ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୪୫୦ ନିୟୁତ ଡଲାରର ସସଷ୍ଟେନମେଣ୍ଟ ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ଡେପୁଟି ସେକ୍ରେଟେରୀ ଡୋନାଲ୍ଡ ଲ୍ୟୁଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆପତ୍ତି ଉଠାଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ୨୦୧୮ ରେ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ ଏଭଳି ସହାୟତା ଯୋଗାଇବା ବନ୍ଦ କରିଦେଇଥିଲେ। ଏହା ସତ୍ତ୍ୱେ ବାଇଡେନ ପ୍ରଶାସନର ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଲ୍ୟୁଙ୍କ ସମେତ ଆମେରିକାର ବରିଷ୍ଠ ଅଧିକାରୀଙ୍କ ପାଇଁ ସାମୁଦ୍ରିକ ସୁରକ୍ଷା ସଂଳାପ ପାଇଁ ଭାରତ ଟୁ-ପ୍ଲସ-ଟୁ ବୈଠକ ଆୟୋଜନ କରିଛି।

କେବଳ ଏତିକି ନୁହେଁ, ଡୋନାଲ୍ଡ ଲ୍ୟୁ କ୍ୱାଡ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ବୈଠକକୁ ପ୍ରତିନିଧିତ୍ୱ କରିଥିଲେ। ତେବେ ଏହି ଘଟଣାକ୍ରମ ଭାରତ-ଆମେରିକା ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଭାରତ ସରକାର ଆଶାବାଦୀ ଅଛନ୍ତି। ତଥାପି, ମୋଦି ସରକାର ଦୁଃଖିତ ଯେ ପାକିସ୍ତାନ ସମ୍ବନ୍ଧରେ ଏହି ନୀତି ପରିବର୍ତ୍ତନ ବିଷୟରେ ଆମେରିକା ପୂର୍ବରୁ ସୂଚନା ଦେଇନାହିଁ। ବିଶେଷକରି ଯେତେବେଳେ ଏହାର ପ୍ରତ୍ୟକ୍ଷ ସମ୍ପର୍କ ଭାରତର ସୁରକ୍ଷା ସହିତ ଜଡିତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଡୋନାଲ୍ଡ ଲ୍ୟୁଙ୍କ ସହ ଆୟୋଜିତ ବୈଠକରେ ଭାରତ ଏହି ପ୍ରସଙ୍ଗକୁ କଡାକଡି ଭାବେ ଉଠାଇଛି। ଭାରତ କହିଛି ଯେ ଭାରତର ସୁରକ୍ଷା ପ୍ରସଙ୍ଗରେ ଆମେରିକା ପାରସ୍ପରିକ ବୁଝାମଣା ସହ କାର୍ଯ୍ୟ କରିବା ଉଚିତ। ତେବେ ମୋଦି ସରକାର ଏହି ପ୍ରସଙ୍ଗରେ କୌଣସି ସାର୍ବଜନୀନ ବିବୃତ୍ତି ଦେଇନାହାଁନ୍ତି। ଭାରତର ଆପତ୍ତି ଉପରେ ଆମେରିକା ସ୍ପଷ୍ଟ କରିଛି ଯେ ପାକିସ୍ତାନକୁ ଏପ୍‌-୧୬ର ସସଷ୍ଟେନମେଣ୍ଟ ପ୍ୟାକେଜରେ ନୂତନ ସାମର୍ଥ୍ୟ, ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନର ଅସ୍ତ୍ର ଅନ୍ତର୍ଭୂକ୍ତ କରାଯାଇ ନାହିଁ। ୭ ସେପ୍ଟେମ୍ବରରେ ଇଣ୍ଡୋ-ୟୁଏସ ଟୁ-ପ୍ଲସ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ସ୍ଥଳର ସନ୍ଧାନ ମିଳିଲା, ଚିହ୍ନି ହେଉନି ମୃତଦେହ…

କାଠମାଣ୍ଡୁ, ୩୦।୫ : ନେପାଳର ସେନା ମୁସ୍ତାଙ୍ଗ ଜିଲାରେ ତାରା ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସମ୍ପର୍କରେ ସୂଚନା ପାଇଛି। ସେନାର ମୁଖପାତ୍ର ଏହି ସୂଚନା...

ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା...

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି: ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ, ମୁକ୍ତ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ୍‌,୨୯।୮: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ତୋଶାଖାନା ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ...

ତୁର୍କୀ-ସିରିଆ ଭୂକମ୍ପ: ମୃତ୍ୟୁସଂଖ୍ୟା ୩୮୦୦ ଛୁଇଁଲା, ଭାରତ ପଠାଇଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ନୂଆଦିଲ୍ଲୀ,୭।୨: ତୁର୍କୀ ଏବଂ ସିରିଆ ସମେତ ଚାରିଟି ଦେଶରେ ଭୂକମ୍ପ ବ୍ୟାପକ ଧ୍ୱଂସ ଘଟାଇଛି। ତୁର୍କୀର ନୁର୍‌ଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଏହି କମ୍ପନ...

କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍‌ ଗେଟ୍‌ସଙ୍କ ଚେତାବନୀ…

ଓ୍ବାଶିଂଟନ୍‌, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ...

ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି।...

ଆଫଗାନିସ୍ତାନରରେ ଶରିୟତ ଆଇନ: ଦୋଷୀଙ୍କ ହାତ କଟା ଗଲା-ବର୍ଷିଲା କୋରଡା ମାଡ଼…

କାବୁଲ,୧୮।୧ : ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ପ୍ରାୟ ଦେଢ଼ ବର୍ଷ ବିତିଗଲାଣି। କ୍ଷମତା ଦଖଲ କରିବା ପରେ ତାଲିବାନ ବିଶ୍ୱକୁ ପ୍ରତିଶ୍ରୁତି ଦେଇଥିଲା...

ଷ୍ଟେମ୍‌ ସୁପରଷ୍ଟାର ହେଲେ ୩ ମୂଳ ଭାରତୀୟ…

ମେଲବୋର୍ନ,୧।୧୨ : ତିନି ଜଣ ମୂଳ ଭାରତୀୟ ମୂଳ ଅଷ୍ଟ୍ରେଲିଆର ଷ୍ଟେମ୍‌ ସୁପରଷ୍ଟାର ଭାବରେ ମନୋନୀତ ହୋଇଛନ୍ତି। ସେମାନେ ୬୦ ବୈଜ୍ଞାନିକ, ଟେକ୍ନୋଲୋଜିଷ୍ଟ, ଇଞ୍ଜିନିୟର ଏବଂ...

Advertisement
Archives

Model This Week