Odisha Elections 2024
Posted inଜାତୀୟ

ନିର୍ବାଚନ ହେଉଥିବା ୫ ରାଜ୍ୟରୁ ୧,୭୬୦ କୋଟିର ନିଶାଦ୍ରବ୍ୟ, ନଗଦ ଅର୍ଥ ଜବତ

ନୂଆଦିଲ୍ଲୀ,୨୦ା୧୧: ନିର୍ବାଚନ ଅନୁଷ୍ଠିତ ହେଉଥିବା ୫ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୭୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଡ୍ରଗ୍ସ, ମଦ, ମୂଲ୍ୟବାନ୍‌ ଧାତୁ ଓ ନଗଦ ଅର୍ଥ ଜବତ ହୋଇଥିବା ନିର୍ବାଚନ କମିଶନ ସୋମବାର କହିଛନ୍ତି। ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲକ୍ଷ୍ୟରେ ଏହି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଥିଲା। ଅକ୍ଟୋବର ୯ରେ ନିର୍ବାଚନ ଘୋଷଣା ହେବା ପରଠାରୁ ଏହିସବୁ ସାମଗ୍ରୀ ଜବତ ହୋଇଛି, ଯାହା ୨୦୧୮ରେ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ହୋଇଥିବା ଜବତ ତୁଳନାରେ ୭ ଗୁଣ। ୨୦୧୮ ନିର୍ବାଚନ ବେଳେ ୨୩୯.୧୫ କୋଟି ଟଙ୍କାର ମଦ, ଉପହାର ସାମଗ୍ରୀ ଓ ନଗଦ ଅର୍ଥ ଜବତ ହୋଇଥିଲା। ଇତିମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମରେ ଭୋଟ ଶେଷ ହୋଇଥିବାବେଳେ ରାଜସ୍ଥାନରେ ଆସନ୍ତା ୨୫ ଏବଂ ତେଲଙ୍ଗାନାରେ ୩୦ ତାରିଖରେ ଅନୁଷ୍ଠିତ ହେବ। ପୂର୍ବରୁ ଗୁଜରାଟ, ହିମାଚଳପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ନାଟକରେ ହୋଇଥିବା ନିର୍ବାଚନ ବେଳେ ୧,୪୦୦ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା, ଯାହା ପୂର୍ବ ନିର୍ବାଚନ ତୁଳନାରେ ୧୧ ଗୁଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri