ଡଙ୍ଗରିଆଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର

ବିଷମ କଟକ,୫ା୫(ଡି.ଏନ୍‌.ଏ.): ନିୟମଗିରି ପାହାଡରେ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ପାହାଡ଼ ଉପରେ ରାୟଗଡ଼ା ଜିଲା ଅଧୀନ ୩ଟି ବ୍ଲକ ଅନ୍ତର୍ଗତ ପ୍ରାୟ ୮ଟି ପଞ୍ଚାୟତର ୯୯ ଖଣ୍ଡ ଗାଁ ରହିଛି। ଏସବୁ ଗାଁରେ ୧୦ହଜାରରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଏମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି। ବଜାରରେ ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ବଢ଼ୁଥିବାରୁ ଆଦିମ ଜନଜାତି ମଧ୍ୟ କେତେକାଂଶରେ ଉପକୃତ ହେଉଛନ୍ତି। ନିୟମଗିରି ପାହାଡ଼ରେ ରହୁଥିବା ଜନଜାତି ଡଙ୍ଗରିଆମାନେ ସିଆଳି ପତ୍ର ସଂଗ୍ରହ କରି ତାହାକୁ ବିକି କିଛି ଅର୍ଥ ପାଉଛନ୍ତି। ଅନ୍ୟପଟେ ସିଆଳି ପତ୍ରର ବହୁଳ ବ୍ୟବହାjର ପାଇଁ ଡଙ୍ଗରିଆ ଉନ୍ନୟନ ସଂସ୍ଥା ପ୍ରୋତ୍ସହିତ କରୁଛି।
ପ୍ରାୟତଃ ଡଙ୍ଗରିଆ ସମ୍ପ୍ରଦାୟର ମହିଳାମାନେ ସିଆଳି ପତ୍ର ତୋଳି ଥାଆନ୍ତି। ଦିନକ ଆଗରୁ ଏହି ପତ୍ର ତୋଳି ଗୋଟିଏ ବିଡାରେ ୪ଟି ପତ୍ର ହିସାବରେ ବାନ୍ଧିଥାନ୍ତି। ପରେ ସେମାନେ ତାହାକୁ ୨ରୁ ୩ ଦିନ ପର୍ଯନ୍ତ ପ୍ରତ୍ୟେକ ସାହି ଗଳି ବୁଲି ବିକ୍ରି କରନ୍ତି। ଘରୋଇ ମହିଳାମାନେ ଏହି ପତ୍ର କିଣି ଖଲି ଓ ଦନା ପ୍ରସ୍ତୁତ କରି ବଜାରରେ ବିକ୍ରି କରନ୍ତି। ଜଙ୍ଗଲରେ ସିଆଳି ପତ୍ର ୩ରୁ ୪ ମାସ ପର୍ଯ୍ୟନ୍ତ ମିଳିଥାଏ। ଡଙ୍ଗରିଆ ମହିଳାମାନେ ପତ୍ରକୁ କଞ୍ଚାରେ ଓ ଶୁଖିବା ପରେ ବି ବିଡାବାନ୍ଧି ବର୍ଷା ଦିନେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। କାଗଜ ଓ ପ୍ଲାଷ୍ଟିକର ବିକଳ୍ପ ଭାବେ ସିଆଳି ପତ୍ରର ଚାହିଦା ଆହୁରି ବଢାଇବା ପାଇଁ ପ୍ରତ୍ୟେକ ଗାଁରେ ମହିଳା ଗୋଷ୍ଠୀକୁ ଡିକେଡି ହେଉ କି ଓଟିଏଲ୍‌ପି ସଂସ୍ଥା ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ବଜାରରେ କିଭଳି ଅଧିକରୁ ଅଧିକ ଚାହିଦା ରହିବ ଏହାକୁ ଆଖିରେ ରଖି ଉନ୍ନତମାନର ଖଲି ଓ ବିଭିନ୍ନ ଠୁଙ୍ଗା ପ୍ରସ୍ତୁତ କରାଯାଉଛି। ରାୟଗଡା, କୋରାପୁଟ, ନବରଙ୍ଗପୁର ଜିଲାରେ ଓରମାସ୍‌ ପକ୍ଷରୁ ପ୍ଲାଣ୍ଟ କରିବା ପାଇଁ ପ୍ରସ୍ତାବ ଆଗତ କରଯାଇଛି। ସିଆଳି ଗଛ ମହୁ ଚାଷ ପାଇଁ ଆବଶ୍ୟକ ହୋଇଥାଏ। ଏହାର ମଞ୍ଜି ମଧ୍ୟ ବଜାରରେ ବିକ୍ରି ହୁଏ। ସିଆଳି ଲତାରେ ପ୍ରସ୍ତୁତ କରାଯାଉଥିବା ଦଉଡିିରେ ଡଙ୍ଗରିଆମାନେ ଖଟ ତିଆରି କରନ୍ତି । ବନ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କହିଛନ୍ତି, ସିଆଳି ଗଛ ବହୁତ ଉପକାରୀ। ଏହା ଅନେକଙ୍କୁ ସ୍ବାବଲ୍ମବୀ କରିପାରୁଛି। ଡିକେଡି, ଓପିଲିପି ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପାଢୀ କହିଛନ୍ତି, ମହିଳାମାନେ ଯେଭଳି ସିଆଳି ପତ୍ରରେ ଉନ୍ନତମାନର ଖଲି ଓ ଠୁଙ୍ଗା ତିଆରି କରି ବଜାରରେ ବିକି ପାରିବେ ଦୃଷ୍ଟିରେ ରଖି କାଦ୍ରାଗୁମା ଓ ଭାଟିଗୁମାରେ ମହିଳା ଗ୍ରୁପକୁ ଅତ୍ୟାଧୁନିକ ମେଶିନ ଯୋଗାଇ ଦିଆଯାଇଛି। ଆଗକୁ ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri