ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ କରାଯାଇଛି। ରବିବାର ମଧ୍ୟ ତାଙ୍କ ଘରେ ଚଢ଼ାଉ ଜାରି ରହିଛି। ଚୌଧୁରୀଙ୍କ ଘରୁ ନଗଦ ୧୪ ଲକ୍ଷ ୮୧ ହଜାର ଟଙ୍କା ମିଳିଛି।ଏହା ସହ ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ ଠାବ ହୋଇଛି।
ଶନିବାର ରାୟଗଡ଼ା ସହରର ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ। ରାୟଗଡ଼ା ସହରର ରାଣୀଗୁଡ ସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ। ଅପରପକ୍ଷରେ ଘଟଣାର ଆହୁରି ତଦନ୍ତ କରୁଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଏଣେ ସେ ସୁସ୍ଥ ହେବାପରେ ତାଙ୍କୁ ପଚରାଉଚୁରା କରିବ ଭିଜିଲାନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଡ଼ ହଲଚଲ, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ୱର,୧୧।୯: ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍‌ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ…

ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା...

ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ

ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି ।...

ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ

ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା...

ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି… 

ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ। ତାଙ୍କ...

କାହଁକି ବିଧାନସଭାରେ କାଗଜ ଫୋପାଡ଼ିଲେ ତାରା ବାହିନୀପତି: ମିଳିଲାନି କି…

ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଶୂନ୍ୟକାଳରେ ନେତା ମନ୍ତ୍ରୀ  ପ୍ରଶ୍ନ ପଚରାଉଚରା ହେଉଛନ୍ତି। ତେବେ ଏହି ସମୟରେ ଶୂନ୍ୟକାଳରେ ଜୟପୁର ବିଧାୟକ ଗୃହରେ କାଗଜ...

ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ, ବାହାକରିବାକୁ ଡାକି ଟାଙ୍ଗିଆରେ ହାଣିଦେଲେ ବାପା , ପରେ….

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ମୃତ...

ସଙ୍ଗୀତର ତାଳେତାଳେ ନାଚିଲେ କୁନି ପ୍ରତିାଯୋଗୀ

ଗଞ୍ଜାମ,୧୧।୯: (ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ବାଲୀସାହି ଗଣେଶ ପୂଜା କମିଟି ପକ୍ଷରୁ କୁନିକୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri