ଲୋହିତ ସାଗରରେ ୨ ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ଅନ୍ତର୍ଜାତୀୟ ବାଣିଜ୍ୟ ଠପ୍‌…

ସାନା,୧୯।୧୨: ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଦୁଇଟି ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି କରିଛି ଏବଂ କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳଠାରୁ ଦୂରେଇ ଯାଇଛନ୍ତି ।
ହୁତି ମୁଖପାତ୍ର ୟାହିୟା ସାରି ଏହି ଜାହାଜଗୁଡ଼ିକୁ ଏମଏସସି କ୍ଲାରା ଏବଂ ନରୱେ ମାଲିକାନା ସ୍ବ ାନ ଆଟଲାଣ୍ଟିକ ବୋଲି ଚିହ୍ନଟ କରିଛନ୍ତି। ସେ କହିଛନ୍ତି ଯେତେବେଳେ ତାଙ୍କ କର୍ମଚାରୀମାନେ ଚାଳନ ଦଳର କଲର ଜବାବ ଦେବାରେ ବିଫଳ ହୋଇଥିଲେ ସେତେବେଳେ ଏହି ଆକ୍ରମଣ କରାଯାଇଥିଲା।

ସ୍ବାନ ଆଟଲାଣ୍ଟିକର ମାଲିକ କହିଛନ୍ତି ଜାହାଜଟି ଏକ ଅଜ୍ଞାତ ବସ୍ତୁ ସହିତ ମୁହାଁମୁହିଁ ଧକ୍କା ହୋଇଛି, କିନ୍ତୁ ଏଥିରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ଗ୍ରୁପ ତଥ୍ୟ ଅନୁଯାୟୀ, ଏମଏସସି କ୍ଲାରା ହେଉଛି ପାନାମା ଫ୍ଲାଗ ହୋଇଥିବା ଜାହାଜ। କିନ୍ତୁ ଜାହାଜ ଉପରେ ହୋଇଥିବା ଆକ୍ରମଣର ବିବରଣୀ ତୁରନ୍ତ ସ୍ପଷ୍ଟ ହୋଇନାହିଁ।

ବର୍ତ୍ତମାନ ଏହି ଆକ୍ରମଣ ତୈଳ, ଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନକୁ ନେଇ ଚିନ୍ତାର କାରଣ ହୋଇଛି ଏବଂ ବୀମା ମୂଲ୍ୟ ବୃଦ୍ଧି କରିଛି। ଲୋହିତ ସାଗର ଦେଇ ସାମଗ୍ରୀ ପଠାଇବା ଏଣିକି ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି।ଏହି ଆକ୍ରମଣ ଯୋଗୁ ଜାହାଜ ପରିବହନ ବୀମା ଖର୍ଚ୍ଚ ଦିନକୁ ହଜାରେ ଡଲାର ବୃଦ୍ଧି ପାଇବା ଦ୍ୱାରା ତୈଳ ମୂଲ୍ୟ ବୃଦ୍ଧି ପାଇଛି।

ସୁରକ୍ଷାକୁ ଦର୍ଶାଇ ଲୋହିତ ସାଗର ଦେଇ ସମସ୍ତ ଗମନାଗମନକୁ ସାମୟିକ ଭାବରେ ବନ୍ଦ କରି ଯାଇଛି। ବାଣିଜ୍ୟ ମାର୍ଗର ସୁରକ୍ଷା ପାଇଁ ଏକ ଟାସ୍କଫୋର୍ସ ଗଠନ ପାଇଁ ଆମେରିକା ଅନ୍ୟ ଦେଶ ସହ ଆଲୋଚନା କରୁଥିବାବେଳେ ଇଟାଲୀ ଲୋହିତ ସାଗରରେ ପାଟ୍ରୋଲିଂ ପାଇଁ ଏକ ନୌସେନା ମିଳିତ ମଞ୍ଚରେ ଯୋଗଦେବାକୁ ଚିନ୍ତା କରୁଛି।

ସୂଚନାଯୋଗ୍ୟ, ଇରାନ ସମର୍ଥିତ ହୁତିମାନେ ଗତ ସପ୍ତାହରେ ଅନେକ ଜାହାଜ ଉପରେ ଆକ୍ରମଣ କରି କହିଛନ୍ତି ସେମାନେ ଗାଜାରେ ସାମରିକ ଆକ୍ରମଣକୁ ବିରୋଧ କରି ଲୋହିତ ସାଗରରେ ଥିବା ଜାହାଜକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri