ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା

ଦୁବାଇ,୧୩।୪: ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ସହ ଶୁଭେଚ୍ଛା ଜଣାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଏମିତି କେତେକ ଦେଶ ଅଛି ଯେଉଁଠାରେ ରମଜାନ ସମୟରେ ସମସ୍ତ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଥାଏ। ଏଥିରେ ଦୁବାଇ ମଧ୍ୟ ସାମିଲ ରହିଛି। ଯେଉଁଠାରେ ରମଜାନ ସମୟରେ ସମସ୍ତ ରେଷ୍ଟୁରାଣ୍ଟଗୁଡ଼ିକରେ ପରଦା ଲଗାଯାଇଥାଏ। ଉପବାସ ରଖୁଥିବା ଲୋକଙ୍କ ଆଖିରୁ ଖାଦ୍ୟ ସାମଗ୍ରୀକୁ ଦୂରେଇ ରଖିବା ପାଇଁ ଏଭଳି କରାଯାଇଥାଏ। କିନ୍ତୁ ଏବେ ଦୁବାଇର ଏହି ନିୟମରେ ପରିବର୍ତ୍ତନ ଆଣାଯାଇଛି। ବାହାରେ ଖାଦ୍ୟ ଖାଇବାକୁ ରୁଚି ରଖୁଥିବା ଲୋକମାନେ ଏବେ ରମଜାନ ସମୟରେ ରେଷ୍ଟୁରାଣ୍ଟରେ ଭୋଜନ କରିପାରିବେ। ଏଣିକି ରୋଜା ସମୟରେ ଦୁବାଇର ପର୍ଯ୍ୟଟକ ଓ ରୋଜା ରଖୁ ନ ଥିବା ଲୋକମାନଙ୍କ ପାଇଁ ଏହା ଏବେ ବନ୍ଦ ହେବ ନାହିଁ। ସୂଚନା ମୁତାବକ ଦୁବାଇରେ ଦୀର୍ଘ ଦିନରୁ ରମଜାନ ସମୟରେ ରେଷ୍ଟୁରାଣ୍ଟରେ ପରଦା ପକାଇବାର ଏକ ପ୍ରଥା ଚାଲିଆସିଥିଲା। ତେବେ ଏହି ପରମ୍ପରାକୁ ଏବେ ଭଙ୍ଗ କରାଯାଇଛି। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଏପ୍ରିଲ ୧୧ରେ ଅର୍ଥନୈତିକ ବିକାଶ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ପୋଲିସ ଅଫିସର ହେଲେ ପ୍ରଥମ ହିନ୍ଦୁ ଯୁବତୀ

ଇସଲାମାବାଦ: ଜଣେ ହିନ୍ଦୁ ଯୁବତୀ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପୋଲିସ ଅଫିସର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ...

ଜେଲେନସ୍କିଙ୍କୁ ୭ ଦିନରେ ୩ ଥର କରାଯାଇଥିଲା ହତ୍ୟା ଉଦ୍ୟମ!

କ୍ୱିଭ,୪ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ଆଜି ହେଉଛି ନବମ ଦିନ । ୨୪ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏବେ...

କ୍ୟାନସରରୁ ବି ଦୂରେଇ ରଖେ ଏହି ଥେରାପି…

ୟୁରିନ୍‌ ଥେରାପି ସୁସ୍ଥ ରହିବାର ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍‌ରେ ବି କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ...

ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…

ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ...

କ୍ୱିଭ୍‌ ଉପାନ୍ତରୁ ରୁଷିଆ ବେଦଖଲ

କ୍ୱିଭ୍‌, ୨୩ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୨୭ ଦିନରେ ପହଞ୍ଚିଥିବା ବେଳେ ଲଢ଼େଇ ଥମିବାର କୌଣସି ଉପାୟ ବାହାରିପାରିନାହିଁ। ଉଭୟ ପକ୍ଷଙ୍କ ପ୍ରତିନିଧି ପୂର୍ବରୁ ସ୍ଥଗିତ...

ଏହି କୋର୍ସରେ ଫେଲ୍‌ ହେଲେ ସାରା ଜୀବନ ରହିବେ ଅବିବାହିତ

ଜାକର୍ତ୍ତା,୨୮।୧୧: ବିବାହକୁ ନେଇ ଇଣ୍ଡୋନେସିଆ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ ପରେ ଯେମିତି ଦାମ୍ପତ୍ୟ ଜୀବନରେ କୌଣସି ବିଭ୍ରାଟ ନ ଘଟେ...

ଜଳୁଛି ଆମାଜନ ଜଙ୍ଗଲ

ହୁମାଇଟା,୨୪।୮: ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ହୁ ହୁ ହୋଇ ଜଳୁଛି। ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ...

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୬ ।୧୦: ପଦାର୍ଥ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ରୋଜର ପେନରୋଜ, ରିନହାର୍ଡ ଗେନଜେଲ ଓ...

Advertisement
Archives

Model This Week