କମୁଛି ରାଜକୋଷ: ଚିନ୍ତାରେ ବାଇଡେନ ସରକାର…

ଓ୍ବାଶିଂଟନ,୧୧।୨ : ବଢୁଥିବା ରାଜକୋଷର ଆର୍ଥିକ ନିଅଣ୍ଟକୁ ମୁକାବିଲା କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାରଙ୍କ ପାଇଁ ଋଣ ସୀମା ବୃଦ୍ଧି ନେଇ କଂଗ୍ରେସ (ସଂସଦ) ରେ ଚାଲିଥିବା ବିବାଦ ମଧ୍ୟରେ ବାଇଡେନ ପ୍ରଶାସନ ଏହି ଦିଗରେ ପଦକ୍ଷେପ ନେଇଛନ୍ତି।

ଆମେରିକା ସରକାରଙ୍କ ଉପରେ ଋଣ ୩୧ ଟ୍ରିଲିୟନ ଡଲାରରୁ ଅଧିକ ହୋଇଛି। ବ୍ୟବସାୟ ଜାରି ରଖିବାକୁ ସେ ଅଧିକ ଋଣ ନେବାକୁ ସରକାର ବାଧ୍ୟ ହେଉଛନ୍ତି। କିନ୍ତୁ ଋଣ ସୀମା ବଢ଼ାଇବାକୁ ପ୍ରସ୍ତାବ ଉପରେ ପ୍ରସ୍ତାବକୁ ରିପବ୍ଲିକାନ ପାର୍ଟି ରୋକି ରଖିଛି। ପାର୍ଟି କହିଛି ସରକାର ପ୍ରଥମେ ନିଅଣ୍ଟ ହ୍ରାସ ପାଇଁ ପଦକ୍ଷେପ ନେବା ଉଚିତ।

ୱେବସାଇଟ ଆକ୍ସିଓସ ଡଟ୍‌ କମର ଏକ ବିଶେଷ ରିପୋର୍ଟ ଅନୁଯାୟୀ, ନିଅଣ୍ଟ ହ୍ରାସ କରିବା ବର୍ତ୍ତମାନ ଏକ ରାଜନନୈତିକ ପ୍ରସଙ୍ଗ ହୋଇଛି। ରିପବ୍ଲିକାନ ପାର୍ଟି ଏଥିପାଇଁ କଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ ହ୍ରାସ କରିବାକୁ ଦାବି କରୁଥିବାବେଳେ ବାଇଡେନ ପ୍ରଶାସନ ଅଧିକ ଟିକସ ଲଗାଇ ନିଅଣ୍ଟ ହ୍ରାସ କରିବାକୁ ଯୋଜନା ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆକ୍ସିଓସ ଡଟ କମ ଅନୁଯାୟୀ, ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଏହି ଯୋଜନାକୁ ଏକ ସ୍ବତନ୍ତ୍ର ପ୍ରସଙ୍ଗ କରିବାକୁ ଚିନ୍ତା କରୁଛି।

କୁହାଯାଉଛି ଯେ ଏହି ଯୋଜନା ଅନୁଯାୟୀ ବିଲିୟନେୟାର ଏବଂ ବଡ କମ୍ପାନୀ ଉପରେ ବିଭିନ୍ନ ପ୍ରକାରର ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦିଆଯିବ। ଏହି ପ୍ରସ୍ତାବଗୁଡ଼ିକ ଚଳିତ ବର୍ଷ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅନ୍ତର୍ଭୂକ୍ତ କରାଯିବ। ଏଥିସହ ବଜେଟରେ ଦାବି କରାଯିବ ଯେ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ବାଇଡେନ ପ୍ରଶାସନ ଦ୍ୱାରା ପାରିତ ହୋଇଥିବା ମୁଦ୍ରାସ୍ଫୀତି ହ୍ରାସ ଆଇନ ଆର୍ଥିକ ନିଅଣ୍ଟକୁ ୨୩୮ ବିଲିୟନ ଡ଼ଲାରରେ ହ୍ରାସ କରିବ।

ଆମେରିକାର ପରବର୍ତ୍ତୀ ବଜେଟ ମାର୍ଚ୍ଚ ୯ ରେ ଉପସ୍ଥାପିତ ହେବ। ଏପ୍ରିଲ ୧୫ ସୁଦ୍ଧା କଂଗ୍ରେସ ଏହାକୁ ଅନୁମୋଦନ କରିବ ବୋଲି ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ପ୍ରତିନିଧି ସଭାରେ ରିପବ୍ଲିକାନ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି, ତେଣୁ ସେଠାରେ ବଜେଟ ପ୍ରସ୍ତାବ ଲଟକି ରହିବା ସମ୍ଭବ। ସେହି ପରିସ୍ଥିତିରେ ସରକାରୀ କାର୍ଯ୍ୟରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ।

ବର୍ତ୍ତମାନ ଖର୍ଚ୍ଚ ହ୍ରାସକୁ ପ୍ରାଥମିକତା ଦିଆଯାଇଛି। କିନ୍ତୁ ଖର୍ଚ୍ଚ କିପରି ହ୍ରାସ କରାଯିବ ସେନେଇ ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri