ ମାଧ୍ୟମରେ ଅଫିସ ସ୍ବୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ। ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟଗୁଡିକର ନଥିପତ୍ର ଡିଜିଟାଇଜଡ୍‌ କରିବା ସମୟ ସାପେକ୍ଷ ହୋଇଥିବାରୁ ଏନ୍‌ଆଇସି ଏବଂ ସିଏମ୍‌ଜିଆଇଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍‌ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି। ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍‌ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରହିଛି। ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ କହିଛନ୍ତି, ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସ୍‌ର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍‌ ଉତ୍ସାହଜନକ ହୋଇଛି। ଖୁବ୍‌ଶୀଘ୍ର ୧୦୦ କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri