
ଲୋଇସିଂହା,୧୭।୫(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଗତ ୧୦ ଦିନ ହେଲା ବନ୍ଦ ରହିଛି। ଏହା ମରାମତି ହେଉ ନ ଥିବାରୁ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି ।
ଫାସଡସ୍ଥିତ ସୁକତେଲ ନଦୀରୁ ବୁର୍ଡା ପଞ୍ଚାୟତ ବୁର୍ଡା ସଦର ଗ୍ରାମ ଓ ବାଞ୍ଜିପାଳି ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ଫାସଡ ପମ୍ପ ହାଉସସ୍ଥିତ ଷ୍ଟାଟର ଅଚଳ ହୋଇ ପଡିବାରୁ ଜଳଯୋଗାଣ ବ୍ୟାହତ ହୋଇଛି । ୮ ୱାର୍ଡ ବିଶିଷ୍ଟ ବୁର୍ଡା ଓ ଗୋଟିଏ ଓ୍ବାର୍ଡ ବିଶିଷ୍ଟ ବାଞ୍ଜିପାଳି ଗ୍ରାମର ଲୋକେ ଦୂର ସ୍ଥାନକୁ ଯାଇ ପାଣି ସଂଗ୍ରହ କରିବା ଦେଖିବାକୁ ମିଳିଛି । ପ୍ରକଳ୍ପ ଅଚଳ ନେଇ ଟୋଲ ଫ୍ରି ନମ୍ବରକୁ ଲଗାଇଲେ ସୁଦ୍ଧା ସୁଫଳ ମିଳିପାରି ନଥିବା ବୁର୍ଡା ଗ୍ରାମର ତୁମେଶ୍ୱର ସାହୁ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି।