ଡ୍ରାଇଭର ସଂଘର ଦାବିପତ୍ର

ପୋଲସରା/ଗଞ୍ଜାମ/ସୋରଡ଼ା/ରମ୍ଭା,୯।୧୧(ଡି.ଏନ.ଏ.):ପୋଲସରା ଡ୍ରାଇଭର ସଂଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ୩୦ ଜିଲାରେ କାର୍ଯ୍ୟରତ ଥିବା ସମସ୍ତ ଡ୍ରାଇଭର ଗତ ଏକବର୍ଷ ଧରି ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ ଡ୍ରାଇଭର ସଂଘ ସରକାରଙ୍କୁ ଚେତାବନୀ ପୂର୍ବକ ପୁନର୍ବାର ଆନ୍ଦୋଳନ କରିବା ନେଇ ପୋଲସରା ଶାଖା ପକ୍ଷରୁ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ପୁରଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଡ଼୍ରାଇଭର ମହାସଂଘର ମୁଖ୍ୟ ଦାବିଗୁଡିକ ହେଉଛି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ଼୍ରାଇଭରମାନଙ୍କୁ ୨୦ଲକ୍ଷ ଟଙ୍କା, ଦୁର୍ଘଟଣାରେ ଅକର୍ମଣ୍ୟ ଡ଼୍ରାଇଭରଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ବୀମା ରାଶି ଯୋଗାଇ ଦେବା ଦାବି ରହିଛି।
ଓଡ଼ିଶା ଡ୍ରାଇଭର ସଂଘ ସୋରଡ଼ା ଶାଖା ତରଫରୁ ରବିବାର ଆଇଆଇସି ରମେଶ କୁମାର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସଂଘର ଅକ୍ଟୋବର ୧୮ ତାରିଖର ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁରଠାରୁ ଦଣ୍ଡବତ ଯାତ୍ରା ଆରମ୍ଭ ହୋଇ ରାଜଧାନୀରେ ପହଞ୍ଚିବ। ଶୀଘ୍ର ସରକାର ସଂଘର ଦାବି ପୂରଣ ନ କଲେ ସାରା ରାଜ୍ୟର ଡ୍ରାଇଭରମାନେ ରାଜ୍ୟର ସମସ୍ତ ଅଞ୍ଚଳରେ ଅସହଯୋଗ କରିବେ ବୋଲି ଜଣାଇଛନ୍ତି । ଜିଲା ସଭାପତି ଏମ ସୋହାବୁଦ୍ଦିନ, ସମ୍ପାଦକ ବାବୁ ବିଶ୍ୱାଳଙ୍କ ଦସ୍ତଖତ ସମ୍ବଳିତ ପତ୍ର ସ୍ଥାନୀୟ ଶାଖାର ସଦସ୍ୟମାନଙ୍କ ଦ୍ୱାରା ଆଇଆଇସିଙ୍କୁ ପ୍ରଦାନ କରାଯାଇଛି। ସେହିପରି ରମ୍ଭା ଡ୍ରାଇଭର ମହାସଂଘ ପକ୍ଷରୁ ସଭାପତି ପ୍ରଫୁଲ୍ଲ ତରେଇଙ୍କ ନେତୃତ୍ୱରେ ଥାନା ଅଧିକାରୀ ପି. ସ୍ବରୂପ କୁମାର କିଷାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ, ଉପସଭାପତି ସୁରେଶ ସ୍ବାଇଁ, କୋଷାଧ୍ୟକ୍ଷ ପଞ୍ଚାନନ ରଣାଙ୍କ ସମେତ କମିଟି ମେମ୍ବର ବିନୋଦ ବେହେରା, କାର୍ତ୍ତିକ ଚାନ୍ଦ, ଅଭିମନ୍ୟୁ ପ୍ରଧାନ, ଘନଶ୍ୟାମ ବେହେରା ସମେତ ଅନେକ ସଭ୍ୟ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?