Posted inଜାତୀୟ

୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲା: ପୋଷ୍ଟପାର୍ଟମ ସାଇକୋସିସରେ ପୀଡିତ ମହିଳା

ନୂଆଦିଲ୍ଲୀ,୧୪।୧୦: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ୨୬ସପ୍ତାହରେ ଗର୍ଭପାତ ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ଏମ୍ସକୁ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଏବଂ ଗର୍ଭସ୍ଥ ଭ୍ରୂଣର ବର୍ତ୍ତମାନ ସ୍ଥିତି ଦେଖିବା ପାଇଁ କୋର୍ଟ ଏମ୍ସକୁ କହିଥିଲେ। ଶୁଣାଣି ସମୟରେ ସିଜେଆଇ କହିଛନ୍ତ, ଭାରତୀୟ ଆଇନ ଅନେକ ଦେଶର ଆଇନଠାରୁ ବହୁ ଆଗରେ ରହିଛି। ଆମେ ସବୁବେଳେ ବହୁତ ଆଗକୁ ଚିନ୍ତା କରୁ ।

ଅକ୍ଟୋବର୧୩ ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ସିଜେଆଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଶୁଣାଣି କରୁଥିଲେ। ତେବେ ଏହି ସମୟରେ ଆବେଦନକାରୀ ମହିଳା ‘ପୋଷ୍ଟପାର୍ଟମ ସାଇକୋସିସ’ରେ ପୀଡିତ ଥିବା ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରୁଥିବା କୋର୍ଟ ଜାଣିବାକୁ ପାଇଥିଲେ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି (MTP) ଅଧିନିୟମକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଭାରତୀୟ ଧାରା ଅନୁଯାୟୀ, ପ୍ରତ୍ୟେକ ଦିଗକୁ ପରୀକ୍ଷା କରିବା ପରେ ଗର୍ଭପାତ ପାଇଁ ୨୪ସପ୍ତାହ ସମୟ ସୀମା ନିର୍ଦ୍ଧାରଣ କରାଯାଇଛ। ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ ଏବଂ ଜଟିଳ ପରିସ୍ଥିତି କ୍ଷେତ୍ରରେ ୨୪ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ ବୋଲି ଆଇନରେ ଦର୍ଶାଯାଇଛି।

ଓକିଲଙ୍କ ଯୁକ୍ତି ଉପରେ ପ୍ରଧାନ ବିଚାରପତି କହିଛନ୍ତି, ମହିଳାଙ୍କ ଡାକ୍ତରୀ ପ୍ରେସକ୍ରିପସନ ପ୍ରକୃତ ରୋଗ କ’ଣ ତାହା ସ୍ପଷ୍ଟ କରେ ନାହିଁ। ହାତରେ ଲେଖିଥିବା ପ୍ରେସକ୍ରିପସନ କିଛି ସ୍ପଷ୍ଟ କରେ ନାହିଁ। ଏଥିରେ କୌଣସି ରୋଗ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି, ଏହି ପ୍ରେସକିପସନ ଉପରେ ଆମର ସନ୍ଦେହ ଅଛି। ତେବେ ଶୁକ୍ରବାର ଶୁଣାଣି ସମୟରେ ଏଏସଜି କହିଛନ୍ତି, ମହିଳାଙ୍କୁ ବୁଝାଇବା ପରେ ବି ସେ ଗର୍ଭପାତ କରିବାକୁ ଜିଦ୍‌ ଧରିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ୧୬କୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?