କରୋନା ସଂକ୍ରମଣରୁ ଦୂରେଇ ରଖିବ ଏହି ଔଷଧ

ସିକାଗୋ, ୧୬।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ରୁଷ୍‌ ଏବଂ ଚାଇନାରେ କରୋନା ଟୀକା ମଧ୍ୟ ପ୍ରସ୍ତୁତି ସରିଛି। ତେବେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଔଷଧ ପ୍ରସ୍ତୁତ କରାଯାଇଛି। ଇବ୍‌ସେଲେନ୍‌ ନାମକ ଏହି ଔଷଧ ସାଧାରଣ, ମଧ୍ୟମ ତଥା ଗୁରୁତର ଲକ୍ଷଣ ପ୍ରକାଶ ପାଇଥିବା କରୋନା ଆକ୍ରାନ୍ତଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରି ସଂକ୍ରମଣକୁ ରୋକିବାକୁ ସକ୍ଷମ ହୋଇପାରିବ। ଇତିମଧ୍ୟରେ ଏହାର ସଫଳ ପରୀକ୍ଷା ଶେଷ ହୋଇଛି। ଏଥିରେ ଆଣ୍ଟି ଭାଇରାଲ, ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ଅକ୍ସିଡେଟିଭ୍‌ ଆଦି ଗୁଣ ରହିଛି। ଏହାକୁ ନିୟମିତ ଅନ୍ତରରେ ଆକ୍ରାନ୍ତଙ୍କଠାରେ ପ୍ରୟୋଗ କଲେ ଗୁରୁତର ସ୍ଥିତିକୁ ସହଜରେ ଦୂରେଇ ହେବ ବୋଲି ପ୍ରଫେସର ଜୁଆନ୍‌ ଡେ ପାବୋଲୋ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଷ୍ଟେସନରେ ଅପରାହ୍ନରେ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ୍‌: ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଭଦ୍ରକ ଅଫିସ, ୧୨।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବ। ଏଥିପାଇଁ ପ୍ରଶାସନ ଓ ରେଲୱେ ପକ୍ଷରୁ...

ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ...

ଓବାମାଙ୍କୁ ବୋମା ପଠାଇ ଫଶିଗଲେ ଡେଲିଭରୀ ବୟ

ଓ୍ବାଶିଂଟନ,୬।୮: ଆମେରିକାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ପିଜା ଡେଲିଭରୀ ବୟଙ୍କୁ ଅଦାଲତ ୨୦ ବର୍ଷର ସଜା ଶୁଣାଇଛନ୍ତି। ଯୁବକ...

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

ରାୟପୁର,୧୩।୮: ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି। ଏହିକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ...

ବଳାତ୍କାରୀଙ୍କୁ କରାଯିବ ନପୁଂସକ: କଡ଼ା ଆଇନକୁ ମଞ୍ଜୁରୀ  !

ଇସଲାମାବାଦ୍‌,୨୫।୧୧: ଏବେ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ମିଳିବ। ସେମାନଙ୍କୁ ନପୁଂସକ କରି ଦିଆଯିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ନୂଆ ଆଇନକୁ ମଞ୍ଜୁରୀ...

ଓମାର ଅବଦ୍ଦୁଲା କରୋନା ପଜିଟିଭ୍‌

ଶ୍ରୀନଗର,୯।୪: ନ୍ୟାସନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଓମାର ଟୁଇଟ କରି ସୂଚନା ଦେଇଛନ୍ତି।...

ରାଜଧାନୀରେ ସର୍ବାଧିକ କରୋନା ଯୋଦ୍ଧା ସଂକ୍ରମିତ…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନେ ଏବେ ଅଧିକରୁ ଅଧିକ କରୋନାରେ ଆକ୍ରାନ୍ତ...

୩ ବର୍ଷ ପରେ କୁଳଭୂଷଣଙ୍କୁ ମିଳିଲା କନ୍‌ସୁଲାର ଆକ୍ସେସ: ସାକ୍ଷାତ୍‌କାର କଲେ ଡେପୁଟି ହାଇ କମିଶନର

ଇସ୍‌ଲାମାବାଦ,୨।୯: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ୩ ବର୍ଷ ପରେ କନ୍‌ସୁଲାର ଆକ୍ସେସ ମିଳିଛି। ସୋମବାର ଭାରତୀୟ ଡେପୁଟି ହାଇ କମିଶନର ଗୌରବ...

Advertisement

BGU

Archives

Model This Week

Why Dharitri