ଫିଲ୍ମ ଦେଖିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଧିମା ଚଳାଇଲେ ଡ୍ରାଇଭର

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ କରାଯାଇଛି ୧୦୮ ଆମ୍ବୁଲାନ୍ସ। ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ ପ୍ରଶଂସନୀୟ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବା ବେଳେ ନିଟକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ସମସ୍ତଙ୍କୁ ବିସ୍ମିତ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି, ଏକ ୧୦୮ ଆମ୍ବୁଲାନ ରୋଗୀଙ୍କୁ ଧରି ହସ୍ପିଟାଲ ଯାଉଥିଲା। ହେଲେ ହଠାତ୍‌ ରାସ୍ତା ମଝିରେ ଆମ୍ବୁଲାନଟି ଧିମା ଗତିରେ ଗଡିବାରେ ଲାଗିଥିଲା। ଏହା ସମସ୍ତଙ୍କୁ ଚକିତ କରିଥିଲା। ହେଲେ ରୋଗୀକୁ ନେଇ ଯାଉଥିବା ଉକ୍ତ ୧୦୮ ଆମ୍ବୁଲାନ୍ସ ଚାଳକ ମୋବାଇଲ ଫୋନ୍‌ରେ ଫିଲ୍ମ ଦେଖି ଗାଡ଼ି ଚଳାଉଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଛି।

୧୦୮ ଆମ୍ବୁଲାନ୍ସ ଚଳାଉଥିବା ସଂସ୍ଥା ‘ଜିକିତା’ ପକ୍ଷରୁ ଘଟଣାର ତଦନ୍ତ ପରେ ଏହି ୧୦୮ ଆମ୍ବୁଲାନ୍ସଟି ବାଲେଶ୍ୱର ଡିଏଚ୍‌ଏଚ୍‌ରେ ନିୟୋଜିତ ଥିବା ଜଣାପଡ଼ିଥିଲା। ଚାଳକଙ୍କ ନାମ ସୁଭ୍ରଜ୍ୟୋତି ବେହେରା ବୋଲି ଚିହ୍ନଟ କରାଯାଇଥିଲା। ଜରୁରୀକାଳୀନ ସେବା କ୍ଷେତ୍ରରେ କିଭଳି ଖାମ୍‌ଖିଆଲି ଗାଡ଼ି ଚାଳନା କରାଯାଇ ପାରିଲା ଏନେଇ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚାଳକଙ୍କୁ ସେବାରୁ ଅବ୍ୟାହତି ଦିଆଯିବା ସହ ପରବର୍ତ୍ତୀ ସମୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିକିତା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଗଲା ମାର୍କଣ୍ଡପୁର, ବଡ଼ଚଣା ପାକ୍ସ ଦୁର୍ନୀତି

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥର ୧୨୨ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)...

ବିଡିଏ କାର୍ଯ୍ୟାଳୟକୁ ଲୋକଙ୍କ ପ୍ରବେଶ ନିଷେଧ: ଅନ୍‌ଲାଇନ୍‌ ନଚେତ ଟୋଲ ଫ୍ରି ନଂରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଭିଡ ଯୋଗୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଏଡ଼ାଇବା ଲାଗି ଏବଂ ଲୋକମାନଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ବଜାୟ ରଖିବାକୁ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼ ଅଫିସ , ୧୭।୧୦- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ନୟାଗଡ଼ ସରକାରୀ...

ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗସ୍ତ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି।...

‘ଦୀକ୍ଷା’ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟଗୁଡ଼ିକରେ ଶିକ୍ଷା କ୍ଷେତ୍ରର ଅଗ୍ରଗତି ନେଇ କେନ୍ଦ୍ର ଶିକ୍ଷା ସଚିବ ଅନିତା କରୁଆଲ୍‌ ସମୀକ୍ଷା କରିଛନ୍ତି। ସୋମବାର ଭିଡିଓକନ୍‌ଫରେନ୍ସିଂରେ ସେ ସବୁ ରାଜ୍ୟର...

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି।...

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

କ.ନୂଆଗଁା,୨୪ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ସାରଙ୍ଗ ଗଡ଼ ଥାନା ଅଞ୍ଚଳରେ ବୁଧବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବନେଗଁାର ଜମ୍ବେବ ପ୍ରଧାନ...

ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ...

Advertisement
Archives

Model This Week