୮ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ନୂଆଗାଁ,୧୪।୧୦ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ଗୁଡୁପାଙ୍ଗି ଗ୍ରାମବାସୀଙ୍କୁ ପ୍ରଶାସନ ଅଣଦେଖା କରୁଛି। ଦୀର୍ଘ ୮ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ସେଥିପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏପରିକି ମାଳିସାହି ପଞ୍ଚାୟତର ୪ଟି ଓ୍ବାର୍ଡକୁ ନେଇ ଗଠିତ ଗୁଡୁପାଙ୍ଗି ଗ୍ରାମରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଉନାହିଁ। ଓ୍ବାର୍ଡର କୌଣସି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମାଳିସାହି ପଞ୍ଚାୟତର ୪ଟି ଓ୍ବାର୍ଡ ( ୪,୫,୬,୭)ର ୩ ଶହ ପରିବାରର ପ୍ରାୟ ୨୨୦୦ ଜନସଂଖ୍ୟାଙ୍କୁ ନେଇ ଗୁଡୁପାଙ୍ଗି ଗ୍ରାମ ଗଠିତ। ସେମାନଙ୍କ ବ୍ୟବହାର ନିମନ୍ତେ ୫ ଟି ନଳକୂଅ ଓ ୨ ଗୋଟି ଖୋଲା କୂଅ ରହିଛି। ସେଥିରୁ ପାଣି ବ୍ୟବହାର କରିବା ଫଳରେ ଗ୍ରାମରେ ଝାଡାବାନ୍ତି ରୋଗ ବ୍ୟାପିବା ସହ ଶରତ ନାୟକ, ବାଲୁଙ୍କେଶ୍ୱର ନାୟକ, ଦାଶରଥି ପରିଡା, ପରମାନନ୍ଦ ସାହୁ, ରବି ବେହେରା, ହଜାରୀ ନାୟକଙ୍କ ସମେତ ଅନେକ ଲୋକ କିଡନୀ ରୋଗରେ ମୃତ୍ୟୁ ହୋଇଛି। ଝାଡାବାନ୍ତି ବ୍ୟାପିବା ସମୟରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗୁଡୁପାଙ୍ଗିରେ କ୍ୟାମ୍ପ କରିବା ସହ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଧ୍ୟାନ ଦେଇଥିଲେ। ନଳକୂଅଗୁଡିକର ପାଣି ବ୍ୟବହାର କରି ସ୍ବାସ୍ଥ୍ୟ ଖରାପ ହେଉଛି। ତେଣୁ ଉକ୍ତ ନଳକୂଅ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସେଥିମଧ୍ୟରୁ ୩ଟି ନଳକୂଅ ଚାଲୁଥିବା ବେଳେ ସେଥିରୁ ଫ୍ଲୋରାଇଡ୍‌ଯୁକ୍ତ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି। ଖୋଲା କୂଅ ମଧ୍ୟରୁ ଗୋଟିଏ କୂଅ ଲୋକଙ୍କ ବ୍ୟବହାର ଯୋଗ୍ୟ ରହିଛି। ତାହା ପୁଣି ଖରାଦିନେ ଶୁଖିଯାଏ। ଉକ୍ତ ଜଳ ଉତ୍ସ ଗୁଡ଼ିକରୁ ପାଣି ବ୍ୟବହାର କରି ବର୍ତ୍ତମାନ ମଧ୍ୟ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏପରିସ୍ଥିତିରେ ଗୁଡୁପାଙ୍ଗି ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଉଥିଲା। କିନ୍ତୁ ଦୀର୍ଘ ୮ମାସ ହେଲା ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଗୋଟିଏ ଖୋଲା କୂଅ ଓ ଗାଁର ଅନତି ଦୂରରେ ଥିବା ନଦୀର ଚୁଆ ପାଣି ଗ୍ରାମବାସୀଙ୍କ ଜୀବନ ରଖିଛି ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଜଳ ସମସ୍ୟା ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଗ୍ରାମବାସୀ କହୁଛନ୍ତି। ସେହିପରି ପଞ୍ଚାୟତ ନିର୍ବାଚନ ପରେ ୪ଟି ଓ୍ବାର୍ଡକୁ ପ୍ରଶାସନ ଅଣଦେଖା କରୁଛି। ପଞ୍ଚାୟତର ମୋଟ ୪୨ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ଉକ୍ତ ଓ୍ବାର୍ଡଗୁଡିକର କୌଣସି ଲୋକଙ୍କୁ ସାମିଲ କରାଯାଇନାହିଁ। ଓ୍ବାର୍ଡଗୁଡିକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଉନାହିଁ। ପାନୀୟ ଜଳ ଯୋଗାଣରେ ବାବଦରେ ଆରଡବ୍ଳୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଲିପ୍‌ସା ମହାନ୍ତିଙ୍କୁ ପଚାରିବାରେ ପାଣି ପମ୍ପରେ ବିଦ୍ୟୁତ ତ୍ରୁଟି ଥିବା ଯୋଗୁ ମୋଟର ପମ୍ପ ଚାଲୁ ନାହିଁ। ତାହାକୁ ସଜାଡିବା ପାଇଁ ବିଦ୍ୟୁତ୍‌ ବିଭାଗକୁ ଜଣାଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?