ଦେଶଦ୍ରୋହୀ ଆଖ୍ୟା ପାଇବାକୁ ନେଇ ଭାବବିହ୍ବଳ ହେଲେ ଜୁବିନ୍‌; ଡିପ୍ରେସନକୁ ଚାଲିଯାଇଛନ୍ତି ମା’

ବମ୍ବେ: ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇବାକୁ କଳାକାରକୁ ଅନେକ ପରିଶ୍ରମ କରିବାକୁ ପଡେ। ହେଲେ ଛୋଟିଆ ଭୁଲ ଲାଗି ସବୁକିଛି ମାଟିରେ ମିଶିଯାଏ। କିଛି ସେଭଳି ଏବେ ଘଟିଛି ଲୋକପ୍ରିୟ ବଲିଉଡ ଗାୟକ ଜୁବିନ୍‌ ନୌଟିଆଲଙ୍କ କ୍ଷେତ୍ରରେ। ଏକ କନ୍‌ସର୍ଟକୁ ନେଇ ତାଙ୍କୁ ଦେଶଦ୍ରୋହୀ କୁହାଯିବା ସହ ଗିରଫ କରାଯିବା ଲାଗି ଦାବି ହେଉଛି। ଏହାକୁ ନେଇ ତାଙ୍କ ମା’ ଡିପ୍ରେସନକୁ ଚାଲି ଯାଇଛନ୍ତି। ଏପରିକି ତାଙ୍କୁ ଭଲ ପାଉଥିବା ଲୋକଙ୍କ କଥାକୁ ସେ ବିଶ୍ୱାସ କରି ପାରୁ ନ ଥିବା କହିଛନ୍ତି।

କଥାଟି ଏପରି। ନିକଟରେ ଜୁବିନ୍‌ ଆମେରିକାରେ ଏକ କନ୍‌ସଟ୍‌ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏଥିରେ ଥିବା ଆୟୋଜକଙ୍କ ନାମକୁ ନେଇ ତୁମ୍ବି ତୋଫାନ ହୋଇଛି। କାରଣ ପ୍ରତିବନ୍ଧ ଲାଗିଥିବା ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ଜୟ ସିଂ ଏହି କନସର୍ଟ ଆୟୋଜନ କରୁଥିବା ଲୋକେ ଦାବି କରୁଛନ୍ତି। ଏହାକୁ ନେଇ ଜୁବିନଙ୍କ ଅପରାଧିମାନଙ୍କ ସହ ସମ୍ପର୍କ ଥିବା କୁହାଯାଉଛି। ଜୟ ସିଂଙ୍କୁ ପୋଲିସ ୩୦ ବର୍ଷ ହେଲାଣି ଖୋଜୁଛି। ସେ ପାକିସ୍ତାନୀ ଆଇଏସ୍‌ଆଇ ସଂଗଠନ ସହ ଜଡ଼ିତ ବୋଲି ଚର୍ଚ୍ଚା ହେଉଛି।

ଜୁବିନ୍‌ ଘଟଣାକୁ ନେଇ କହିଛନ୍ତି, ଯାହା କିଛି ଏବେ ହେଉଛି ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଛି। ସବୁଠାରୁ ଅଧିକ ଚିନ୍ତାରେ ରହିଛନ୍ତି ତାଙ୍କ ମା’। ବର୍ଷ ବର୍ଷ ଧରି ଯେଉଁ ନା ସେ କମାଇଥିଲେ। ଏସବୁ ଅଭିଯୋଗ ପରେ ସବୁକିଛି ବରବାଦ ହୋଇଯାଇଛି। ଏପରିକି ଏକ ଦେୟଯୁକ୍ତ ଟୁଇଟର ଥ୍ରେଡ୍‌ରୁ ଏହି ଖବର କରାଯାଇଛି ବୋଲି ସେ କହିଛନ୍ତି। ସେ ଦେଶଦ୍ରୋହୀ କିଭଳି ହେଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri