ମୋ ଦୃଷ୍ଟିରେ ଦଶହରା

ହେ ମା! ମତେ କ୍ଷମାଦିଅ। ସଂସାରରେ ଜନ୍ମ ପରେ ମୁଁ ତୁମ ପରି ସୃଷ୍ଟିକର୍ତ୍ତ୍ରୀଙ୍କୁ ପାସୋରି ଯାଇଛି। ସଂସାରର ଖେଳନାରେ ମୁଁ ବିମୋହିତ ହୋଇ ତୁମକୁ ଶରୀର ମଧ୍ୟରେ ଦୁଇପାଦ ଦ୍ୱାରା ବହନ କରୁଥିଲେ ମଧ୍ୟ ଆତ୍ମତ୍ବ ଓ ବ୍ରହ୍ମତ୍ବକୁ ଭୁଲିଯାଇଛି। ହେ ମା! ‘ଯା ଦେବୀ ସର୍ବଭୂତେଷୁ’ ବିଶ୍ୱ ସଂହାରିଣୀ, ଧର୍ମ ସଂରକ୍ଷଣୀ ମତେ ତୁମେ ଆସିଛ ବୁଝାଇ ଦେବାକୁ ନଦୀ ନାମ ସାଗର ଗତିଃ ସାଗରର ରୂପକ ସୃଷ୍ଟିକର୍ତ୍ତ୍ରୀଙ୍କ ମଧ୍ୟରେ ମୁଁ ଲୀନ ହେବାକୁ ଯାଉଛି।
ହେ ମା! ତୁମ ନାମ ମୁଁ ଜପ କରିବି। ଉଚ୍ଚସ୍ବରରେ ପ୍ରାର୍ଥନା କରିବି ହେ ମହାମାୟା, ମହାବିଦ୍ୟା, କାଳରାତ୍ରି, ମହାରାତ୍ରି, ବିମଳା, ସ୍ବାହା ସ୍ବହା, ସାବିତ୍ରୀ, ମହାମେଧା, ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ଚଣ୍ଡୀ, ବୈଷ୍ଣବୀ, ବରାହୀ, ଇନ୍ଦ୍ରାଣୀ, ଚାମୁଣ୍ଡା, ଭଦ୍ରକାଳୀ, ବେତାଳୀ, ନାରାୟଣୀ, ଭୈରବୀ, ତାରା, ଷୋଡ଼ଶୀ ଶାକମ୍ଭରୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ, ମହାଶକ୍ତି ମତେ ଦିବ୍ୟକର୍ମରେ ବ୍ରତୀ କରି ଦୈବୀକୃପା ପ୍ରଦାନ କରନ୍ତୁ। ହେ ମା! ଦଶହରା ପର୍ବ କୌଣସି ଐତିହାସିକ ଘଟଣା ହୋଇ ସ୍ମୃତିଚାରଣ ନ ହେଉ। ଏହା ମୋ ମଧ୍ୟରେ ଦିବ୍ୟତ୍ୱ ଜାଗ୍ରତ କରୁ ଓ ଗଭୀର ଆଭ୍ୟନ୍ତରୀଣ ପ୍ରକ୍ରିୟା ସୃଷ୍ଟି କରୁ। ଦର୍ଶନେ ପାପନାଶନ। ମା’ ତୁମର ପୂଜା କରିବି। ମୋର ପ୍ରାରବ୍ଧ ଖଣ୍ଡନ କର। ପୁଣ୍ୟ ଅର୍ଜନ କରିବାର ଶକ୍ତିଦିଅ ଓ ସଂସାର ସାଗରରୁ ପାର କରିଦିଅ, ଏହା ମୋ ଜୀବନର ଅନ୍ତିମ ଲକ୍ଷ୍ୟ ହେଉ। ମା’, ଦଶହରା ଶବ୍ଦକୁ ତୁମେ ମତେ ଏହିପରି ବୁଝାଇଛ ଯଥା ଦଶମ (ଦଶ) ଏବଂ ହର (ବିନାଶ) କରିବା। ମୋର ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ପଞ୍ଚ କର୍ମେନ୍ଦ୍ରିୟ କିମ୍ବା କାମ, କ୍ରୋଧ, ଅହଂକାର ଭଳି ମୋ ଭିତରେ ଥିବା ଦଶଟି ଖରାପ ଗୁଣକୁ ବି ନାଶ କର।
ହେ ମା! ମୋର ତାମସିକ ଗୁଣଗୁଡ଼ିକୁ ଦିବ୍ୟପ୍ରେମରେ ରୂପାନ୍ତରିତ କରି ଦିଅ। ଦଶହରା ପୂର୍ବରୁ ନବରାତ୍ରିରେ ତିନୋଟି ରୂପରେ ତୁମକୁ ପୂଜା କରାଯାଏ। ଯଥା ମହାକାଳୀ (ପ୍ରଥମ ତିନିଦିନ) ତାମସିକ ଗୁଣ ପରିତ୍ୟାଗ ନିମନ୍ତେ, କ୍ରୀୟାଶକ୍ତି କାର୍ଯ୍ୟ କ୍ଷମତାକୁ ବଢ଼ାଇବା ନିମନ୍ତେ, କୁପ୍ରବୃତ୍ତି ନଷ୍ଟ କରି ଆମର କର୍ମକୁ ପବିତ୍ର କରିବାରେ ତୁମେ ସହାୟ ହୁଅ। ମା’ଲକ୍ଷ୍ମୀ ରୂପେ ଚତୁର୍ଥରୁ ଷଷ୍ଠ ଦିନ ରୂପେ ମୋର ରାଜସିକ ଗୁଣକୁ ହରଣ କରନ୍ତୁ। ଇଚ୍ଛାଶକ୍ତିକୁ ଜାଗ୍ରତ କରନ୍ତୁ ଓ ହୃଦୟରେ ପବିତ୍ର ଚିନ୍ତାଧାରା ସୃଷ୍ଟି କରି ମୋ ଭିତରେ ଆଭ୍ୟନ୍ତରୀଣ ସକାରାତ୍ମକ ସମ୍ପଦ ଭରିଦିଅନ୍ତୁ। ମା’ ସରସ୍ବତୀ ରୂପେ ସପ୍ତମୀରୁ ନବମୀ ମୋର ସାତ୍ତ୍ୱିକ ଗୁଣ, ଜ୍ଞାନଶକ୍ତି (ବିବେକ, ଜ୍ଞାନ) ଦର୍ଶାଇ ଦିଅ ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କର। ମତେ ତୁମେ ଏହି ରୂପରେ ପ୍ରକୃତ ଭକ୍ତି ଓ ତ୍ରୀକରଣ ଶୁଦ୍ଧି (ମନ, ବଚନ, କର୍ମ) ସମ୍ପର୍କରେ ବୁଝାଇ ଦେଇଥାଅ ହେ ମା’! ମୋର ପଶୁ ପ୍ରବୃତ୍ତିକୁ ବିନାଶ କର। ଉଚ୍ଚ ଚେତନାକୁ ଘେନି ଯାଅ। ଦଶହରା ଅନ୍ଧକାର ଶକ୍ତି ଉପରେ ପରାଶକ୍ତିର ବିଜୟକୁ ସୂଚିତ କରେ। ମୋ ଭିତରେ ଯାନ୍ତ୍ରିକ ବା ବାହ୍ୟ ପୂଜାବିଦ୍ଧି ପରିବର୍ତ୍ତେ ମୋର ପଶୁ ପ୍ରବୃତ୍ତିକୁ ହରଣ କର। ମାନବୀୟ ମୂଲ୍ୟବୋଧ ଓ ଦିବ୍ୟତ୍ୱରେ ମତେ ରୂପାନ୍ତରିତ କର। ମୋର ଆଭ୍ୟନ୍ତରୀଣ ସାଧନାରେ ମା’ ତୁମେ ସହାୟକ ହୁଏ।
ନଅ ଦିନ ଧରି ମୁଁ ଯଜ୍ଞ କରିଛି। ତୁମକୁ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ, ସିଦ୍ଧିଦାତ୍ରୀ ରୂପେ ପୂଜା କରିଛି। ମତେ ତୁମେ ସର୍ବସିଦ୍ଧି ପ୍ରାପ୍ତିର ଅଠରଟି ଗୁଣକୁ ଦାନ କରିଛ। ଯଥା ଅଣିମା, ଲଘିମା, ପ୍ରାପ୍ତି, ପ୍ରାଣମ୍ୟ, ମହିମା, ଇଷିତ୍ୱବସିତ, ସର୍ବସମ ବସାୟିତ, ସର୍ବଷତ୍ୱ, ଦୂରଶ୍ରବଣ, ପରକାୟା ପ୍ରବେଶ, ବାକ୍‌ ସିଦ୍ଧି, କଳ୍ପବୃକ୍ଷତ୍ୱ, ସୃଷ୍ଟି, ସଂହାରକରଣ ସାମର୍ଥ୍ୟ, ଅମରତ୍ୱ, ସର୍ବନାୟକତ୍ୱ, ଭାବନା ସିଦ୍ଧି, ସର୍ବ ସିଦ୍ଧି ପ୍ରାପ୍ତ ହେବାର ଲକ୍ଷଣ। ମା’ ତୁମେ ହସାଅ ତୁମେ କନ୍ଦାଅ, ତୁମେ ପରମାତ୍ମା ମୁଁ ଏକ କ୍ଷୁଦ୍ର ଜୀବ। ତୁମେ ବିଶାଳ ସାଗର। ମୁଁ ଏକ କ୍ଷୁଦ୍ର ନଦୀ, ତୁମେ ଆଲୋକ ମୁଁ ତୁମର ଛାୟା, ତୁମେ ସତ୍ୟ ମୁଁ ସତ୍ୟର ପ୍ରକାଶ ମାତ୍ର। ତୁମେ ନିତ୍ୟ ମୁଁ ଅନିତ୍ୟ, ତୁମେ ମାଲିକ ମୁଁ ଭୃତ୍ୟ, ତୁମେ ମାତା ମୁଁ ପୁତ୍ରୀ। ବିଜୟା ଦଶମୀରେ ଏହା ତୁମର ବାର୍ତ୍ତା ନୁହେଁ କି? ଏହିଦିନରେ ଶିରିଡ଼ି ସାଇବାବା ମହାସମାଧି ନେଇ ନଥିଲେ କି? ମତେ ବି ସେହିପରି ମୁକ୍ତି ପ୍ରଦାନ କର।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରଧ୍ୟାପିକା, କେଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?