ଚୁଡ଼ି ବେପାରୀରୁ ଆନ୍ତଃରାଜ୍ୟ ନିଶା ମାଫିଆ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ମଙ୍ଗଳବାର ଭୁବନେଶ୍ୱରରୁ ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦୨ ଗ୍ରାମର ନିଷେଧ ନିଶାଦ୍ରବ୍ୟ ‘କୋକେନ’ ଜବତ କରିଥିଲା। ତେବେ କୋକେନ କାରବାର ଧରାପଡ଼ିବା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବାବେଳେ ଏହାକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚର ଚିନ୍ତା ବଢ଼ିଛି। ପୂର୍ବରୁ ବ୍ରାଉନସୁଗାର, ଗଞ୍ଜେଇ ଆଦି ବେଆଇନ ନିଶାଦ୍ରବ୍ୟ କାରବାର ରୋକିବାରେ ସଫଳ ହୋଇ ନ ଥିବା ଓଡ଼ିଶା ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ପାଇଁ ବିଦେଶୀ କୋକେନ ଆଉଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଜେଲରେ ଥିବା ରାଜସ୍ଥାନର ୨ ଅଭିଯୁକ୍ତ ରବି ସିଂ ଓ ସନ୍ନି କୁମାରଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ଏସ୍‌ଟିଏଫ୍‌। କୋକେନ କାରବାରରେ ରବି ଓ ସନ୍ନିଙ୍କ ବିଦେଶ ଲିଙ୍କ୍‌ ରହିଥିବାରୁ ଗୁରୁତ୍ୱ ଆହୁରି ବଢ଼ିଯାଇଛି। ଏଥିସହ ଭୁବନେଶ୍ୱରର ବଡ଼ ବଡ଼ ହୋଟେଲ ଓ ହାଟ ବଜାରରେ ଏହି କାରବାର ଚାଲିଥିବା ସନ୍ଦେହ କରାଯାଉଛି। କାରଣ ସନ୍ନି ଭୁବନେଶ୍ୱର ସାଲିଆସାହିର ତାରିଣୀ ବସ୍ତିରେ ରହିବା ସହ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଚୁଡ଼ି ଓ କସ୍‌ମେଟିକ୍ସ ଦୋକାନ କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। କିନ୍ତୁ ସ୍ଥାୟୀ ନା ଅସ୍ଥାୟୀ ତାହା ଜଣାପଡି ନାହିଁ। ତେବେ ଏହା ଏକ ପ୍ରମୁଖ ମାର୍କେଟ ହୋଇଥିବାରୁ ସାରା ରାଜ୍ୟରୁ ବିଭିନ୍ନ ବର୍ଗର ଲୋକ ଓ ବ୍ୟବସାୟୀ ଏଠାକୁ ଆସିଥାନ୍ତି। ତେଣୁ ସେ ତାଙ୍କ ଦୋକାନରେ ଚୁଡ଼ି ବେପାର ଆଳରେ କୋକେନ ଭଳି ନିଶା କାରବାର କରୁଥିଲେ କି? ଏହି ର଼୍ୟାକେଟ କେବଳ ରାଜଧାନୀରେ ନା ଅନ୍ୟ ଜିଲାକୁ ବ୍ୟାପିଛି? ଏହା ପଛରେ ଆଉକିଏ ସଂପୃକ୍ତ ଅଛନ୍ତି? ରାଜଧାନୀରେ ଏହା କେବେଠୁ ଚାଲିଥିଲା? ସେହିଭଳି ଡିଲର ଓ ଗ୍ରାହକଙ୍କ ସମ୍ପର୍କରେ ଖୋଳତାଡ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସନ୍ନିଙ୍କ ସହ ରବିଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ୫ ଦିନିଆ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରିଛି। କିନ୍ତୁ ଗୁରୁବାର, ଶୁକ୍ରବାର ବନ୍ଦ ରହିଥିବାରୁ କୋର୍ଟ ଶନିବାର ଅନୁମତି ଦେଇପାରନ୍ତି। ସେପଟେ ଏହି ଦୁଇ ଅଭିଯୁକ୍ତ ପଞ୍ଜାବ ଓ ଦିଲ୍ଲୀରେ କୋକେନ ବେପାର କରୁଥିବାବେଳେ ସନ୍ନି ଓଡ଼ିଶା ର଼୍ୟାକେଟର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି।
ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ, କୋକେନ୍‌ ବିଶେଷକରି ଉତ୍ତର ଆମେରିକା ଓ ବ୍ରାଜିଲ୍‌ରୁ ଉପତ୍ାଦନ ହୁଏ। ସେଠାରୁ ଚୋରାଚାଲାଣ ହୋଇ ଭାରତ ଆସେ। ଏହାପରେ ଦିଲ୍ଲୀ ଓ ମୁମ୍ବାଇର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ଯୁବପିଢ଼ି ଏହି ନିଶାକୁ ନିଜ ଶରୀରକୁ ନିଅନ୍ତି। ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୧୦୦ ଗ୍ରାମ୍‌କୁ ୧୦ରୁ ୧୫ ଲକ୍ଷ ହୋଇଥିବାବେଳେ ଭାରତରେ ଏହା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୁଏ। ତେବେ ଗତ ସୋମବାର ଅଭିଯୁକ୍ତ ରବି କୋକେନ ଧରି ଟ୍ରେନ୍‌ରେ ଭୁବନେଶ୍ୱରରେ ପହଞ୍ଚତ୍ ଏକ ହୋଟେଲରେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ଉକ୍ତ କୋକେନକୁ ବିକ୍ରି କରିବା ଲାଗି ସନ୍ନିଙ୍କ ସହ ଜାଭିୟର ଛକ ନିକଟରେ ଛିଡ଼ା ହୋଇ ଓଡ଼ିଶାର ଡିଲର୍‌ଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଟିମ୍‌ ଉଭୟଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri