ଚୁଡ଼ି ବେପାରୀରୁ ଆନ୍ତଃରାଜ୍ୟ ନିଶା ମାଫିଆ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ମଙ୍ଗଳବାର ଭୁବନେଶ୍ୱରରୁ ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦୨ ଗ୍ରାମର ନିଷେଧ ନିଶାଦ୍ରବ୍ୟ ‘କୋକେନ’ ଜବତ କରିଥିଲା। ତେବେ କୋକେନ କାରବାର ଧରାପଡ଼ିବା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବାବେଳେ ଏହାକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚର ଚିନ୍ତା ବଢ଼ିଛି। ପୂର୍ବରୁ ବ୍ରାଉନସୁଗାର, ଗଞ୍ଜେଇ ଆଦି ବେଆଇନ ନିଶାଦ୍ରବ୍ୟ କାରବାର ରୋକିବାରେ ସଫଳ ହୋଇ ନ ଥିବା ଓଡ଼ିଶା ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ପାଇଁ ବିଦେଶୀ କୋକେନ ଆଉଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଜେଲରେ ଥିବା ରାଜସ୍ଥାନର ୨ ଅଭିଯୁକ୍ତ ରବି ସିଂ ଓ ସନ୍ନି କୁମାରଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ଏସ୍‌ଟିଏଫ୍‌। କୋକେନ କାରବାରରେ ରବି ଓ ସନ୍ନିଙ୍କ ବିଦେଶ ଲିଙ୍କ୍‌ ରହିଥିବାରୁ ଗୁରୁତ୍ୱ ଆହୁରି ବଢ଼ିଯାଇଛି। ଏଥିସହ ଭୁବନେଶ୍ୱରର ବଡ଼ ବଡ଼ ହୋଟେଲ ଓ ହାଟ ବଜାରରେ ଏହି କାରବାର ଚାଲିଥିବା ସନ୍ଦେହ କରାଯାଉଛି। କାରଣ ସନ୍ନି ଭୁବନେଶ୍ୱର ସାଲିଆସାହିର ତାରିଣୀ ବସ୍ତିରେ ରହିବା ସହ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଚୁଡ଼ି ଓ କସ୍‌ମେଟିକ୍ସ ଦୋକାନ କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। କିନ୍ତୁ ସ୍ଥାୟୀ ନା ଅସ୍ଥାୟୀ ତାହା ଜଣାପଡି ନାହିଁ। ତେବେ ଏହା ଏକ ପ୍ରମୁଖ ମାର୍କେଟ ହୋଇଥିବାରୁ ସାରା ରାଜ୍ୟରୁ ବିଭିନ୍ନ ବର୍ଗର ଲୋକ ଓ ବ୍ୟବସାୟୀ ଏଠାକୁ ଆସିଥାନ୍ତି। ତେଣୁ ସେ ତାଙ୍କ ଦୋକାନରେ ଚୁଡ଼ି ବେପାର ଆଳରେ କୋକେନ ଭଳି ନିଶା କାରବାର କରୁଥିଲେ କି? ଏହି ର଼୍ୟାକେଟ କେବଳ ରାଜଧାନୀରେ ନା ଅନ୍ୟ ଜିଲାକୁ ବ୍ୟାପିଛି? ଏହା ପଛରେ ଆଉକିଏ ସଂପୃକ୍ତ ଅଛନ୍ତି? ରାଜଧାନୀରେ ଏହା କେବେଠୁ ଚାଲିଥିଲା? ସେହିଭଳି ଡିଲର ଓ ଗ୍ରାହକଙ୍କ ସମ୍ପର୍କରେ ଖୋଳତାଡ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସନ୍ନିଙ୍କ ସହ ରବିଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ୫ ଦିନିଆ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରିଛି। କିନ୍ତୁ ଗୁରୁବାର, ଶୁକ୍ରବାର ବନ୍ଦ ରହିଥିବାରୁ କୋର୍ଟ ଶନିବାର ଅନୁମତି ଦେଇପାରନ୍ତି। ସେପଟେ ଏହି ଦୁଇ ଅଭିଯୁକ୍ତ ପଞ୍ଜାବ ଓ ଦିଲ୍ଲୀରେ କୋକେନ ବେପାର କରୁଥିବାବେଳେ ସନ୍ନି ଓଡ଼ିଶା ର଼୍ୟାକେଟର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି।
ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ, କୋକେନ୍‌ ବିଶେଷକରି ଉତ୍ତର ଆମେରିକା ଓ ବ୍ରାଜିଲ୍‌ରୁ ଉପତ୍ାଦନ ହୁଏ। ସେଠାରୁ ଚୋରାଚାଲାଣ ହୋଇ ଭାରତ ଆସେ। ଏହାପରେ ଦିଲ୍ଲୀ ଓ ମୁମ୍ବାଇର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ଯୁବପିଢ଼ି ଏହି ନିଶାକୁ ନିଜ ଶରୀରକୁ ନିଅନ୍ତି। ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୧୦୦ ଗ୍ରାମ୍‌କୁ ୧୦ରୁ ୧୫ ଲକ୍ଷ ହୋଇଥିବାବେଳେ ଭାରତରେ ଏହା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୁଏ। ତେବେ ଗତ ସୋମବାର ଅଭିଯୁକ୍ତ ରବି କୋକେନ ଧରି ଟ୍ରେନ୍‌ରେ ଭୁବନେଶ୍ୱରରେ ପହଞ୍ଚତ୍ ଏକ ହୋଟେଲରେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ଉକ୍ତ କୋକେନକୁ ବିକ୍ରି କରିବା ଲାଗି ସନ୍ନିଙ୍କ ସହ ଜାଭିୟର ଛକ ନିକଟରେ ଛିଡ଼ା ହୋଇ ଓଡ଼ିଶାର ଡିଲର୍‌ଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଟିମ୍‌ ଉଭୟଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri