ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର

ପଟ୍ଟାମୁଣ୍ଡାଇ,୨୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବଢି ଚାଲିଛି। ବ୍ରାଉନସୁଗାର, ଗଞ୍ଜେଇ, ଅଫିମ, ବିଦେଶୀ ଓ ଦେଶୀ ମଦ ବ୍ୟାପକ ଭାବେ ଚୋରାରେ ବିକ୍ରି ଚାଲିଛି। ଏହାର କବଳରେ ପଡି ଯୁବବର୍ଗ ବିଭିନ୍ନ ପ୍ରକାରର ଆପରାଧିକ କାର୍ଯ୍ୟ କରୁଛନ୍ତି। ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଝିଅ ଓ ବୋହୂମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଏହାକୁ ପ୍ରୋତ୍ସାହନ ପ୍ରଦାନ କରି ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଜନ ସଚେତନତା ଉପରେ ମଧ୍ୟ ବିଭାଗ ଧ୍ୟାନ ଦେଉନାହିଁ। କେବଳ ଉପରଠାଉରିଆ ଭାବେ କେତେବେଳେ କେମିତି ଚଢାଉ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି। କିନ୍ତୁ ବିଭାଗ ପକ୍ଷରୁ ମଝିରେ ମଝିରେ ଉପର ଠାଉରିଆ ଚଢାଉ କରାଯାଉଛି। ଚୋରା ବ୍ୟବସାୟୀଙ୍କଠାରୁ ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ମାତ୍ରାଧିକ ଅନୁକମ୍ପା ଦେଖାଉଛନ୍ତି। ଏହାବାଦ୍‌ ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ଜିଲା ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ଟାର୍ଗେଟ୍‌ ଦିଆଯାଉଛି। ଏହି ଅନୁଯାୟୀ ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ କୋହଳ ମାମଲା ରୁଜୁ ହେବା ସହ ଟାର୍ଗେଟ ପୂରଣ ହେଉଛି। ହେଲେ ବିଭାଗୀୟ ଅଧିକାରୀମାନେ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ କୋହଳ ଚାର୍ଜଶିଟ୍‌ ଦାଖଲ କରିବାରୁ ସହଜରେ ଜାମିନ ମିଳିଯାଉଛି। ଜାମିନ ପାଇଲା ପରେ ପୁଣି ଅଭିଯୁକ୍ତମାନେ ସେମାନଙ୍କ ବ୍ୟବସାୟ ଚଳାଉଛନ୍ତି। ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କହିଛନ୍ତି, ଅବକାରୀ ବିଭାଗ ଅସାଧୁ କର୍ମଚାରୀମାନେ ନିଶା ବ୍ୟବସାୟୀମାନଙ୍କଠାରୁ ସବିଧା, ସୁଯୋଗ ହାତେଇ ଅନେକ ସମୟରେ ମାମଲାକୁ ରଫାଦଫା କରି ଦେଉଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଲା ପୋଲିସ କୌଣସି ମାମଲା କଲେ ପ୍ରିଲିମିନାରୀ ସାର୍ଜଶିଟ୍‌ ଦିଏ। ଶେଷରେ ଫାଇନାଲ ଚାର୍ଜଶିଟ୍‌ ଦେଇଥାଏ। ହେଲେ ଅବକାରୀ ବିଭାଗ ଥରକରେ ଫାଇନାଲ ଚାର୍ଜଶିଟ୍‌ ଦେଇଥାଏ। ଯେହେତୁ ୬ ମାସ ଭିତରେ ଚାର୍ଜଶିଟ୍‌ ଦେବାକୁ ପଡୁଛି, ତେଣୁ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ଦାବି କରିଥାନ୍ତି। ଯେଉଁମାନେ ଟଙ୍କା ଦେବାରେ ବିଳମ୍ବ କରିଥାନ୍ତି, ସେମାନଙ୍କ ଚାର୍ଜଶିଟ୍‌ ଦାଖଲରେ ମଧ୍ୟ ଜାଣିଶୁଣି ବିଳମ୍ବ କରାଯାଉଥିବା ଚର୍ଚ୍ଚା ହେଉଛି। ସେହିପରି ବଜାରରେ ଅନେକ ସମୟରେ ନିଷିଦ୍ଧ ମାଦକ ଦ୍ରବ୍ୟ ବିକ୍ରି ହେଉଛି। ଏହା ସେବନ କଲେ ଜୀବନ ପ୍ରତି ବିପଦ ଥାଏ। ତେଣୁ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ରହିଛି। ଏଥିରେ ଅବକାରୀ, ପୋଲିସ, ବନ କର୍ମଚାରୀ ସମେତ ଭେଷଜ ନିରୀକ୍ଷକ ରହିଛନ୍ତି। ସ୍କ୍ବାଡ ପକ୍ଷରୁ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ସଙ୍ଗଠନ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା କଥା। ଏ ନେଇ ଅବକାରୀ ବିଭାଗକୁ ବାର୍ଷିକ ଅନୁଦାନ ଆସୁଛି। ଏ ସମ୍ପର୍କରେ ଅବକାରୀ ବିଭାଗ ଇନ୍ସପେକ୍ଟର କମଳ ପାଇକରାୟଙ୍କୁ ପଚାରିବାରେ ସଚେତନତା ସୃଷ୍ଟି ପାଇଁ ଯେଉଁ ଅର୍ଥ ଆସୁଛି, ସେଥିରେ ରଥ ପରିକ୍ରମା ସହ ୨ଟି କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ସହ ବେଆଇନ ମାଦକ ଦ୍ରବ୍ୟ କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri