Posted inଖେଳ

ଦୂତିଙ୍କ ଖୁଲାସା: କ୍ୟାନ୍‌ସରରେ ପୀଡ଼ିତ ଥିଲି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮: ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ଦ୍ୱାରା ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଅନ୍ୟତମ ସେଲିବ୍ରିଟି ଆଥଲେଟ୍‌ ଦୂତୀ ଚାନ୍ଦ। ଏହାକୁ ଅପିଲ ପ୍ୟାନେଲରେ ସେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ନିଜର ପକ୍ଷ ରଖିଛନ୍ତି।

ଦୂତୀ କହିଛନ୍ତି, ମୁଁ ଲେଭଲ ୱାନ କ୍ୟାନସରରେ ଆକ୍ରାନ୍ତ ହୋଇଥିଲି। ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମ୍‌ଆର୍‌ଆଇ କରିଥିଲି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରିଥିଲି । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ମୋତେ ଜଣା ନ ଥିଲା । ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ଡାକ୍ତରଙ୍କ ସହ ଏ ବିଷୟରେ କଥା ହୋଇଥିଲି। ସେତେବେଳେ ସେ ବି ମେଡିସିନରେ ଏସ୍‌ଆର୍‌ଏମ୍‌ଏସ୍‌ ଥିବା ନେଇ ଜାଣି ନ ଥିବା କହିଥିଲେ। ତେଣୁ ୪ ବର୍ଷ ପାଇଁ ଲାଗୁ ହୋଇଥିବା ଦଣ୍ଡରେ କୋହଳ କରାଗଲେ ଆଗାମୀ ଅଲମ୍ପିକ ଓ ଭିନ୍ନ ଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରି ପାରିବି ବୋଲି ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ଓ ୨୬ରେ ୧୦୦ମିଟର ଦୌଡ଼ରେ ଏହି ୨୭ବର୍ଷୀୟା ଜାତୀୟ ରେକର୍ଡଧାରୀଙ୍କଠାରୁ ଦୁଇଥର ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଥିରେ ନିଷିଦ୍ଧ ପଦାର୍ଥ/ଏସ୍‌ଆର୍‌ଏମ୍‌ଏସ୍‌ର ମାତ୍ରା ଠାବ କରାଯାଇଥିଲା, ଯାହାକି ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା)ର ନିଷିଦ୍ଧ ତାଲିକାରେ ରହିଛି। ଏସ୍‌ଆରଏମ୍‌ଏସ୍‌ ଅବା ସିଲେକ୍ଟିଭ ଆଣ୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲେଟର ହେଉଛି ଅଣ ଷ୍ଟେରୋଡାଲ ପଦାର୍ଥ। ଏହା ସାଧାରଣତଃ ଅଷ୍ଟିଓ ପୋରୋସିସ୍‌, ରକ୍ତହୀନତା ରୋଗୀ ଏବଂ କ୍ଷତ ଆରୋଗ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଦୂତୀଙ୍କ ବାସନ୍ଦ ଦଣ୍ଡ ଚଳିତବର୍ଷ ପିଛିଲା ଜାନୁୟାରୀ ୩ରୁ ଲାଗୁ ହେବ। ଗତ ଡିସେମ୍ବର ୫ ଯେଉଁ ଦିନ ତାଙ୍କଠାରୁ ପ୍ରଥମ ସାମ୍ପଲ ସଂଗ୍ରହ କରାଯାଇଥିଲା, ସେହି ଦିନଠାରୁ ଦୂତୀ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତାରେ ତାଙ୍କ ଫଳାଫଳକୁ ରଦ୍ଦ କରିଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri