Posted inଫୁରସତ

ସବୁଠୁ ମହଙ୍ଗା ବିରିୟାନୀ; ପ୍ଲେଟ ପିଛା ୨୦ ହଜାର ଟଙ୍କା

ବିରିୟାନୀ ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖାଦ୍ୟ। ଫେଭରାଇଟ୍‌ ଖାଦ୍ୟ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପ୍ରାୟତଃ କେହି ପଛ ଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ଗୋଟେ ପ୍ଲେଟ ଟେଷ୍ଟି ବିରିୟାନୀ ଲାଗି କେତେ ଟଙ୍କା ଖର୍ଚ୍ଚ କରିପାରିବେ ? ୨୦ ହଜାର ଟଙ୍କାରେ ଗୋଟା ପ୍ଲେଟ ବିରିୟାନୀ କିଣିବେ କି? ଆପଣଙ୍କ ଉତ୍ତର ଆମକୁ ଜଣା ନାହିଁ। ମାତ୍ର ଦୁବାଇର ଏକ ରେଷ୍ଟୁରାଣ୍ଟ ତା’ର ସ୍ପେଶାଲ ବିରିୟାନୀକୁ ପ୍ଲେଟ ପିଛା ୨୦ ହଜାର ଟଙ୍କାରେ ବିକିବାକୁ ଲକ୍ଷ୍ୟ ରଖିଛି। ଆଉ ଏହା ଦୁବାଇର ସବୁଠୁ ମହଙ୍ଗା ବିରିୟାନୀ ବୋଲି ଉକ୍ତ ରେଷ୍ଟୁରାଣ୍ଟ ପକ୍ଷରୁ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଦାବି କରାଯାଇଛି।

ଦୁବାଇ ଇଣ୍ଟରନ୍ୟାଶନାଲ ଫାଇନାନ୍ସିଆଲ ସେଣ୍ଟର (ଡିଆଇଏଫ୍‌ସି) ପାଖରେ ଥିବା
‘Bombay Borough’ ନାମକ ରେଷ୍ଟୁରାଣ୍ଟ ନିକଟରେ ‘ରୟାଲ ଗୋଲ୍ଡ ବିରିୟାନୀ’ ଡିଶ୍‌ ଆରମ୍ଭ କରିଛି। ଏହି ବିରିୟାନୀକୁ ସୁନା ପାତ୍ରରେ ବଢ଼ାଯାଉଛି। ସାଫ୍ରୋନ ରଙ୍ଗର ଚାଉଳ ଉପରେ କବାବ, କଶ୍ମୀରି କବାବ, ଦିଲ୍ଲୀ ଲାମ୍ବ ଚପ୍ସ, ରାଜପୁତ ଚିକେନ କବାବ, ମୁଗଲେଇ କୁଫ୍‌ତା ଓ ମଲାଇ ଚିକେନ ରୋଷ୍ଟ ୨୩ କ୍ୟାରେଟ ସୁନା ଫଏଲରେ ଦିଆଯାଉଛି। ଏହା ସହିତ ସର୍ବ କରାଯାଉଛି ବିଭିନ୍ନ ପ୍ରକାର ସସ୍‌, କରି ଓ ରାଇତା। ଏହି ପ୍ଲେଟର ମୂଲ୍ୟ ଭାରତୀୟ ମୂଦ୍ରାରେ ୨୦ ହଜାର ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବେଳାଭୂମି, ଯେଉଁଠି ବିନା ପୋଷାକରେ ଭ୍ରମଣକୁ ରହିଛି ଅନୁମତି

ଭାରତୀୟ ନିୟମ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ନଗ୍ନତାକୁ ଅନୁମତି ଦିଆଯାଇନାହିଁ। ମାତ୍ର ଏମିତି କିଛି ଦେଶ ରହିଛି, ଯେଉଁଠି ନଗ୍ନତାକୁ ମଧ୍ୟ ଅନୁମତି ଦିଆଯାଇଛି। ଫ୍ଲୋରିଡ଼ାରେ...

ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ

ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ...

ପ୍ଲାଷ୍ଟିକ ବଦଳରେ କାଚ, ମେଟାଲ ବୋତଲରେ ସପ୍ଲାଏ ହେବ କ୍ଷୀର

ଓ୍ବାଶିଂଟନ୍‌,୧୩ା୩ : ପ୍ଲାଷ୍ଟିକ ମୁକ୍ତ ପାଇଁ ଆମେରିକା ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି କ୍ଷୀର ପ୍ଲାଷ୍ଟିକ ବଦଳରେ କାଚ ଏବଂ ମେଟାଲ ବୋତଲରେ...

ବିଶ୍ୱର ସବୁଠୁ ଅପରିଚ୍ଛନ୍ନ ବ୍ୟକ୍ତିଙ୍କ ବିୟୋଗ

ତେହେରାନ୍‌: ସୁସ୍ଥ ଶରୀର ପାଇଁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ନିହାତି ଦରକାର। ଏଥିଲାଗି ନିୟମିତ ଗାଧୋଇବା ଜରୁରୀ। କିନ୍ତୁ ଦୁନିଆରେ ଏମିତି କିଛି ଲୋକ...

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ...

୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ...

ଏମିତି ଦେଶ ଯେଉଁଠି ସମସ୍ତଙ୍କୁ ଜଣା ଅସ୍ତ୍ରଶସ୍ତ୍ର ଚାଳନା

ଇସ୍ରାଏଲ ବିଶ୍ୱ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚିତ। ବିଶ୍ୱ ରାଜନୀତି ଓ ଇତିହାସ ଦୃଷ୍ଟିରୁ ଏହାର ରହିଛି ବିଶେଷତା। ଏଠି ମହିଳାଠାରୁ ପୁରୁଷ...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

Advertisement
Archives

Model This Week