ନାମକୁ ମାତ୍ର ଡଷ୍ଟବିନ୍‌ମୁକ୍ତ ଭୁବନେଶ୍ୱର

ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଖୁବ୍‌ ଶୀଘ୍ର ଭୁବନେଶ୍ୱରକୁ ଡଷ୍ଟବିନ୍‌ମୁକ୍ତ କରିବା ପାଇଁ ଯୋଜନା କରାଯାଉଛି। ବାହାରେ କେଉଁଠାରେ ଅଳିଆ ପକାଯିବ ନାହିଁ, ସଫେଇ କର୍ମଚାରୀମାନେ ଅଳିଆ ଉଠାଇବେ। ନହେଲେ ଜରିମାନା ଆଦାୟ କରାଯିବାକୁ ନିୟମ କରାଯାଇଛି। ବିଏମ୍‌ସି ସହରରେ ସ୍ବଚ୍ଛତା ଆପଣାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିବା ଏବଂ ସଫଳ ହେଉଥିବା ନେଇ ପ୍ରତିଦିନ ଟୁଇଟ୍‌ କରାଯାଉଛି। ପ୍ରତିଦିନ ନିଜର ଦକ୍ଷତାକୁ ନେଇ ବିଏମ୍‌ସି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏବେ ବି ବିଭିନ୍ନ ସ୍ଥାନରେ ଡଷ୍ଟବିନ୍‌ ରହିଥିବା ବେଳେ ସେଠାରେ ଅଳିଆ ଭର୍ତ୍ତିହୋଇ ରହୁଛି। ଓ୍ବାର୍ଡ ନଂ ୩୬ ଅନ୍ତର୍ଗତ ଭୌମନଗର ୟୁନିଟ-୪ ମାର୍କେଟ ରାସ୍ତାରେ ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି। ଡଷ୍ଟବିନ୍‌ରେ ଅଳିଆ ଭର୍ତ୍ତି ହେବା ସହ ଏହାର ଆଖପାଖ ରାସ୍ତା କଡ଼ରେ ଆବର୍ଜନା ଗଦା କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଖୋଦ୍‌ ବିଏମ୍‌ସିର ସଫେଇ କର୍ମଚାରୀମାନେ ଏହାକୁ ଗଦା କରୁଛନ୍ତି। ଅଳିଆ ଗାଡ଼ି ଆସି ସେଠାରୁ ଅଳିଆ ନେବା ପରେ ପୁଣି ଥରେ ସେହିଠାରେ ଅଳିଆ ଜମା କରାଯାଉଛି। ପୁରୁଣା ଏଜି କଲୋନୀର ପ୍ରବେଶ ରାସ୍ତା ହୋଇଥିବାରୁ ରାତି ପାହିଲେ ଲୋକଙ୍କ ଯାତାୟାତ ଆରମ୍ଭ ହେଉଛି। ସେହିପରି ପାଖରେ ଇଲେକ୍ଟ୍ରି ଅଫିସ ଥିବାରୁ ପ୍ରତିଦିନ ଆଖପାଖର ଲୋକମାନେ ବିଲ୍‌ ପଇଠ କରିବାକୁ ସେହି ଅଞ୍ଚଳକୁ ଯାଉଛନ୍ତି। ଏଭଳି ଏକ ମୁଖ୍ୟ ରାସ୍ତାରେ ପରିମଳ ବ୍ୟବସ୍ଥା ଦୁର୍ବିସହ ହୋଇ ପଡିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ଅଳିଆ ପକାଇବା ପାଇଁ ଆଉ ଜାଗା କୋଉଠୁ ଆଣିବୁ ବୋଲି ସମ୍ପୃକ୍ତ ଓ୍ବାର୍ଡ ଅଫିସର କହିଛନ୍ତି। ସବୁବେଳେ ସେଇଠି ଅଳିଆ ପଡୁଛି, ତେଣୁ ପିଲାମାନେ ସେଠାରେ ଅଳିଆ ପକାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri