Posted inଜାତୀୟ

ଏକଛତ୍ରବାଦୀ ଶାସନଠାରୁ ବଂଶବାଦ ଶାସନ ଭଲ, ଭାଜପାକୁ ଶିବସେନାର ଟାର୍ଗେଟ…

ମୁମ୍ବାଇ, ୧୩।୯ :  ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ପୁଣି ଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ମଙ୍ଗଳବାର ଶିବସେନା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ପ୍ରଶଂସା କରିବା ସହ ଭାଜପା ସରକାରଙ୍କ ଏକଛତ୍ରବାଦୀ ଶାସନଠାରୁ କଂଗ୍ରେସର ବଂଶବାଦ ଶାସନ ଭଲ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ପୋଷାକକୁ ଟାର୍ଗେଟ କରିବା ପରିବର୍ତ୍ତେ ଭାଜପା ତାଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେବା ଉଚିତ ବୋଲି ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ପ୍ରକାଶିତ ଲେଖାରେ ଉଲ୍ଲେଖ କରାଯାଇଛି। ସେ କିପରି ପୋଷାକ ପିନ୍ଧନ୍ତି ଏବଂ ସେ କଣ ଖାଉଛନ୍ତି’ ଭଳି ଗୁରୁତ୍ୱହୀନ ପ୍ରସଙ୍ଗ ଭାଜପା ଉଠାଉଛି।

ଭାରତ ଯୋଡ ଯାତ୍ରା ସମୟରେ ଉଠାଯାଇଥିବା ପ୍ରଶ୍ନର ଯୋଗ୍ୟତା ରହିଛି ଏବଂ ସେମାନେ ଭାଜପାକୁ ଚୁପ କରି ଦେଇଛନ୍ତି।

ସମ୍ପାଦକୀୟରେ କୁହାଯାଇଛି ରାହୁଲ ଗାନ୍ଧୀଙ୍କ ଗସ୍ତ ବେରୋଜଗାର, କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ସହ ଜଡିତ ପ୍ରସଙ୍ଗ ଉଠାଉଥିବାରୁ ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ସୂଚନାଯୋଗ୍ୟ, ନିକଟରେ ଦାମୀ ଟି-ଶର୍ଟ ପିନ୍ଧିଥିବା ନେଇ ଭାଜପା ରାହୁଲଙ୍କୁ ଟାର୍ଗେଟ କରିଥିଲା।

ଏହାର ଜବାବରେ ସାମନା ସମ୍ପାଦକୀୟରେ ଏଭଳି କୁହାଯାଇଛି। ଭାରତ ଯୋଡ ଯାତ୍ରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି ଏବଂ ଏହା ଯୋଗୁ ଭାଜପାର ପେଟ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ରାହୁଲ ଗାନ୍ଧୀଙ୍କ ଗସ୍ତ ଦେଶରେ ଘୃଣାର ପରିବେଶକୁ ଶେଷ କରିବ ବୋଲି ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri