ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି

ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବଡ଼ ଭାଇ ହୋଇ ଲୋକଙ୍କ ହୃଦୟ ଜିତିଥିଲେ। କେବଳ ଫିଲ୍ମ ନୁହେଁ ଛୋଟ ପରଦାରେ ମଧ୍ୟ ବିଭିନ୍ନ ଚରିତ୍ରରେ ଅଭିନୟ କରି ମୋହନିଶ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ମୋହନିଶ ବଲିଉଡର ହିଟ୍‌ ହିରୋଇନ ନୂତନଙ୍କ ପୁଅ। କିନ୍ତୁ ସେ କଠିନ ପରିଶ୍ରମ କରି ନିଜର ପରିଚୟ ସୃଷ୍ଟି କରିଥିଲେ।

ବିଶେଷକରି ସଲମାନ ଖାନଙ୍କ ଭାଇ ରୂପରେ ତାଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ‘ମେନ ପ୍ୟାର୍‌ କିୟା’ରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ‘ ହମ ଆପକେ ହେ କନ୍‌ ଏବଂ ‘ହମ ସାଥ ସାଥ ହୈ’ରେ ସଲମାନଙ୍କ ବଡ଼ ଭାଇ ଭାବରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରିଥିଲେ। ତେବେ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଜାଣନ୍ତୁ।

ମୋହନିଶ ପ୍ରଥମେ ‘ବେକରାର’ ଫିଲ୍ମରେ ଏକ ସହ ଅଭିନେତା ଭୂମିକାରେ ନଜର ଆସିଥିଲେ। ହେଲେ ବହୁତ କମ ଲୋକ ଜାଣନ୍ତି ଯେ ମୋହନିଶ ୧୯୮୪ ମସିହାରେ ହଲିଉଡ ଫିଲ୍ମ ‘ବ୍ଲୁ ଲୋଗନ’ ରେ ‘ତେରି ବାହୋଁ ମୈ’ରେ ଜ୍ୟାକି ଶ୍ରଫଙ୍କ ସ୍ତ୍ରୀ ଆୟେଶାଙ୍କ ସହ କାମ କରିଥିଲେ। ଏହି ଫିଲ୍ମଟି ଫ୍ଲପ ହୋଇଥିଲା । ମୋହନିଶ ତାଙ୍କ କ୍ୟାରିଅରର ପ୍ରାରମ୍ଭରେ ବିଫଳତାର ସମ୍ମୁଖୀନ ହୋଇଥିଲେ କିନ୍ତୁ ରାଜଶ୍ରୀର ଫିଲ୍ମ ‘ମେନ ପ୍ୟାର କିୟା’ ତାଙ୍କ କ୍ୟାରିୟରକୁ ଭିନ୍ନ ମୋଡ଼ ନେଇଥିଲା।
ମୋହନିଶ ଏବଂ ସଲମାନ ସର୍ବଦା ଭଲ ବନ୍ଧୁ ଥିଲେ। ଯେତେବେଳେ ‘ହମ ଆପକେ ହେ କନ୍‌’ ୨୫ ବର୍ଷ ପୂରଣ ହୋଇଥିଲା ଏକ ଖବରଦାତା ସମ୍ମିଳନୀରେ ସେତେବେଳେ ମୋହନିଶ ସଲମାନଙ୍କ ସହ ଜଡିତ ଏକ ମଜାଦାର କଥା କହିଥିଲେ। ମୋହନିଶ କହିଥିଲେ ଯେ, ଯେତେବେଳେ ସେ ଏବଂ ସଲମାନ ଉଭୟ ସଂଘର୍ଷ କରୁଥିଲେ, ସେମାନେ ଏକାଠି ଜିମ ଯାଉଥିଲେ। ସେହି ସମୟରେ ସଲମାନ ଏତେଚାଲାକ ଥିଲେ ଯେ ସେ ଜିମ ଟଙ୍କା ଦେଉ ନ ଥିଲେ, ପରେ ମୋହନିଶ ତାଙ୍କ ଟଙ୍କା ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri