Posted inଖେଳ

ପିଏସ୍‌ଏଲ୍‌ରୁ ଓହରିଲେ ଡୁପ୍ଲେସି

ଆବୁଧାବି, ୧୭।୬(ପି.ଟି.)-  ପାକିସ୍ତାନ ସୁପରଲିଗ୍‌ (ପିଏସ୍‌ଏଲ) ଅବସରରେ କନକ୍‌ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ଓହରି ଯାଇଛନ୍ତି। ଗତ ରବିବାର ପେଶାଓ୍ବର ଜାଲ୍‌ମି ବିପକ୍ଷ ମ୍ୟାଚ ବେଳେ ଏକ ଚୌକା ରୋକିବା ଅବସରରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ଡୁପ୍ଲେସି ସାଥି ଖେଳାଳି ମହମ୍ମଦ ହାସନେନଙ୍କ ସହିତ ଧକ୍କା ଖାଇଥିଲେ। ସେ କିଛି ସମୟ ଗ୍ରାଉଣ୍ଡରେ ପଡ଼ି ରହିବା ପରେ ଟିମ୍‌ ଫିଜିଓ ତାଙ୍କ ନିକଟରେ ପହଞ୍ଚତ୍ଥିଲେ। ୩୬ ବର୍ଷୀୟ ଏହି ଦକ୍ଷିଣ ଆଫ୍ରିକା ଖେଳାଳି ଡଗ୍‌ଆଉଟକୁ ଫେରି ଆସିଥିଲେ ଏବଂ ପରେ ତାଙ୍କୁ ସ୍କାନ୍‌ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରୁ ଫେରିବା ପରେ ସେ ଟୁଇଟ୍‌ କରିଥିଲେ। ମାତ୍ର ଏହି ଟି୨୦ ଲିଗ୍‌ରେ ଆଉ ନ ଖେଳି ସେ ବୁଧବାର ରାତିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ଦିଆଯାଇଛି। କୋଭିଡ୍‌-୧୯ ପାଇଁ ସ୍ଥଗିତ ରହିଥିବା ପିଏସ୍‌ଏଲ ପୁଣି ଆରମ୍ଭ ହେବା ପରେ ଡୁପ୍ଲେସି ଦ୍ୱିତୀୟ ମ୍ୟାଚ ଖେଳୁଥିବାବେଳେ କନକ୍‌ସନର ଶିକାର ହୋଇଥିଲେ। ଇସଲାମାବାଦ ୟୁନାଇଟେଡ ବିପକ୍ଷ ପ୍ରଥମ ମ୍ୟାଚରେ ସେ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ଏହି ମ୍ୟାଚରେ ଗ୍ଲାଡିଏଟର୍ସ ୧୦ ଉଇକେଟରେ ହାରି ଯାଇଥିଲା। ପିଏସ୍‌ଏଲ ପୁନଃ ଆରମ୍ଭ ହେବା ପୂର୍ବରୁ ଡୁପ୍ଲେସି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ୪ ଅର୍ଦ୍ଧଶତକ ସହାୟତାରେ ୩୨୦ ରନ କରି ସେ ଚେନ୍ନାଇ ସୁପରକିଙ୍ଗ୍ସକୁ ଦୃଢ଼ ସ୍ଥାନରେ ପହଞ୍ଚାଇବାରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାତ୍ର ବାୟୋ-ବବ୍‌ଲ ମଧ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବାରୁ ଆଇପିଏଲକୁ ଅଧାରୁ ବନ୍ଦ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାର୍ନରଙ୍କ ବ୍ୟାଟ୍‌ରେ ସେନ୍‌ସର

ଲଣ୍ଡନ,୯ା୬(ପି.ଟି.): ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ବିଶ୍ୱକପ୍‌ରେ ଘାତକ ବୋଲରଙ୍କ ସମ୍ମୁଖୀନ ହେବା ପାଇଁ ବ୍ୟାଟ୍‌ରେ ଏକ ନୂଆ ଯନ୍ତ୍ରର ବ୍ୟବହାର କରିଛନ୍ତି। ସେ ଭାରତ...

ଗୋଟିଏ ନିଶ୍ୱାସରେ ମ୍ୟାଚ୍‌ ଛଡ଼ାଇ ଆଣିପାରନ୍ତି ଏହି ଭାରତୀୟ ଅଲରାଉଣ୍ଡର: କାର୍ତ୍ତିକ

ନୂଆଦିଲ୍ଲୀ,୧୯।୮: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ୨୦୨୧। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ ସମୀକ୍ଷକମାନେ ନିଜର ମତ ରଖୁଛନ୍ତି। ଏହି ତାଲିକାରେ...

କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ...

ଗୋଞ୍ଜେଲୋ ପିଲାଟ୍‌ଙ୍କ ବିରଳ ରେକର୍ଡ

ଭୁବନେଶ୍ୱର,୨୮।୧(ସ୍ପୋଟର୍‌ସ ବ୍ୟୁରୋ): ଜର୍ମାନୀ ଦଳର ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ଗୋଞ୍ଜେଲୋ ପିଲାଟ୍‌ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ପିଲାଟ୍‌ଙ୍କ...

କାହିଁକି ଟୁଇଟ୍‌ର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି ପ୍ରିୟା ମଲିକ

ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍‌ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ...

ଓସିଏ ନିର୍ବାଚନ: ସମ୍ପାଦକ ପଦ ପାଇଁ ସଞ୍ଜୟ-ନବରଞ୍ଜନ ଲଢ଼େଇ

କଟକ ଅଫିସ,୨୫ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ସମ୍ପାଦକ ପଦବୀରେ ସଞ୍ଜୟ ବେହେରା ଓ ନବରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ହେବ । ଏହି...

ବିସିସିଆଇ ମାମଲା: ଆଜି ଶୁଣାଣି

ନୂଆଦିଲ୍ଳୀ,୧୪ା୯(ପି.ଟି.): ବିସିସିଆଇ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିସିସିଆଇ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଅବଧି ବୃଦ୍ଧି କରିବା ଉପରେ ଶୁଣାଣି କରିବା...

ଏହି କ୍ରିକେଟର୍‌ଙ୍କ ରୁମ୍‌ରେ ପଶିଲା ସାପ

ଲକ୍ଷ୍ନୌ,୨୦।୯:ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ବର୍ତ୍ତମାନ ଲିଜେଣ୍ଟସ ଲିଗ କ୍ରିକେଟ (ଏଲଏଲସି) ଖେଳୁଛନ୍ତି। ଅବସରପ୍ରାପ୍ତ ଖେଳାଳିଙ୍କ ଏହି ଟି-୨୦ ଲିଗରେ ସେ ଇଣ୍ଡିଆ...

Advertisement
Archives

Model This Week