ପୂର୍ବତନ ସ୍ତ୍ରୀଙ୍କୁ ୫,୫୦୦ କୋଟି ଦେବେ ଦୁବାଇ ଶାସକ

ଲଣ୍ଡନ, ୨୧ା୧୨: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶାସକ ଶେଖ୍‌ ମହମ୍ମଦ ବିନ୍‌ ରସିଦ୍‌-ଅଲ୍‌-ମୁକ୍ତମ୍‌ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ହାୟା ବିଣ୍ଟ ଅଲ୍‌ ହୁସେନ୍‌(୪୭)ଙ୍କ ମଧ୍ୟରେ ଚାଲିଥିବା ଦୁଇ ଛୁଆଙ୍କ ହେପାଜତ ମାମଲାରେ ମଙ୍ଗଳବାର ରାୟ ଶୁଣାଇଛନ୍ତି ଲଣ୍ଡନ ହାଇକୋର୍ଟ। ଶେଖ୍‌ ମହମ୍ମଦଙ୍କୁ ଜୋର୍ଡାନ୍‌ର ପୂର୍ବତନ ରାଜା ହୁସେନ୍‌ଙ୍କ ଝିଅ ହାୟାଙ୍କୁ ସୁରକ୍ଷା ଏବଂ କ୍ଷତିପୂରଣ ବାବଦକୁ ୫୫୪ ମିଲିୟନ ପାଉଣ୍ଡ (ପ୍ରାୟ ୫,୫୦୦ କୋଟି ଟଙ୍କା) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାୟା ଏବଂ ତାଙ୍କ ଦୁଇ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶ ହାୟାଙ୍କ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି। ଶେଖ୍‌ଙ୍କ ୬ ସ୍ତ୍ରୀଙ୍କ ମଧ୍ୟରୁ ହାୟା ସବୁଠାରୁ ସାନ।

ଫିଲିପ୍‌ ମୋର୍‌ ଶୁଣାଣିବେଳେ କହିଥିଲେ, ହାୟା ଓ ତାଙ୍କ ଦୁଇ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଶେଖ୍‌ ମହମ୍ମଦଙ୍କୁ ଏହି ରାଶି ଦେବାକୁ ପଡ଼ିବ। ହାୟା ଏହି ଅର୍ଥ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ନିମନ୍ତେ ନୁହେଁ ବରଂ ସୁରକ୍ଷା ଏବଂ ଏଥିସହ ବିବାହ ବିଚ୍ଛେଦ ଯୋଗୁ ହୋଇଥିବା କ୍ଷତିର ଭରଣା ପାଇଁ ସେ ଏହି ଦାବି କରିଛନ୍ତି। ବ୍ରିଟିଶ ବଙ୍ଗଳାର ଯତ୍ନ ବାବଦକୁ ୩ ମାସ ମଧ୍ୟରେ ଶେଖ ମହମ୍ମଦ ୨୫୧.୫ ମିଲିୟନ ପାଉଣ୍ଡ(୨୫,୨୩ କୋଟି ଟଙ୍କା) ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁଇ ପିଲା ଜଲିଲା(୧୪) ଏବଂ ଜାଏଦ୍‌(୯)ଙ୍କ ଶିକ୍ଷା ପାଇଁ ଶେଖ୍‌ କିସ୍ତିରେ ୯.୬ ମିଲିୟନ ପାଉଣ୍ଡ (୯୬,୨୭,୫୬,୦୦୮ ଟଙ୍କା) ଦେବେ। ଏହା ବ୍ୟତୀତ ପିଲାମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପ୍ରତିବର୍ଷ ୧୧.୨ ମିଲିୟନ ପାଉଣ୍ଡ (୧,୧୨,୩୨,୪୫,୦୦୧ ଟଙ୍କା) ଦେବାକୁ କୁହାଯାଇଛି। ସେମାନେ ବଡ଼ ହେବା ପର୍ଯ୍ୟନ୍ତ ଶେଖ୍‌ ଏହି ଅର୍ଥ ଦେବେ। ଗ୍ୟାରେଣ୍ଟି ଭାବରେ ଏଚ୍‌ଏସ୍‌ବିସ ବ୍ୟାଙ୍କରେ ୨୯୦ ମିଲିୟନ ପାଉଣ୍ଡ ସିକ୍ୟୁରିଟି ରହିବ। ବ୍ରିଟେନରେ ଛାଡ଼ପତ୍ର ମାମଲାରେ ଏହି କ୍ଷତିପୂରଣ ରାଶି ସର୍ବାଧିକ ବୋଲି କୁହାଯାଉଛି। ତେବେ ହାୟା ଏ ବାବଦରେ ୧.୪ ବିଲିୟନ ପାଉଣ୍ଡ(୧,୪୦,୩୯,୯୫,୩୨,୫୬୦ ଟଙ୍କା) ଦାବି କରିଥିଲେ। ପିଲାମାନଙ୍କୁ ଶେଖ୍‌ ମହମ୍ମଦଙ୍କ ପ୍ରଭାବରୁ ମୁକ୍ତ ରଖିବାକୁ ସେ ଚାହାଁନ୍ତି ବୋଲି ହାୟା କୋର୍ଟରେ କହିଥିଲେ।

ଅଙ୍ଗରକ୍ଷୀଙ୍କ ସହ ପ୍ରେମରେ ପଡ଼ିବା ପରେ ହାୟା ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ୨୦୧୯ ଏପ୍ରିଲରେ ଦୁବାଇରୁ ବ୍ରିଟେନକୁ ପଳାଇ ଆସିଥିଲେ। ଏହାର ପ୍ରାୟ ମାସକ ପରେ ସେ ଛାଡ଼ପତ୍ର ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri