ରାସ୍ତାରେ ଡ୍ରାଇଭର: ଘାରିଲାଣି ତେଲ ଭୟ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ପେନ୍‌ସନ, ବୀମା, ସାମାଜିକ ସୁକ୍ଷା ଆଦି ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡି ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର। ଫଳରେ ଯାତ୍ରୀବାହୀ ବସ୍‌ ସମେତ ମାଲ୍‌ ପରିବହନ କରୁଥିବା ସମସ୍ତ ଗାଡ଼ି ଚଳଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏପରି କି ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ ପରିବହନ ହୋଇପାରୁ ନ ଥିବା ବେଳେ ତେଲର ଅଭାବ ଯୋଗୁ ଟାଙ୍କିଗୁଡିକ ବନ୍ଦ ହେବାରେ ଲାଗିଛି।

ଅନ୍ୟପକ୍ଷେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ ପେଟ୍ରୋଲ ଟାଙ୍କି ମାଲିକ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ସରକାର ଖୁବ ଶୀଘ୍ର ଏହାର ସମାଧାନ କରିବା ଉଚିତ ବୋଲି ଦାବି ହେଉଛି। ଏଭଳିସ୍ଥିତିରେ ପେଟ୍ରୋଲ, ଡିଜେଲ ମିଳୁ ନ ଥିବା ବେଳେ ଯେଉଁ କିଛି ସ୍ଥାନରେ ମିଳୁଛି ସେଠାରେ ଲୋକଙ୍କ ଭିଡ ଜମିଛି । ତେଲ ସରିଯିବା ଭୟରେ ପେଟ୍ରୋଲ ଟାଙ୍କିରେ ବର୍ତ୍ତମାନ ଗାଡିଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଛି

ଅନ୍ୟପକ୍ଷେ ଜନସାଧାରଣଙ୍କୁ ବିଚଳିତ ନ ହେବାକୁ ନିବେଦନ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ଡିପୋରେ ତେଲ ମହଜୁଦ ରହିଛି କିନ୍ତୁ ଗାଡିଗୁଡିକ ଆସୁ ନ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେ କହିଛନ୍ତି। ଆନ୍ଦୋଳନକୁ ନଜରରେ ରଖି ଅଧିକ ମାଲ ଷ୍ଟକ ରଖାଯାଇଛି। କେହି ବି ଛାନିଆ ହୋଇ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ କିଣନ୍ତୁ ନାହିଁ। ଯେତେକି ଆବଶ୍ୟକ ସେତିକି କିଣନ୍ତୁ। ଗୁରୁବାର ପର୍ଯ୍ୟନ୍ତ ଷ୍ଟକ ଥିବା ବେଳେ ଲୋକେ ଛାନିଆ ହୋଇ ଅଧିକ କିଣିଲେ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଯାଇପାରେ। ଏନେଇ ସରକାର ଡ୍ରାଇଭରଙ୍କ ସହ ଆଲୋଚନ କରି ସମାଧାନ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri