ପ୍ରଶାସନର ଦ୍ୱାରସ୍ଥ ପରେ ଗାଁରୁ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୧୦ା୬(ଡି.ଏନ୍‌.ଏ.): ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ପରେ ଟେମରା ପଞ୍ଚାୟତ ହଂସପଡ଼ା ଗ୍ରାମକୁ ୨ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଛନ୍ତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡ଼ା ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ଗତ ବୁଧବାର ହଂସପଡ଼ା ଗାଁର ମହିଳା ଓ ଗ୍ରାମବାସୀ କୋକସରା ବିଡିଓ ଉତ୍ତମ କୁମାର ବାଗ୍‌ ଓ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗଙ୍କୁ ଅଭିଯୋଗ କରିଥିଲେ। ଏନେଇ ବିଧାୟକ ମୋଷଧି ବାଗ ବ୍ଲକ ପ୍ରଶାସନକୁ ତ୍ୱରିତ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଇ ଜଳକଷ୍ଟ ଦୂର କରିବା ପାଇଁ ଶନିବାରଠାରୁ ୨ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଆରମ୍ଭ କରିଛନ୍ତି ଓ ହଂସପଡ଼ାକୁ ପାନୀୟ ଜଳ ଯୋଗାଣ ପାଇଁ ଗଭୀର ନଳକୂପ ଖନନ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା କିଛିଦିନ ମଧ୍ୟରେ ହଂସପଡ଼ା ଗାଁକୁ ପାଇପ ଲାଇନ ସଂଯୋଗ କରି ପାନୀୟ ଜଳ ଯୋଗାଣ କରାଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଶାସନର ତ୍ୱରିତ ପଦକ୍ଷେପ ନେଇ ଜଳକଷ୍ଟ ଦୂର କରି ପାନୀୟ ଜଳ ଯୋଗାଣ ଫଳରେ ହଂସପଡ଼ା ଗ୍ରାମବାସୀ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ଗୋଟିଏ ବୟାନରେ ଦୋହଲିଗଲା ଢାକାରୁ ନୂଆଦିଲ୍ଲୀ! ବାଂଲାଦେଶ ଫେରିବାକୁ କାହିଁକି ଜିଦ୍‌ ଧରିଛନ୍ତି ଶେଖ ହାସିନା?

ନୂଆଦିଲ୍ଲୀ,୨୯।୬: ଶେଖ ହାସିନାଙ୍କ ‘ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ ବୋଲି ବୟାନ ନୂଆଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ରାଜନୈତିକ ହଲଚଲ୍ ବଢ଼ାଇ ଦେଇଛି। ୨୨ ମାସ ପରେ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

ପୁଇଁତୋଳାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଇଳା ପାଣି ଜମୁଥିବାରୁ ହନ୍ତସନ୍ତ….

ଗଞ୍ଜାମ, ୨୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ…

ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହା: ବରଗଡ଼ରେ…

ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ): ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାହା ଜୁଲାଇ…

ବ୍ୟାଙ୍କ ଆକାଉଣ୍ଟକୁ ସିଧା ଯିବ ୫୦,୦୦୦ ପର୍ଯ୍ୟନ୍ତ ସବସିଡି ଟଙ୍କା! ଘୋଷଣା ହେଲା ସରକାରଙ୍କ ନୂଆ ଇଭି ଗାଇଡଲାଇନ୍‌

ଦିଲ୍ଲୀ ସରକାର ପ୍ରଦୂଷଣ କମାଇବା ଏବଂ ଇଲେକ୍ଟ୍ରିକ୍ ଯାନ (EV) କୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ଇଭି ପଲିସି ୨୦୨୬-୩୦ (EV Policy 2026-30) ର…

ପାନ ଦୋକାନୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri