Posted inଜାତୀୟ

ପାକିସ୍ତାନ-ଚାଇନାରୁ ଭାରତକୁ ଆସୁଛି ଡ୍ରଗ୍ସ୍‌

ନୂଆଦିଲ୍ଲୀ, ୧୪।୯: ଦେଶରେ ଡ୍ରଗ୍ସ୍‌ କାରବାର ଯୋଗୁ ଯୁବପିଢ଼ିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ପାକିସ୍ତାନ ଏବଂ ଚାଇନାରୁ ଭାରତକୁ ଚୋରାରେ ଡ୍ରଗ୍ସ୍‌ ଆସୁଛି। ଏନେଇ ଭାଜପା ଏମ୍‌ପି ରବି କିଶନ୍‌ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି। ନେପାଳ ଏବଂ ପଞ୍ଜାବ ବାଟେ ଡଗ୍ସ୍‌ ଦେଶର ଅନ୍ୟ ସ୍ଥାନକୁ ଯୋଗାଣ କରାଯାଉଛି। ଯୁବପିଢ଼ିଙ୍କୁ ନଷ୍ଟ କରିବା ଲାଗି ଚାଇନା ଏବଂ ପାକିସ୍ତାନ ଏଭଳି ଷଡ଼ଯନ୍ତ୍ର ରଚିଥିବା ସେ ଅଭିଯୋଗ କରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଉପଯୁକ୍ତ ଯାଞ୍ଚ୍‌ ହେବା ସହିତ ଏହାର ଡ୍ରଗ୍ସ୍‌ ଲିଙ୍କ୍‌ ରହିଛି କି ନାହିଁ ତାହାର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପଡ଼ୋଶୀ ଦେଶ ଚାଇନା ପାକିସ୍ତାନରୁ ପ୍ରତିବର୍ଷ ଭାରତକୁ ଡ୍ରଗ୍ସ୍‌ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟହତ ରହିଛି। ସେହିପରି ସୀମାପାର୍‌ ଡ୍ରଗ୍ସ୍‌ କାରବାର ଉପରେ ସରକାର ସ୍ବତନ୍ତ୍ର ରଣନୀତି ଅନୁସାରେ କାର୍ଯ୍ୟ ଜାରି ରଖିଛନ୍ତି। ଅଗାମୀ ଦିନରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri