ଯାତ୍ରୀଙ୍କୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଫେରାଇଲେ ଡ୍ରାଇଭର, ପ୍ରଶଂସା କରି ଲୋକେ କହିଲେ…

ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): କାର୍‌ରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗକୁ ଜଣେ କାର୍‌ ଡ୍ରାଇଭର ପ୍ରକୃତ ମାଲିକକୁ ଫେରାଇଛନ୍ତି। ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ପୁରୀର ସନ୍ତୋଷ ମିଶ୍ର ସୁରକ୍ଷିତ ଭାବେ ପୋଲିସ ଜରିଆରେ ପ୍ରକୃତ ମାଲିକଙ୍କୁ ତାଙ୍କ ଜିନିଷ ଫେରାଇ ଦେଇଛନ୍ତି। ଜାହାକୁ ନେଇ ଆଜି ମାନବିକତା ଓ ସଚ୍ଚୋଟତା ବଞ୍ଚିଥିବା ନେଇ ଆଲୋଚନା ହେଉଛି। ସନ୍ତୋଷଙ୍କ କହିବା ଅନୁଯାୟୀ, ସେ ଗାଡ଼ି ନେଇ ପୁରୀ ଆସିବା ସମୟରେ ଭଦ୍ରକର ରମାକାନ୍ତ ବରାଳ ଓ ତାଙ୍କ ସ୍ତ୍ରୀ ପୁରୀ ଆସିବା ପାଇଁ ତାଙ୍କୁ କହିଥିଲେ। ସେମାନେ ତାଙ୍କ ଗାଡ଼ିରେ ଆସି ପୁରୀ ମେଡିକାଲ ଛକରେ ଓହ୍ଲାଇଥିଲେ। ପରେ ସନ୍ତୋଷ ଗାଡ଼ି ନେଇ ଯାଇଥିଲେ। ତେବେ ଶନିବାର ସକାଳେ ଗାଡ଼ି ଧୁଆ ଧୋଇ କରିବା ସମୟରେ ଗାଡ଼ିରେ ଏକ ବ୍ୟାଗ୍‌ ଥିବା ଦେଖିବାକୁ ପାଇଥିଲେ। ସେ ବ୍ୟାଗ୍‌ରୁ ରିଲାଏନ୍ସ ସ୍ମାର୍ଟରୁ କିଛି ଜିନିଷ କିଣାଯାଇଥିବାର ବିଲ୍‌ ସନ୍ତୋଷ ଦେଖିବାକୁ ପାଇଥିଲେ। ଫଳରେ ସନ୍ତୋଷ ରିଲାଏନ୍ସ ସ୍ମାର୍ଟକୁ ରମାକାନ୍ତଙ୍କ ଫୋନ୍‌ ନମ୍ବର ଆଣି ତାଙ୍କ ସହ ଯୋଗାଯୋଗ କରିଥିଲେ। ରମାକାନ୍ତ କୁମ୍ଭାରପଡ଼ା ଥାନାରେ ଥିବା ସନ୍ତୋଷକୁ ଜଣାଇବା ପରେ ସନ୍ତୋଷ ଥାନାକୁ ଯାଇ ଜିନିଷ ଫେରାଇଥିଲେ। ଯାହାକୁ ନେଇ ପୋଲିସ ଅଧିକାରୀଙ୍କଠାରୁ ଜିନିଷ ହରାଇଥିବା ଦମ୍ପତି ସନ୍ତୋଷଙ୍କ ଏପରି ସଚ୍ଚୋଟ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଡ୍ରାଇଭର ଏପରି ମହାନତା ଦେଖାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରି କହିଛନ୍ତି ଆଜି ବି ବଞ୍ଚିଛି ମାନବିକତା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

କଟକ, ୨୭/୬: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ…

ସମୁଦ୍ରର ଉଚ୍ଚ ଜୁଆରରେ କୂଳ ଲଂଘୁଛି; ବେଳାଭୂମିର ଦ୍ରୁତ ଅବକ୍ଷୟ, ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳ

ଗଞ୍ଜାମ, ୨୭।୬ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ଦିନ ଧରି ଦ୍ରୁତ…

ଶ୍ରୀମନ୍ଦିର ପ୍ରଶାସନର ବଡ଼ ସୂଚନା, ୧୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୨୭।୬: ଦିନକ ପରେ ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ସ୍ନାନଯାତ୍ରାର ସ୍ବତନ୍ତ୍ର ନୀତିକାନ୍ତି ପାଇଁ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri