Posted inଖେଳ

ଡ୍ରେସେଲଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ

ଟୋକିଓ, ୩୦।୭-
ଆମେରିକାର କାଏଲେବ ଡ୍ରେସେଲ ଅଲିମ୍ପିକ୍‌ ରେକର୍ଡ ଭାଙ୍ଗିବା ସହ ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୪୭.୦୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆର କାଏଲ କାମର୍ସ ମାତ୍ର ୦.୬ ସେକେଣ୍ଡ ସମୟ ଅଧିକ ନେଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ବ୍ରୋଞ୍ଜ ପଦକ ପାଇଥିଲେ ରୁଷିଆର କ୍ଲିମେଣ୍ଟ କୋଲେସ୍ନିକୋଭ। ଚଳିତ ଅଲିମ୍ପିକ୍ସରେ ଡ୍ରେସେଲଙ୍କର ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ପୂର୍ବରୁ ସେ ୪X୧୦୦ ମିଟର ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ପାଇଥିବା ଆମେରିକାର ଦଳର ସଦସ୍ୟ ଥିଲେ। ଡ୍ରେସେଲ ଆହୁରି ୪ଟି ଇଭେଣ୍ଟ ପାଇଁ ପଦକ ଦାବିଦାର ଅଛନ୍ତି। ସେ ଆଗକୁ ୧୦୦ ମିଟର ଓ ୫୦ ମିଟର ବଟରଫ୍ଲାଏ ଏବଂ ମିଡ୍‌ଲେ ଓ ମିକ୍ସଡ ମିଡ୍‌ଲେ ରିଲେରେ ଅଂଶଗ୍ରହଣ କରିବେ। ତେଣୁ ସେ ଚଳିତ ଅଲିମ୍ପିକ୍ସ ସନ୍ତରଣ ଇଭେଣ୍ଟର ବ୍ୟକ୍ତିଗତ ବିଭାଗରେ ସବୁଠାରୁ ସଫଳ ବକ୍ସର ହେବା ସମ୍ଭାବନା ରହିଛି। ଅଲିମ୍ପିକ୍‌ ଇତିହାସରେ ମାତ୍ର ୨ ସନ୍ତରଣକାରୀ କୌଣସି ଗୋଟିଏ ଗେମ୍ସରେ ୬ରୁ ଅଧିକ ପାଇଛନ୍ତି। ସେ ହେଉଛନ୍ତି ମାଇକେଲ ଫେଲପ୍ସ ଓ ମାର୍କ ସ୍ପିଜ୍‌। ୨୦୦୮ ବେଜିଂ ଅଲିମ୍ପିକ୍ସରେ ଫେଲପ୍ସ ୮ ଏବଂ ୧୯୭୨ ମ୍ୟୁନିଚ୍‌ ଅଲିମ୍ପିକ୍ସରେ ସ୍ପିଜ୍‌ ୭ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri