୧୧ ଖଣି ପାଇଁ ଇ- ନିଲାମ ଆରମ୍ଭ

ଭୁବନେଶ୍ୱର,୯ା୭(ବ୍ୟୁରୋ):ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ ଲୁହାପଥର ଓ ଡୋଲୋମାଇଟ ଓ ଗୋଟିଏ ବକ୍ସାଇଟ୍‌ ଖଣି ରହିଛି।
୭ଟି ଲୁହାପଥର ଖଣି ହେଉଛି ନଦୀଡିହି ଲୁହାପଥର ଖଣି, ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି ପାହାଡ଼, ଢୋଲଟାପାହାଡ଼, ନେତ୍ରବନ୍ଧ ପାହାଡ଼(ଓ୍ବେଷ୍ଟ) ଏବଂ ଗନ୍ଧଲପଡ଼ା। ସେହିଭଳି ୨ଟି ଲୁହାପଥର-ମାଙ୍ଗାନିଜ ଖଣି ମଧ୍ୟରେ ନଦୀଡିହି ଲୁହାପଥର ଓ ମାଙ୍ଗାନିଜ ଏବଂ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ରହିଛି। ଏଥିସହିତ କାଶିଆ ଲୁହାପଥର ଓ ଡୋଲୋମାଇଟ ବ୍ଲକ ଏବଂ କର୍ଲାପାଟ ବକ୍ସାଇଟ୍‌ ଖଣି ଅନ୍ତର୍ଭୁକ୍ତ।
ତେବେ ଏହି ୧୧ଟି ଖଣି ମଧ୍ୟରୁ ୪ଟି ଖଣିର ଲିଜ୍‌ ଅବଧି ସରିଥିବାବେଳେ ୭ଟି ସମ୍ପୂର୍ଣ୍ଣ ନୂଆ ଖଣି ରହିଛି। ଲିଜ୍‌ ଅବଧି ସରିଥିବା ଖଣିଗୁଡ଼ିକ ହେଲା କାଶିଆ ଲୁହାପଥର ଓ ଡୋଲୋମାଇଟ ଖଣି, ନଦୀଡିହି ଲୁହାପଥର ଖଣି, ନଦୀଡିହି ଲୁହାପଥର ଏବଂ ମାଙ୍ଗାନିଜ ଖଣି ଏବଂ ତେହେରି ଲୁହାପଥର ଓ ମାଙ୍ଗାନିଜ ଖଣି। ଏହି ସମସ୍ତ ୧୧ଟି ଖଣି ପାଇଁ ଅନ୍‌ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନକାରୀମାନଙ୍କୁ ୱେବ୍‌ସାଇଟ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ସଫଳତାର ସହିତ ପଞ୍ଜୀକୃତ ହେଲା ପରେ ସେମାନଙ୍କୁ ଲଗ୍‌ଇନ୍‌ ଆଇଡି ଓ ପାସ୍‌ୱାର୍ଡ ମିଳିବ, ଯେଉଁଥିରେ ସେମାନେ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏମ୍‌ଏସ୍‌ଟିସି ୱେବ୍‌ସାଇଟରେ ମଡେଲ ଟେଣ୍ଡର କାଗଜପତ୍ର ମଧ୍ୟ ମାଗଣାରେ ଉପଲବ୍ଧ କରାଯାଇଛି। ଟେଣ୍ଡର ଫି’ ଦାଖଲ ପରେ ଅଗଷ୍ଟ ୧୯ ତାରିଖ
ସୁଦ୍ଧା ଟେଣ୍ଡର କାଗଜପତ୍ର ଖରିଦ ପାଇଁ କୁହାଯାଇଛି। ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୪ତାରିଖକୁ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଖଣି ପାଇଁ ଟେଣ୍ଡର କାଗଜର ଦର ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଯେଉଁ ବିଡରମାନେ ୨୦୧୯ ଅକ୍ଟୋବର ୧୮ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି, ଢୋଲଟାପାହାଡ଼, ନେତ୍ରବନ୍ଧ ପାହାଡ଼ ଏବଂ ଗନ୍ଧଲପଡା ଲୁହାପଥର ଖଣି ପାଇଁ ଟେଣ୍ଡର ପେପର ଖରିଦ କରିଥିଲେ ସେମାନେ ଏବେ ବିନା ଦେୟରେ ସେହିସବୁ ଖଣି ପାଇଁ ଟେଣ୍ଡର ପକାଇ ପାରିବେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ରାଜ୍ୟର ୨୪ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ସେଥିରୁ ୧୯ଟି ଖଣି ଲିଜଧାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହାଛଡ଼ା ରାଜ୍ୟ ସରକାର ଏବେ ଆଉ ୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?