ସଙ୍କଟରେ ପୁରୀ ସହରର ମଧୁର ଜଳଭଣ୍ଡାର

ପୁରୀ ଅଫିସ,୨୫।୮: ପୁରୀ ସହରର ମଧୁର ଜଳଭଣ୍ଡାର ସରି ସରି ଆସୁଛି। ବ୍ୟାପକ ହୋଟେଲ ଶିଳ୍ପ ଓ ବେଆଇନ ବୋର୍‌ୱେଲ ଖନନ ଯୋଗୁ ମଧୁର ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ମଧୁର ଜଳଭଣ୍ଡାର ଏକ ଦୁର୍ଲଭ ସମ୍ପଦ। ତାହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ ହୋଇଥିଲେ ମଧ୍ୟ ସହରରେ ଠିକ୍‌ ଭାବେ ସଂରକ୍ଷଣ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ପୁରୀ ସହରରେ ୬ଶହ ଏକର ପରିବ୍ୟାପ୍ତ ୨ଟି ମଧୁର ଜଳଭଣ୍ଡାର ରହିଛି। ତାହା ହେଉଛି ତାଳବଣିଆ ଓ ବଳିଆପଣ୍ଡା। ୨୦୧୭ ମସିହା ନ୍ୟାଶନାଲ୍‌ ଗ୍ରୀନ ଟ୍ରିବ୍ୟୁନାଲ୍‌ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ପୁରୀର ମଧୁର ଜଳଭଣ୍ଡାର ଅଞ୍ଚଳରେ କୌଣସି ପ୍ରକାର ଜବରଦଖଲ ହୋଇପାରିବ ନାହିଁ। ସେହିଭଳି ରାଜ୍ୟ ସରକାର ମଧୁର ଜଳଭଣ୍ଡାରର ସୁରକ୍ଷା ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନେବେ। ମାତ୍ର ସମୟ ସହ ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଆସିଛନ୍ତି। ବିଡ଼ମ୍ବନା ଏହା ଯେ, ପୁରୀ ସହରର ଅଧିକାଂଶ ହୋଟେଲ ଏହି ମଧୁର ଜଳଭଣ୍ଡାର ଛାତି ଉପରେ ନିର୍ମାଣ ହୋଇଛି। ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀକୁ ଆସି ହୋଟେଲରେ ରହୁଥିବା ବେଳେ ହୋଟେଲ ଶିଳ୍ପ ବେଆଇନ ବୋର୍‌ୱେଲ ଖନନ କରି ମଧୁର ଜଳଭଣ୍ଡାରକୁ ଶେଷ କରିବାରେ ଲାଗିଛନ୍ତି।

ଜିଲା ପ୍ରଶାସନ ରାଜ୍ୟ ଜଳ ନିଗମ(ୱାଟ୍‌କୋ)କୁ ପୁରୀ ସହରରେ ଜଳ ଯୋଗାଣ ଦାୟିତ୍ୱ ଦେଇଛି। ଫଳରେ ଉଭୟ ସରକାରୀ ଓ ଘରୋଇ ସଂସ୍ଥା ସମେତ ସହରବାସୀଙ୍କ ଘରକୁ ୱାଟକୋ ଜଳ ଯୋଗାଉଛି। ଦୈନିକ ହଜାର ହଜାର ଲିଟର ଜଳ ଘରୋଇ ହୋଟେଲର ବ୍ୟବହାର କରାଯାଉଥିବା ବେଳେ ଏହାର ଏକ ସିଂହ ଭାଗ ମଧୁର ଜଳଭଣ୍ଡାରରୁ ଯାଉଛି। ଅନ୍ୟପକ୍ଷେ ୱାଟ୍‌କୋ ନଦୀଜଳକୁ ଅତ୍ୟାଧୁନିକ ପଦ୍ଧତିରେ ବିଶୋଧିତ କରି ସହରବାସୀଙ୍କ ସମେତ ଅନ୍ୟ ସଂସ୍ଥାକୁ ଜଳ ଯୋଗାଉଛନ୍ତି। ପୁରୀ ସହରକୁ ପ୍ରବାହିତ ଭାର୍ବଗୀ ଓ କାଦୁଆ ନଦୀର ଜଳକୁ ବ୍ୟବହାର କରି ଜଳ ଯୋଗାଣ କରାଯାଉଛି। ପୁରୀ ସହର ସମେତ ବ୍ୟାପକ ହୋଟେଲ ଶିଳ୍ପକୁ ପାନୀୟ ଜଳ ସମେତ ସ୍ବରେଜ ଜଳ ଯୋଗାଣରେ ୱାଟ୍‌କୋର କ୍ଷମତା ରହିଛି। ମାତ୍ର ପ୍ରଶାସନିକ ଅବହେଳା କାରଣରୁ ହୋଟେଲ ଶିଳ୍ପକୁ ୱାଟକୋ ଅନ୍ତର୍ଭୁକ୍ତ କରାଯାଇପାରୁ ନାହିଁ। ହେଲେ ମଧୁର ଜଳ ଭଣ୍ଡାର ଉପରେ ମାଳମାଳ ହୋଟେଲ ନିର୍ମାଣ ହେବାରେ ଲାଗିଛି। ହୋଟେଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ମିଳୁଛି। ପୁରୀ ସହରରେ ୱାଟକୋ ଦୈନିକ ୩୯ ମିଲିୟନ ଲିଟର ଜଳ ଯୋଗାଉଛି। ଏଥିରେ ଉଭୟ ଘରୋଇ ଓ ବ୍ୟବସାୟ ଅନୁଷ୍ଠାନ ସାମିଲ ଅଛନ୍ତି। ତେବେ ଅଧିକାଂଶ ହୋଟେଲ ଶିଳ୍ପ ପୁରୀ ସହରର ଦୈନନ୍ଦିନ ଆବଶ୍ୟକର ଅଧା ପରିମାଣ ଜଳ ବୋରୱେଲ ଯୋଗେ ବ୍ୟବହାର କରୁଥିବା ସରକାରୀ ସ୍ତରରେ ଆକଳନ କରାଯାଉଛି। ୱାଟକୋ ପ୍ରବନ୍ଧକ ଭବାନୀ ମହାନ୍ତି କହିଛନ୍ତି, ପୁରୀ ସହରରେ ବ୍ୟବସାୟିକ ଅନୁଷ୍ଠାନ ସବୁ ଜଳ ଯୋଗାଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ ମଧ୍ୟ ଏହାର ଏକ ବଡ଼ଭାଗ ବଞ୍ଚିଯାଇଛନ୍ତି। ତେବେ ସ୍ବେରେଜ ଉଦ୍ଦେଶ୍ୟରେ ଅନେକ ହୋଟେଲ ଶିଳ୍ପ ପାଣି ନେଉଥିଲେ ମଧ୍ୟ ପାନୀୟ ଜଳ ନେଉଥିବା ହୋଟେଲ ସଂଖ୍ୟା ଯଥେଷ୍ଟ କମ୍‌।

ଅନ୍ୟପଟେ ୱାଟକୋ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ସୁଦ୍ଧା ପାନୀୟ ଜଳ ପାଇଁ ୩୦ ହଜାର ୭୯୬, ୩୧୯ଟି ସରକାରୀ କାର୍ଯ୍ୟାଳୟ, ୧୧୬ଟି ଶିକ୍ଷା ଓ ସ୍ବାସ୍ଥ୍ୟ ଅନ୍ୟାନ୍ୟ ଅନୁଷ୍ଠାନ ଓ ୨୭୧ଟି ବ୍ୟବସାୟିକ ଅନୁଷ୍ଠାନ ୱାଟ୍‌କୋଠାରୁ ପାଣି ନେଉଛନ୍ତି। ସେହିଭଳି ସ୍ବେରେଜ ବାବଦକୁ ୭୪୧୭ ଗୃହ, ୭୮୫ ବ୍ୟବସାୟିକ ଅନୁଷ୍ଠାନ ଓ ୫୩ଟି ଅନ୍ୟାନ୍ୟ ଅନୁଷ୍ଠାନ ପାଣି ନେଉଛନ୍ତି। ସେହିଭଳି ସମୁଦାୟ ୩୧ହଜାର ୫୦୨ ଜଣଙ୍କୁ ପାନୀୟ ଜଳ ଯୋଗାଣ ଓ ୮୨୫୫ ଜଣଙ୍କୁ ସ୍ବରେଜ ବାବଦକୁ ଜଳଯୋଗାଣ କରାଯାଉଛି। ପୁରୀରେ ହୋଟେଲ ସଂଖ୍ୟା ଅତି କମ୍‌ରେ ଏକ ହଜାର ହେବ। ଏହା ମଧ୍ୟମରେ ବଡ଼ବଡ଼ ହୋଟେଲଠାରୁ ଆରମ୍ଭ କରି ଲଜିଂ ପର୍ଯ୍ୟନ୍ତ ସମସ୍ତେ ସାମିଲ। ମାତ୍ର ଏମାନଙ୍କୁ ଜଳଯୋଗାଣ ପାଇଁ ବାଧ୍ୟ କରାଯାଉ ନାହିଁ। ସେହିଭଳି ମଧୁର ଜଳଭଣ୍ଡାର ଅଞ୍ଚଳରେ ବୋରୱେଲ ନିର୍ମାଣ ବେଆଇନ ହୋଇଥିଲେ ମଧ୍ୟ ଏନେଇ କାହାରି ନିଘା ନାହିଁ। ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ବୋରୱେଲ ନିର୍ମାଣ ପାଇଁ ବ୍ୟବସାୟିକ ଅନୁଷ୍ଠାନକୁ ଅନୁମତି ଦିଆଯାଉନାହିଁ। ଯାଞ୍ଚ ମଧ୍ୟ କରାଯାଉଛି। ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ପୁରୀର ମଧୁର ଜଳଭଣ୍ଡାରକୁ ସୁରକ୍ଷା ଦେବା ଦରକାର। ପର୍ଯ୍ୟଟନ କ୍ଷେତ୍ର ଭାବେ ପୁରୀ କ୍ରମାଗତ ଭାବେ ବିକାଶ ହେଉଛି, ଏଣୁ ଗ୍ରୀନ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ମିଳିତ ଭାବେ ମଧୁର ଜଳଭଣ୍ଡାରକୁ ସୁରକ୍ଷା ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?