Posted inଖେଳ

ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ

ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ ମଧ୍ୟରେ ୬ ଉଇକେଟ ହରାଇ ସାରିଛି। ହାତରେ ମାତ୍ର ୪ ଉଇକେଟ ଥିବାବେଳେ ଦଳ ଲକ୍ଷ୍ୟଠାରୁ ଆହୁରି ୨୩୧ ରନ ପଛରେ ରହିଛି। କେନ୍ଦ୍ରାଞ୍ଚଳର ସୌରଭ କୁମାର ୩୩ ରନରେ ୪ ଉଇକେଟ ନେଇ ପୂର୍ବାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ଶିବମ୍‌ ମାଭି ଓ ଆଭେଶ ଖାଁ ଅନ୍ୟ ୨ଟି ଉଇକେଟ ନେଇଛନ୍ତି। ପୂର୍ବାଞ୍ଚଳ ପକ୍ଷରୁ ଓଡ଼ିଶାର ଶାନ୍ତନୁ ମିଶ୍ର ୧୮, ଅଧିନାୟକ ଅଭିମନ୍ୟୁ ଈଶ୍ୱରନ ୧୧, ଅନୁସ୍ତୁପ ମଜୁମଦାର ୧୩, ଶାହାବାଜ ଅହମଦ ୧୮ ରନକରି ଏବଂ ସୁଦୀପ କୁମାର ଘରମି ଓ କୁମାର କୁଶାଗ୍ର ଡକ୍‌(୦)ରେ ଆଉଟ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ଏହାର ଦ୍ୱିତୀୟ ଇନିଂସରେ ୨୩୯ ରନ କରିଥିଲା। ଦୁଇ ଓପନର ହିମାଂଶୁ ମନ୍ତ୍ରୀ (୬୮ ରନ) ଓ ବିବେକ ସିଂ (୫୬) ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ମିଡିଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ତୃତୀୟ ସର୍ବାଧିକ ସ୍କୋରର ଭାବେ ସାରାଂଶ ଜୈନ ୩୨ ରନକରି ଅପରାଜିତ ରହିଥିଲେ। ପୂର୍ବାଞ୍ଚଳ ପକ୍ଷରୁ ଇଶାନ ପୋରେଲ ଓ ଶାହାବାଜ ଅହମଦ ୩ଟି ଲେଖାଏ ଏବଂ ରିୟାନ ପରାଗ ଓ ଶାହାବାଜ ନଦୀମ ୨ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?