ଆସିକାରେ ଚାଞ୍ଚଲ୍ୟ: ସଂକ୍ରାନ୍ତିରେ ପୂଜା ସାରି ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ହତ୍ୟା

ଆସିକା,୧୬ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ରବିବାର ସକାଳେ ଶିବମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମ ସଂଲଗ୍ନ ହରିଡ଼ାପଦର ଗ୍ରାମର ରଞ୍ଜିତା ନାହାକ। ରଞ୍ଜିତା ସଂକ୍ରାନ୍ତି ଲାଗି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଫେରୁଥିଲା ବେଳେ ଅଭିଯୁକ୍ତ ଜଣକ ଏକ ଲୁହାରଡ୍‌ରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ ା ଘଟଣାସ୍ଥଳରେ ହିଁ ରଞ୍ଜିତାଙ୍କ ପ୍ରାଣହାନି ଘଟିଥିଲା ା ତେବେ ଏହି ହତ୍ୟା ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି ା ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି। ପୂର୍ବ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ରଞ୍ଜିତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ରଞ୍ଜିତାଙ୍କ ସ୍ବାମୀ ସୁଦାମ ନାହାକ ଆସିକା ଥାନାରେ ଅଭିଯୋଗ କରିଛନ୍ତି ା ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ଭିତ୍ତିକରି ଆସିକା ଥାନାରେ ୪୧୩/୨୦ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍କାଘର କରାଇଦେବାକୁ କହି ମହିଳାଙ୍କୁ ଠକେଇ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୨୭।୭: ଗତ ଜୁନ୍‌ ମାସ ୨୫ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ମହିଳାଙ୍କୁ ପକ୍କା ଘର କରାଇଦେବାକୁ କହି ସୁନା ଚେନ୍‌...

ବୃଦ୍ଧଙ୍କୁ ଆକ୍ରମଣ କରି ତିନି ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୧୮।୨(ସ୍ବ.ପ୍ର.): ସିଜେଏମ୍‌ କୋର୍ଟର ଚିଫ ଜୁୁଡିଶିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଶୁକ୍ରବାର ଏକ ମାମଲାର ଶୁଣାଣି କରିଛନ୍ତି। ଜଣେ ଆକ୍ରମଣକାରୀଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ କରିବା...

କବି ରମେଶଙ୍କୁ ଶ୍ରେଷ୍ଠ ସାହିତ୍ୟ ସମ୍ମାନ

ବଇଣ୍ଡା,୧୫।୭ (ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ କବି ରମେଶଚନ୍ଦ୍ର ମିଶ୍ରଙ୍କୁ ରବିବାର ଶ୍ରେଷ୍ଠ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦୁଝର ଘଟଗାଁରେ...

କରୋନା ଜାଲରେ କଟକ ସହର: ଚିହ୍ନଟ ହେଲେ ଆଉ ୧୧ ଆକ୍ରାନ୍ତ

କଟକ ଅଫିସ, ୪।୭: କଟକରେ ଶନିବାର ଆଉ ୧୧ ନୂଆ କରୋନା ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା...

୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ...

ଧାନ ଅମଳରେ ପଞ୍ଜୀକୃତ ଶ୍ରମିକଙ୍କୁ ନିୟୋଜନ ଦାବିକଲା ଚାଷୀ ସଂଗଠନ

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ଧାନ ଅମଳରେ କୃଷି ଶ୍ରମିକଙ୍କ...

ନଳକୂପ ନାହିଁ, ନାଳରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ଅନୁସୂଚିତ ଜନଜାତି କୁଟିଆ କନ୍ଧଙ୍କ ପାଇଁ ରାଜ୍ୟ ସରକାର ସ୍ଥାପନ କରିଛନ୍ତି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)। କୁଟିଆ କନ୍ଧଙ୍କ ସର୍ବାଙ୍ଗୀନ ଉନ୍ନତି...

‘ପାଇକ ବିଦ୍ରୋହ ଓଡ଼ିଶାକୁ ଗୌରବାନ୍ବିତ କରିଛି’

ଖୋର୍ଦ୍ଧା ଅଫିସ,୨୬ା୧: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୩ତମ ସାଧାରଣତନ୍ତ୍ର ଦିବସ ବିଜେବି ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ(ଆରଡିସି)ର ଗୋପବନ୍ଧୁ ଶତପଥୀ...

Advertisement
Archives

Model This Week