ସମନ୍ବୟ ଅଭାବରୁ ପୂର୍ତ୍ତ ବିଭାଗ କାମ ମନ୍ଥର

ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ):ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ଭଞ୍ଜନଗରତ୍‌-ବଦାଙ୍ଗି ରାଜ୍ୟ ରାଜପଥକୁ ୩ଟି ପର୍ଯ୍ୟାୟରେ କାମ କରାଯାଉଛି । ଏ ବାବଦରେ ୫୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ସେଥିମଧ୍ୟରେ ଗାଲେରୀ-ବଦାଙ୍ଗି ପ୍ରଥମ ପର୍ଯ୍ୟାୟ କାମ ପାଇଁ ୧୭ କୋଟି ୭୯ଲକ୍ଷ ଅନୁମୋଦନ ମିଳିଛି । ଉକ୍ତ କାମର ଚୁକ୍ତି ଅବଧି ସମୟ ଗତବର୍ଷ ଅକ୍ଟୋବର ୨୫ରେ ଶେଷ ହୋଇଛି। କିନ୍ତୁ ବଦାଙ୍ଗି ସମେତ କେତେକ ସ୍ଥାନରେ ଜବରଦଖଲ ଉଚ୍ଛେଦରେ ବିଳମ୍ବ ଯୋଗୁ କାମ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ । ସେହିଭଳି ତିଳିସିଙ୍ଗି ନିକଟସ୍ଥ ପହଣ୍ଡା ଛକରୁ ଗାଲେରୀ ରାଜପଥ କାମ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଛି। ଏ ବାବଦରେ ୨୪ କୋଟି ୪୯ଲକ୍ଷ ଟଙ୍କା ଅନୁମୋଦନ ମିଳିଛି । ଉକ୍ତ କାମର ଚୁକ୍ତି ଅବଧି ଗତ ମେ’ ୧୮ରେ ଶେଷହୋଇଛି। କିନ୍ତୁ କାମ ସରିନଥିବା ଯୋଗୁ ପୁଣି ଚୁକ୍ତି ଅବଧି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗାଲେରୀଠାରୁ ସୋରିଷମୁଳି ପର୍ଯ୍ୟନ୍ତ ଅନେକ କାମ ଏବେ ବି ବାକି ଅଛି। ବର୍ଦ୍ଧିତ ଅବଧି ସମୟ ମଧ୍ୟରେ ଠିକାଦାର କାମ ଶେଷ କରିବା ଭଳି ଲାଗୁନାହିଁ। ସେହିଭଳି ତୃତୀୟ ପର୍ଯ୍ୟାୟରେ ଭଞ୍ଜନଗର ଠାରୁ କୋଟିବିରାଡ଼ି ପର୍ଯ୍ୟନ୍ତ କାମ ହେଉଛି। ଉକ୍ତ କାମ ଗତ ଫେବୃୟାରୀ ୨୦ରୁ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୪ ଫେବୃୟାରୀ ୧୯ ତାରିଖରେ ସରିବା ଲକ୍ଷ୍ୟ ରଖାଯାଇଛି। କିନ୍ତୁ କାମ ଯେଉଁଭଳି ମନ୍ଥର ଗତିରେ ଚାଲିଛି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରିବ ନାହିଁ। ରାସ୍ତା ପ୍ରଶସ୍ତୀକରଣ ସମୟରେ ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟକୁୁ ହଟାଇବାକୁ ପଡ଼ୁଛି। ରାସ୍ତା କଡ଼ରେ ଥିବା ଗଛ କଟାଯାଉଛି । ଯେଉଁଠି ଜବରଦଖଲ ଉଚ୍ଛେଦ କରିବାର ଆବଶ୍ୟକତା ପଡ଼ୁଛି ତାହା ମଧ୍ୟ କରାଯାଉଛି । କିନ୍ତୁ ପୂର୍ତ୍ତ ବିଭାଗ ଉକ୍ତ ବିଭାଗ ସମେତ ଠିକାଦାରଙ୍କ ସହ ସମନ୍ବୟ ରଖିବାରେ ବିଫଳ ହେଉଛି । ତେଣୁ କାମ ଗୁଡ଼ିକ ବିଳମ୍ବ ହେଉଛି। ଏଥିସହ ଯନ୍ତ୍ରୀମାନେ କାମକୁ ନିୟମିତ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି। ଅନେକ ସମୟରେ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ରହୁଛନ୍ତି। ଏତେ ବଡ଼ ବଡ଼ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ କର୍ମଚାରୀମାନଙ୍କ ଅନୁପସ୍ଥିତି ଯୋଗୁ କେତେକ ସ୍ଥାନରେ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି। ଏନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣଯନ୍ତ୍ରୀ ଆଶିଷ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାମଗୁଡ଼ିକ କିଭଳି ତୁରନ୍ତ ସରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ଭଞ୍ଜନଗର ଠାରୁ କୋଟିବିରାଡ଼ି ରାସ୍ତା ପାଇଁ ୧୩ କୋଟି ୯୫ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?