Posted inଖେଳ

ଦୂତିଙ୍କ ଖୁଲାସା: କ୍ୟାନ୍‌ସରରେ ପୀଡ଼ିତ ଥିଲି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮: ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ଦ୍ୱାରା ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଅନ୍ୟତମ ସେଲିବ୍ରିଟି ଆଥଲେଟ୍‌ ଦୂତୀ ଚାନ୍ଦ। ଏହାକୁ ଅପିଲ ପ୍ୟାନେଲରେ ସେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ନିଜର ପକ୍ଷ ରଖିଛନ୍ତି।

ଦୂତୀ କହିଛନ୍ତି, ମୁଁ ଲେଭଲ ୱାନ କ୍ୟାନସରରେ ଆକ୍ରାନ୍ତ ହୋଇଥିଲି। ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମ୍‌ଆର୍‌ଆଇ କରିଥିଲି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରିଥିଲି । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ମୋତେ ଜଣା ନ ଥିଲା । ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ଡାକ୍ତରଙ୍କ ସହ ଏ ବିଷୟରେ କଥା ହୋଇଥିଲି। ସେତେବେଳେ ସେ ବି ମେଡିସିନରେ ଏସ୍‌ଆର୍‌ଏମ୍‌ଏସ୍‌ ଥିବା ନେଇ ଜାଣି ନ ଥିବା କହିଥିଲେ। ତେଣୁ ୪ ବର୍ଷ ପାଇଁ ଲାଗୁ ହୋଇଥିବା ଦଣ୍ଡରେ କୋହଳ କରାଗଲେ ଆଗାମୀ ଅଲମ୍ପିକ ଓ ଭିନ୍ନ ଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରି ପାରିବି ବୋଲି ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ଓ ୨୬ରେ ୧୦୦ମିଟର ଦୌଡ଼ରେ ଏହି ୨୭ବର୍ଷୀୟା ଜାତୀୟ ରେକର୍ଡଧାରୀଙ୍କଠାରୁ ଦୁଇଥର ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଥିରେ ନିଷିଦ୍ଧ ପଦାର୍ଥ/ଏସ୍‌ଆର୍‌ଏମ୍‌ଏସ୍‌ର ମାତ୍ରା ଠାବ କରାଯାଇଥିଲା, ଯାହାକି ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା)ର ନିଷିଦ୍ଧ ତାଲିକାରେ ରହିଛି। ଏସ୍‌ଆରଏମ୍‌ଏସ୍‌ ଅବା ସିଲେକ୍ଟିଭ ଆଣ୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲେଟର ହେଉଛି ଅଣ ଷ୍ଟେରୋଡାଲ ପଦାର୍ଥ। ଏହା ସାଧାରଣତଃ ଅଷ୍ଟିଓ ପୋରୋସିସ୍‌, ରକ୍ତହୀନତା ରୋଗୀ ଏବଂ କ୍ଷତ ଆରୋଗ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଦୂତୀଙ୍କ ବାସନ୍ଦ ଦଣ୍ଡ ଚଳିତବର୍ଷ ପିଛିଲା ଜାନୁୟାରୀ ୩ରୁ ଲାଗୁ ହେବ। ଗତ ଡିସେମ୍ବର ୫ ଯେଉଁ ଦିନ ତାଙ୍କଠାରୁ ପ୍ରଥମ ସାମ୍ପଲ ସଂଗ୍ରହ କରାଯାଇଥିଲା, ସେହି ଦିନଠାରୁ ଦୂତୀ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତାରେ ତାଙ୍କ ଫଳାଫଳକୁ ରଦ୍ଦ କରିଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?