୧୧ ଖଣି ପାଇଁ ଇ- ନିଲାମ ଆରମ୍ଭ

ଭୁବନେଶ୍ୱର,୯ା୭(ବ୍ୟୁରୋ):ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ ଲୁହାପଥର ଓ ଡୋଲୋମାଇଟ ଓ ଗୋଟିଏ ବକ୍ସାଇଟ୍‌ ଖଣି ରହିଛି।
୭ଟି ଲୁହାପଥର ଖଣି ହେଉଛି ନଦୀଡିହି ଲୁହାପଥର ଖଣି, ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି ପାହାଡ଼, ଢୋଲଟାପାହାଡ଼, ନେତ୍ରବନ୍ଧ ପାହାଡ଼(ଓ୍ବେଷ୍ଟ) ଏବଂ ଗନ୍ଧଲପଡ଼ା। ସେହିଭଳି ୨ଟି ଲୁହାପଥର-ମାଙ୍ଗାନିଜ ଖଣି ମଧ୍ୟରେ ନଦୀଡିହି ଲୁହାପଥର ଓ ମାଙ୍ଗାନିଜ ଏବଂ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ରହିଛି। ଏଥିସହିତ କାଶିଆ ଲୁହାପଥର ଓ ଡୋଲୋମାଇଟ ବ୍ଲକ ଏବଂ କର୍ଲାପାଟ ବକ୍ସାଇଟ୍‌ ଖଣି ଅନ୍ତର୍ଭୁକ୍ତ।
ତେବେ ଏହି ୧୧ଟି ଖଣି ମଧ୍ୟରୁ ୪ଟି ଖଣିର ଲିଜ୍‌ ଅବଧି ସରିଥିବାବେଳେ ୭ଟି ସମ୍ପୂର୍ଣ୍ଣ ନୂଆ ଖଣି ରହିଛି। ଲିଜ୍‌ ଅବଧି ସରିଥିବା ଖଣିଗୁଡ଼ିକ ହେଲା କାଶିଆ ଲୁହାପଥର ଓ ଡୋଲୋମାଇଟ ଖଣି, ନଦୀଡିହି ଲୁହାପଥର ଖଣି, ନଦୀଡିହି ଲୁହାପଥର ଏବଂ ମାଙ୍ଗାନିଜ ଖଣି ଏବଂ ତେହେରି ଲୁହାପଥର ଓ ମାଙ୍ଗାନିଜ ଖଣି। ଏହି ସମସ୍ତ ୧୧ଟି ଖଣି ପାଇଁ ଅନ୍‌ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନକାରୀମାନଙ୍କୁ ୱେବ୍‌ସାଇଟ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ସଫଳତାର ସହିତ ପଞ୍ଜୀକୃତ ହେଲା ପରେ ସେମାନଙ୍କୁ ଲଗ୍‌ଇନ୍‌ ଆଇଡି ଓ ପାସ୍‌ୱାର୍ଡ ମିଳିବ, ଯେଉଁଥିରେ ସେମାନେ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏମ୍‌ଏସ୍‌ଟିସି ୱେବ୍‌ସାଇଟରେ ମଡେଲ ଟେଣ୍ଡର କାଗଜପତ୍ର ମଧ୍ୟ ମାଗଣାରେ ଉପଲବ୍ଧ କରାଯାଇଛି। ଟେଣ୍ଡର ଫି’ ଦାଖଲ ପରେ ଅଗଷ୍ଟ ୧୯ ତାରିଖ
ସୁଦ୍ଧା ଟେଣ୍ଡର କାଗଜପତ୍ର ଖରିଦ ପାଇଁ କୁହାଯାଇଛି। ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୪ତାରିଖକୁ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଖଣି ପାଇଁ ଟେଣ୍ଡର କାଗଜର ଦର ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଯେଉଁ ବିଡରମାନେ ୨୦୧୯ ଅକ୍ଟୋବର ୧୮ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି, ଢୋଲଟାପାହାଡ଼, ନେତ୍ରବନ୍ଧ ପାହାଡ଼ ଏବଂ ଗନ୍ଧଲପଡା ଲୁହାପଥର ଖଣି ପାଇଁ ଟେଣ୍ଡର ପେପର ଖରିଦ କରିଥିଲେ ସେମାନେ ଏବେ ବିନା ଦେୟରେ ସେହିସବୁ ଖଣି ପାଇଁ ଟେଣ୍ଡର ପକାଇ ପାରିବେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ରାଜ୍ୟର ୨୪ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ସେଥିରୁ ୧୯ଟି ଖଣି ଲିଜଧାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହାଛଡ଼ା ରାଜ୍ୟ ସରକାର ଏବେ ଆଉ ୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁନର୍ଗଠିତ ହେବ ଓଡ଼ିଶା ସମବାୟ ସେବାବର୍ଗ

ଭୁବନେଶ୍ବର,୨୩ା୯(ବ୍ୟୁରୋ): ଓଡିଶା ସମବାୟ ସେବାବର୍ଗ ହେଉଛି ଓଡିଶା ପ୍ରଶାସନିକ ସେବାବର୍ଗର ଗୋଟିଏ ଅଂଶ। ବର୍ତ୍ତମାନ ନିବନ୍ଧକ ସମବାୟ ସମିତି ସମୂହ, ଓଡିଶାଙ୍କ କାର୍ଯ୍ୟଭାର, ଦାୟିତ୍ୱ ଓ...

ଖବରଦାତାଙ୍କୁ ହତ୍ୟା ଉଦ୍ୟମ:୨ ଗିରଫ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ):ଖବରଦାତାଙ୍କୁ ହତ୍ୟା ଉଦ୍ୟମ ଓ ଆକ୍ରମଣ କରି ଲୁଟ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।...

୨୮ ପରିବର୍ତ୍ତେ ୨୯ ତାରିଖକୁ ମହରମ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ମହରମ ପର୍ବ ପଡୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ...

ଧର୍ମଶାଳାରେ ଶିଶୁକନ୍ୟା ବିକ୍ରି ଘଟଣା: ଅଙ୍ଗନୱାଡି କର୍ମୀଙ୍କ ସହ ୫ ଗିରଫ

ଧର୍ମଶାଳା,୩୧ା୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଏପଡ଼ା ଗ୍ରାମରେ ଶିଶୁକନ୍ୟା ବିକ୍ରି ଘଟଣାରେ ପୋଲିସ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମେତ ମୋଟ୍‌ ୫...

ବାଇଗଣ ଖାଇବାରୁ ଛେଳିକୁ ମାରିଦେଲେ

ପୁରୁଣା ଭୁବନେଶ୍ୱର,୨୫ା୮(ସୁବାସ ଚନ୍ଦ୍ର ପ୍ରଧାନ): ବାଇଗଣ କିଆରିରେ ଏକ ଛେଳି ପଶି ବାଇଗଣ ଖାଇବାରୁ ଜମି ମାଲିକ ଛେଳିଟିକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଧଉଳି ଥାନା...

୧୫ ଦିନ ସମୟ ନେଲେ ସରକାର

ଭୁବନେଶ୍ବର,୧୩ା୯(ବ୍ୟୁରୋ):ବର୍ଷାରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନ ପରେ ରାଜ୍ୟ ସରକାରଙ୍କ ଉପରେ ଏକ ପ୍ରକାର ଚାପ ପଡ଼ିଥିବା ଆଲୋଚନା ଜୋର୍‌ ଧରିଛି। ସେମାନଙ୍କ ଦାବି ପୂରଣ କରିବା...

ସୁନାରିତୋଟା ସାହି ରାସ୍ତାରେ ଆଣ୍ଠୁଏ ପାଣି

ପୁରୁଷୋତ୍ତମପୁର,୨୭ା୯(ଡି.ଏନ.ଏ.)- ପୁରୁଷୋତ୍ତମପୁର ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଡ୍ରେନ ସଫେଇ, ନିର୍ମାଣ ଲାଗି ଦୀର୍ଘଦିନ ହେଲା ୱାର୍ଡନଂ.୯ ରଥସାହି, ସୁନାରିତୋଟାସାହିବାସୀ ଦାବି କରିଆସୁଥିଲେ ମଧ୍ୟ...

ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.)୧୪ ।୧୧କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ...

Advertisement
Archives

Model This Week