ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା ସନ୍ଦେହରେ ୫ ଜଣ କଏଦୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମଙ୍ଗଳବାର ସନ୍ଧ୍ୟାରେ ଜେଲ ଭିତରେ ୫ ଜଣ କଏଦୀ ହଠାତ୍ ବାନ୍ତି କରିବା ସହ ଅଚେତ ହୋଇପଡ଼ିଥିଲେ। ପ୍ରଥମେ ସେମାନଙ୍କୁ ଜେଲ ହସ୍ପିଟାଲରେ ଚିକିତ୍ସା ଦିଆଯାଇଥିଲା। ଅବସ୍ଥା ସଙ୍କଟଜନକ ହେବାରୁ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅସୁସ୍ଥ କଏଦୀଙ୍କ ମଧ୍ୟରେ ଜଣେ ସଜାପ୍ରାପ୍ତ କଏଦୀ ଓ ଅନ୍ୟମାନେ ବିଚାରାଧୀନ ବନ୍ଦୀ ଥିବା ଜଣାପଡ଼ିଛି।

ଘଟଣାର ସୂଚନା ପାଇବା ପରେ ଡିସିପି ଜଗମୋହନ ମୀନା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ହସ୍ପିଟାଲ ପରିସରରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜେଲ ପାଚେରୀ ବାହାରୁ ଟେନିସ୍ ବଲ୍‌ ଭିତରେ ଡ୍ରଗ୍ସ ଓ ଗଞ୍ଜେଇ ଭରି ନିର୍ଦ୍ଦିଷ୍ଟ ସମୟରେ ଭିତରକୁ ଫିଙ୍ଗାଯାଉଛି। ଏହି ବଲ୍‌ଗୁଡ଼ିକ ପରେ କିଛି ନିର୍ଦ୍ଦିଷ୍ଟ କଏଦୀଙ୍କ ପାଖରେ ପହଞ୍ଚୁଥିବା ଅଭିଯୋଗ ରହିଛି। ମଙ୍ଗଳବାର ସକାଳେ ଏଭଳି ଭାବେ ଜେଲ ଭିତରକୁ ନିଶାଦ୍ରବ୍ୟ ପହଞ୍ଚିଥିବା ଏବଂ ସନ୍ଧ୍ୟାରେ ୫ ଜଣ କଏଦୀ ତାହା ସେବନ କରିଥିବା ଚର୍ଚ୍ଚା ହେଉଛି।

ତେବେ କଏଦୀମାନଙ୍କ ଅସୁସ୍ଥତାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ। ଅନ୍ୟପଟେ, ଜେଲ ଭିତରେ ଚାଲିଥିବା କଥିତ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିବା ପାଇଁ ସଂପୂର୍ଣ୍ଣ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ମାନବାଧିକାର କର୍ମୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ସବୁ ପ୍ରାଣୀ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା: ଚିକିତ୍ସା ଅଭାବରେ ହନ୍ତସନ୍ତ ପଶୁପାଳକ

ଅମରପାଲି, ୧୧।୧୧ (ପୀତାମ୍ବର ସାହୁ): ସରକାର ଗ୍ରାମାଞ୍ଚଳରେ ପଶୁପାଳନ ଓ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା…

ଜୋର୍‌ ଧରିଲା ଧାନ ଅମଳ, ବସିନି ସଂଗ୍ରହ କମିଟି ବୈଠକ

ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ): ସର୍ବାଧିକ ଧାନ ଅମଳ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଧାନ ଅମଳ କରୁଥିବା ଜିଲାର ଚାଷୀଙ୍କ ଦୁଃଖ ଅସମାହିତ ରହି…

ତୃତୀୟ ଥର ପାଇଁ ବାହାର ରାଜ୍ୟକୁ କନ୍ଧମାଳ ହଳଦୀ ବିକ୍ରି କଲେ ମହିଳା

ଦାରିଙ୍ଗବାଡ଼ି, ୧୧/୧୧ (ଅରୁଣ ସାହୁ): କନ୍ଧମାଳ ହଳଦୀ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ବେଳେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ପ୍ରଡ୍ୟୁସର…

ଭିତ୍ତିଭୂମି ଖୋଜୁଛି ୧୬୩ ବର୍ଷର ଶିକ୍ଷାନୁଷ୍ଠାନ

କେନ୍ଦ୍ରାପଡ଼ା, ୧୧।୧୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ାରେ ୧୮୬୩ରେ ମିଡିଲ ଭର୍ନାକୁଲାର ସ୍କୁଲ ଆରମ୍ଭ ହୋଇଥିଲା। ୧୮୮୩ରେ ଏହା ଜିଲାର ପ୍ରଥମ ଇଂଲିଶ ହାଇ ସ୍କୁଲରେ ପରିଣତ ହେଲାା ଆଳି…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ରିଲ୍ସ ନୁହେଁ, ପରିବେଶ ସଚେତନତା ଜରୁରୀ

ଯୁବପିଢ଼ି ଚାହିଁଲେ ପରିବେଶ ପ୍ରଦୂଷଣ ରୋକିପାରିବେ ଆମେ ଦୈନନ୍ଦିନ ଜୀବନରେ ଜଳ ଓ ବାୟୁ ବ୍ୟବହାର କରୁଛୁ। ଯଦି ଜଳ ଓ ବାୟୁ ପ୍ରଦୂଷିତ ହେବ, ତେବେ…

ପୃଥିବୀର ମାଲିକ

ବିଶ୍ୱର ଅନ୍ୟତମ ପ୍ରମୁଖ ଟେକ୍‌ କମ୍ପାନୀ ତଥା ଏଆଇ ଆଧାରିତ ଅତ୍ୟାଧୁନିକ ଚିପ୍ସ ପ୍ରସ୍ତୁତ କରୁଥିବା ଆମେରିକାର ଏନ୍‌ଭିଡିଆ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?