ସଙ୍କଟରେ ପୁରୀ ସହରର ମଧୁର ଜଳଭଣ୍ଡାର

ପୁରୀ ଅଫିସ,୨୫।୮: ପୁରୀ ସହରର ମଧୁର ଜଳଭଣ୍ଡାର ସରି ସରି ଆସୁଛି। ବ୍ୟାପକ ହୋଟେଲ ଶିଳ୍ପ ଓ ବେଆଇନ ବୋର୍‌ୱେଲ ଖନନ ଯୋଗୁ ମଧୁର ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ମଧୁର ଜଳଭଣ୍ଡାର ଏକ ଦୁର୍ଲଭ ସମ୍ପଦ। ତାହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ ହୋଇଥିଲେ ମଧ୍ୟ ସହରରେ ଠିକ୍‌ ଭାବେ ସଂରକ୍ଷଣ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ପୁରୀ ସହରରେ ୬ଶହ ଏକର ପରିବ୍ୟାପ୍ତ ୨ଟି ମଧୁର ଜଳଭଣ୍ଡାର ରହିଛି। ତାହା ହେଉଛି ତାଳବଣିଆ ଓ ବଳିଆପଣ୍ଡା। ୨୦୧୭ ମସିହା ନ୍ୟାଶନାଲ୍‌ ଗ୍ରୀନ ଟ୍ରିବ୍ୟୁନାଲ୍‌ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ପୁରୀର ମଧୁର ଜଳଭଣ୍ଡାର ଅଞ୍ଚଳରେ କୌଣସି ପ୍ରକାର ଜବରଦଖଲ ହୋଇପାରିବ ନାହିଁ। ସେହିଭଳି ରାଜ୍ୟ ସରକାର ମଧୁର ଜଳଭଣ୍ଡାରର ସୁରକ୍ଷା ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନେବେ। ମାତ୍ର ସମୟ ସହ ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଆସିଛନ୍ତି। ବିଡ଼ମ୍ବନା ଏହା ଯେ, ପୁରୀ ସହରର ଅଧିକାଂଶ ହୋଟେଲ ଏହି ମଧୁର ଜଳଭଣ୍ଡାର ଛାତି ଉପରେ ନିର୍ମାଣ ହୋଇଛି। ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀକୁ ଆସି ହୋଟେଲରେ ରହୁଥିବା ବେଳେ ହୋଟେଲ ଶିଳ୍ପ ବେଆଇନ ବୋର୍‌ୱେଲ ଖନନ କରି ମଧୁର ଜଳଭଣ୍ଡାରକୁ ଶେଷ କରିବାରେ ଲାଗିଛନ୍ତି।

ଜିଲା ପ୍ରଶାସନ ରାଜ୍ୟ ଜଳ ନିଗମ(ୱାଟ୍‌କୋ)କୁ ପୁରୀ ସହରରେ ଜଳ ଯୋଗାଣ ଦାୟିତ୍ୱ ଦେଇଛି। ଫଳରେ ଉଭୟ ସରକାରୀ ଓ ଘରୋଇ ସଂସ୍ଥା ସମେତ ସହରବାସୀଙ୍କ ଘରକୁ ୱାଟକୋ ଜଳ ଯୋଗାଉଛି। ଦୈନିକ ହଜାର ହଜାର ଲିଟର ଜଳ ଘରୋଇ ହୋଟେଲର ବ୍ୟବହାର କରାଯାଉଥିବା ବେଳେ ଏହାର ଏକ ସିଂହ ଭାଗ ମଧୁର ଜଳଭଣ୍ଡାରରୁ ଯାଉଛି। ଅନ୍ୟପକ୍ଷେ ୱାଟ୍‌କୋ ନଦୀଜଳକୁ ଅତ୍ୟାଧୁନିକ ପଦ୍ଧତିରେ ବିଶୋଧିତ କରି ସହରବାସୀଙ୍କ ସମେତ ଅନ୍ୟ ସଂସ୍ଥାକୁ ଜଳ ଯୋଗାଉଛନ୍ତି। ପୁରୀ ସହରକୁ ପ୍ରବାହିତ ଭାର୍ବଗୀ ଓ କାଦୁଆ ନଦୀର ଜଳକୁ ବ୍ୟବହାର କରି ଜଳ ଯୋଗାଣ କରାଯାଉଛି। ପୁରୀ ସହର ସମେତ ବ୍ୟାପକ ହୋଟେଲ ଶିଳ୍ପକୁ ପାନୀୟ ଜଳ ସମେତ ସ୍ବରେଜ ଜଳ ଯୋଗାଣରେ ୱାଟ୍‌କୋର କ୍ଷମତା ରହିଛି। ମାତ୍ର ପ୍ରଶାସନିକ ଅବହେଳା କାରଣରୁ ହୋଟେଲ ଶିଳ୍ପକୁ ୱାଟକୋ ଅନ୍ତର୍ଭୁକ୍ତ କରାଯାଇପାରୁ ନାହିଁ। ହେଲେ ମଧୁର ଜଳ ଭଣ୍ଡାର ଉପରେ ମାଳମାଳ ହୋଟେଲ ନିର୍ମାଣ ହେବାରେ ଲାଗିଛି। ହୋଟେଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ମିଳୁଛି। ପୁରୀ ସହରରେ ୱାଟକୋ ଦୈନିକ ୩୯ ମିଲିୟନ ଲିଟର ଜଳ ଯୋଗାଉଛି। ଏଥିରେ ଉଭୟ ଘରୋଇ ଓ ବ୍ୟବସାୟ ଅନୁଷ୍ଠାନ ସାମିଲ ଅଛନ୍ତି। ତେବେ ଅଧିକାଂଶ ହୋଟେଲ ଶିଳ୍ପ ପୁରୀ ସହରର ଦୈନନ୍ଦିନ ଆବଶ୍ୟକର ଅଧା ପରିମାଣ ଜଳ ବୋରୱେଲ ଯୋଗେ ବ୍ୟବହାର କରୁଥିବା ସରକାରୀ ସ୍ତରରେ ଆକଳନ କରାଯାଉଛି। ୱାଟକୋ ପ୍ରବନ୍ଧକ ଭବାନୀ ମହାନ୍ତି କହିଛନ୍ତି, ପୁରୀ ସହରରେ ବ୍ୟବସାୟିକ ଅନୁଷ୍ଠାନ ସବୁ ଜଳ ଯୋଗାଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ ମଧ୍ୟ ଏହାର ଏକ ବଡ଼ଭାଗ ବଞ୍ଚିଯାଇଛନ୍ତି। ତେବେ ସ୍ବେରେଜ ଉଦ୍ଦେଶ୍ୟରେ ଅନେକ ହୋଟେଲ ଶିଳ୍ପ ପାଣି ନେଉଥିଲେ ମଧ୍ୟ ପାନୀୟ ଜଳ ନେଉଥିବା ହୋଟେଲ ସଂଖ୍ୟା ଯଥେଷ୍ଟ କମ୍‌।

ଅନ୍ୟପଟେ ୱାଟକୋ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ସୁଦ୍ଧା ପାନୀୟ ଜଳ ପାଇଁ ୩୦ ହଜାର ୭୯୬, ୩୧୯ଟି ସରକାରୀ କାର୍ଯ୍ୟାଳୟ, ୧୧୬ଟି ଶିକ୍ଷା ଓ ସ୍ବାସ୍ଥ୍ୟ ଅନ୍ୟାନ୍ୟ ଅନୁଷ୍ଠାନ ଓ ୨୭୧ଟି ବ୍ୟବସାୟିକ ଅନୁଷ୍ଠାନ ୱାଟ୍‌କୋଠାରୁ ପାଣି ନେଉଛନ୍ତି। ସେହିଭଳି ସ୍ବେରେଜ ବାବଦକୁ ୭୪୧୭ ଗୃହ, ୭୮୫ ବ୍ୟବସାୟିକ ଅନୁଷ୍ଠାନ ଓ ୫୩ଟି ଅନ୍ୟାନ୍ୟ ଅନୁଷ୍ଠାନ ପାଣି ନେଉଛନ୍ତି। ସେହିଭଳି ସମୁଦାୟ ୩୧ହଜାର ୫୦୨ ଜଣଙ୍କୁ ପାନୀୟ ଜଳ ଯୋଗାଣ ଓ ୮୨୫୫ ଜଣଙ୍କୁ ସ୍ବରେଜ ବାବଦକୁ ଜଳଯୋଗାଣ କରାଯାଉଛି। ପୁରୀରେ ହୋଟେଲ ସଂଖ୍ୟା ଅତି କମ୍‌ରେ ଏକ ହଜାର ହେବ। ଏହା ମଧ୍ୟମରେ ବଡ଼ବଡ଼ ହୋଟେଲଠାରୁ ଆରମ୍ଭ କରି ଲଜିଂ ପର୍ଯ୍ୟନ୍ତ ସମସ୍ତେ ସାମିଲ। ମାତ୍ର ଏମାନଙ୍କୁ ଜଳଯୋଗାଣ ପାଇଁ ବାଧ୍ୟ କରାଯାଉ ନାହିଁ। ସେହିଭଳି ମଧୁର ଜଳଭଣ୍ଡାର ଅଞ୍ଚଳରେ ବୋରୱେଲ ନିର୍ମାଣ ବେଆଇନ ହୋଇଥିଲେ ମଧ୍ୟ ଏନେଇ କାହାରି ନିଘା ନାହିଁ। ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ବୋରୱେଲ ନିର୍ମାଣ ପାଇଁ ବ୍ୟବସାୟିକ ଅନୁଷ୍ଠାନକୁ ଅନୁମତି ଦିଆଯାଉନାହିଁ। ଯାଞ୍ଚ ମଧ୍ୟ କରାଯାଉଛି। ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ପୁରୀର ମଧୁର ଜଳଭଣ୍ଡାରକୁ ସୁରକ୍ଷା ଦେବା ଦରକାର। ପର୍ଯ୍ୟଟନ କ୍ଷେତ୍ର ଭାବେ ପୁରୀ କ୍ରମାଗତ ଭାବେ ବିକାଶ ହେଉଛି, ଏଣୁ ଗ୍ରୀନ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ମିଳିତ ଭାବେ ମଧୁର ଜଳଭଣ୍ଡାରକୁ ସୁରକ୍ଷା ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri