ଶୁଖି ଆସିଲାଣି ଘୋଡ଼ାହାଡ଼ ଡ୍ୟାମ :ମରୁଡି ଆଶଙ୍କା

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର)ଦିଗପହଣ୍ଡିି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସଭା ଗୃହରେ ବୁଧବାର ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ପରିବର୍ଦ୍ଧିତ ଅଳଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା ସଭାରେ ଦିଗପହଣ୍ଡି ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ଏ ଗୋପାଳ ରାଓ, ସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ ମହାପାତ୍ର, ଇଂ. ନିରଞ୍ଜନ ସାହୁ, ଇଂ.କ୍ଷୀରୋଦ ବେହେରା, ଶୀର୍ଷ କମିଟି ସମ୍ପାଦକ କୀର୍ତ୍ତିଚନ୍ଦ୍ର ଗୌଡ ଓ କୋଷାଧ୍ୟକ୍ଷ ରାମନାଥ ବିଷୋୟୀଙ୍କ ସମେତ ୨୧ ପାଣି ପଞ୍ଚାୟତ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଘୋଡାହାଡ଼ ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବ କାରଣରୁ ଡ୍ୟାମର ଜଳସ୍ତର କ୍ରମଶଃ ହ୍ରାସ ପାଇ ବୁଧବାର ଅପରାହ୍ନ ସୁଦ୍ଧା ୧୦୯.୩୫ ମିଟରରେ ପହଞ୍ଚିଛି। ଯାହାକି ଏହି ଡ୍ୟାମର ଜଳରାଶି ଉପରେ ନିର୍ଭର କରୁଥିବା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ବହୁ ଚାଷ ଜମି ପ୍ରଭାବିତ ହୋଇଥିବା ଜଣାପଡିଛି। ଏପରିକି ଡ୍ୟାମରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କେନାଲ ଯୋଗେ ଡ୍ୟାମରୁ ପାଣି ଛଡ଼ା କାର୍ଯ୍ୟ ଚାଲୁ ରହିଛି। ଏଭଳି ସ୍ଥିତିରେ ଡ୍ୟାମରୁ ଆଉ ମାତ୍ର ୫ ଦିନ ପାଣି ଛଡାଯିବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ବର୍ଷା ନହେଲେ ଚଳିତ ବର୍ଷ ମରୁଡି ହେବା ନେଇ ଘୋଡାହାଡ଼ ସେଚାଞ୍ଚଳର ସମସ୍ତ ପାଣି ପଞ୍ଚାୟତ କମିଟି ସଦସ୍ୟଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ପାଣି ସରିବା ଯାଏ ଡ୍ୟାମରୁ କେନାଲ ଯୋଗେ ଜଳଯୋଗାଣ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏପରିକି ଘୋଡାହାଡ଼ ସେଚାଞ୍ଚଳ ଅଧିନରେ ଥିବା ସମସ୍ତ ଅଚଳ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଜରୁରୀକାଳୀନ ଭିତ୍ତିରେ ଜଳସମ୍ପଦ ବିଭାଗ ଦ୍ୱାରା ମରାମତି କରାଯାଇ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ସଭାରେ ପ୍ରସ୍ତାବ ଆଗତ କରାଯାଇଥିଲା। ସେହିପରି ଦିଗପହଣ୍ଡି ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ନିମନ୍ତେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?