ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଘରକୁ ଫେରୁଛନ୍ତି ପିଲା, ଅଭିଭାବକ ଅସନ୍ତୋଷ

କୋରୁକୋଣ୍ଡା ୨୯।୮(ଅବିନାଶ ବେହେରା)ପ୍ରାକ୍‌ ଶିକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରତେକ ଗ୍ରାମରେ ଅଙ୍ଗନୱାଡ଼ି କରାଯାଇଅଛି । ଯାହାକି ସ୍ଥାନୀୟ ଶିଶୁ ଛାତ୍ରୀଛାତ୍ରଙ୍କର ଶିକ୍ଷା ପ୍ରତି ଆଗ୍ରହ ଆଣିବାପାଇଁ। ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକ ସକାଳ ୯ଟା ରୁ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାତ୍ର ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଡେଲଗୁଡା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କେନ୍ଦ୍ରକୁ ଖୋଲି ନ ଥିବା ଦେଖିବାକୁ ମିଳିଛି। ଫଳରେ କେନ୍ଦ୍ରରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁମାନେ ମଙ୍ଗଳବାର ସକାଳୁ ଯାଇ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ହୋଇ ନ ଥିବାରୁ ଘରକୁ ଫେରିଛନ୍ତି। ଏହା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏନ୍‌ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। କୋରୁକୋଣ୍ଡା ସିଡ଼ିପିଓ ନୀଳିମା ରାଣୀ ମଣ୍ଡଲଙ୍କୁ ପଚାରିବାରୁ ସେ କହିଥିଲେ, ମଙ୍ଗଳବାର ସେକ୍ଟର ମିଟିଙ୍ଗ ଅଛି। ଏଣୁ ଅଙ୍ଗନୱାଡ଼ି କର୍ମୀ ଏଠାକୁ ଆସିବାକୁ ବାଧ୍ୟ। ସେଠାରେ ଅଙ୍ଗନୱାଡ଼ି ହେଲପର କେହି ନାହାନ୍ତି ବୋଲି ସେମାନେ କେନ୍ଦ୍ରକୁ ବନ୍ଦ କରିକି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଶୋଭାଯାତ୍ରାବେଳେ ଟେକାପଥର ମାଡ଼

ବାଲେଶ୍ୱର, ୨୭।୬( ବାଞ୍ଛାନିଧି ଦେ): ବାଲେଶ୍ୱର ସହରର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ଘଟିଛି l ଏହି ସଂଘର୍ଷରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

ଇସ୍ରାଏଲ-ଲେବାନନ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ହେଜବୋଲାକୁ ଗ୍ରହଣ କରିବାକୁ ପଡିବ ଏସବୁ ସର୍ତ୍ତ

ଜେରୁଜେଲମ,୨୭।୬: ମଧ୍ୟପ୍ରାଚ୍ୟରୁ ଏକ ପ୍ରମୁଖ, ଐତିହାସିକ ଖବର ସାମ୍ନାକୁ ଆସୁଛି। ଯୁଦ୍ଧର ନିଆଁରେ ଜଳୁଥିବା ଦେଶଗୁଡ଼ିକ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶେଷରେ ଶାନ୍ତିର ପ୍ରଥମ ଝଲକ…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri