ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି

ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବଡ଼ ଭାଇ ହୋଇ ଲୋକଙ୍କ ହୃଦୟ ଜିତିଥିଲେ। କେବଳ ଫିଲ୍ମ ନୁହେଁ ଛୋଟ ପରଦାରେ ମଧ୍ୟ ବିଭିନ୍ନ ଚରିତ୍ରରେ ଅଭିନୟ କରି ମୋହନିଶ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ମୋହନିଶ ବଲିଉଡର ହିଟ୍‌ ହିରୋଇନ ନୂତନଙ୍କ ପୁଅ। କିନ୍ତୁ ସେ କଠିନ ପରିଶ୍ରମ କରି ନିଜର ପରିଚୟ ସୃଷ୍ଟି କରିଥିଲେ।

ବିଶେଷକରି ସଲମାନ ଖାନଙ୍କ ଭାଇ ରୂପରେ ତାଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ‘ମେନ ପ୍ୟାର୍‌ କିୟା’ରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ‘ ହମ ଆପକେ ହେ କନ୍‌ ଏବଂ ‘ହମ ସାଥ ସାଥ ହୈ’ରେ ସଲମାନଙ୍କ ବଡ଼ ଭାଇ ଭାବରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରିଥିଲେ। ତେବେ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଜାଣନ୍ତୁ।

ମୋହନିଶ ପ୍ରଥମେ ‘ବେକରାର’ ଫିଲ୍ମରେ ଏକ ସହ ଅଭିନେତା ଭୂମିକାରେ ନଜର ଆସିଥିଲେ। ହେଲେ ବହୁତ କମ ଲୋକ ଜାଣନ୍ତି ଯେ ମୋହନିଶ ୧୯୮୪ ମସିହାରେ ହଲିଉଡ ଫିଲ୍ମ ‘ବ୍ଲୁ ଲୋଗନ’ ରେ ‘ତେରି ବାହୋଁ ମୈ’ରେ ଜ୍ୟାକି ଶ୍ରଫଙ୍କ ସ୍ତ୍ରୀ ଆୟେଶାଙ୍କ ସହ କାମ କରିଥିଲେ। ଏହି ଫିଲ୍ମଟି ଫ୍ଲପ ହୋଇଥିଲା । ମୋହନିଶ ତାଙ୍କ କ୍ୟାରିଅରର ପ୍ରାରମ୍ଭରେ ବିଫଳତାର ସମ୍ମୁଖୀନ ହୋଇଥିଲେ କିନ୍ତୁ ରାଜଶ୍ରୀର ଫିଲ୍ମ ‘ମେନ ପ୍ୟାର କିୟା’ ତାଙ୍କ କ୍ୟାରିୟରକୁ ଭିନ୍ନ ମୋଡ଼ ନେଇଥିଲା।
ମୋହନିଶ ଏବଂ ସଲମାନ ସର୍ବଦା ଭଲ ବନ୍ଧୁ ଥିଲେ। ଯେତେବେଳେ ‘ହମ ଆପକେ ହେ କନ୍‌’ ୨୫ ବର୍ଷ ପୂରଣ ହୋଇଥିଲା ଏକ ଖବରଦାତା ସମ୍ମିଳନୀରେ ସେତେବେଳେ ମୋହନିଶ ସଲମାନଙ୍କ ସହ ଜଡିତ ଏକ ମଜାଦାର କଥା କହିଥିଲେ। ମୋହନିଶ କହିଥିଲେ ଯେ, ଯେତେବେଳେ ସେ ଏବଂ ସଲମାନ ଉଭୟ ସଂଘର୍ଷ କରୁଥିଲେ, ସେମାନେ ଏକାଠି ଜିମ ଯାଉଥିଲେ। ସେହି ସମୟରେ ସଲମାନ ଏତେଚାଲାକ ଥିଲେ ଯେ ସେ ଜିମ ଟଙ୍କା ଦେଉ ନ ଥିଲେ, ପରେ ମୋହନିଶ ତାଙ୍କ ଟଙ୍କା ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri