ସ୍ବପ୍ନ ସରିଲା, ନୂଆ ସ୍ବପ୍ନ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ): ରାଜ୍ୟରେ ପୂର୍ବ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା କେତେବାଟ ଗଲା ସେକଥା ଏଯାଏ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ଭୁବନେଶ୍ୱରଠାରେ ୨୦୨୪ ଜାନୁୟାରୀ ସୁଦ୍ଧା ଆଉ ଏକ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା ସରିଲାଣି। ଅତୀତରେ ଏହିଭଳି ଏକାଧିକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ କରିବା ନାଁରେ କେତେଗୁଡ଼ିଏ କମ୍ପାନୀ ସରକାରଙ୍କ ସହ ଏମ୍‌ଓୟୁ(ବୁଝାମଣାପତ୍ର)କରି ଜମି ନେବା ସତ୍ତ୍ୱେ ପ୍ରକଳ୍ପ କାମ କରିନାହାନ୍ତି। ଏହାର ଅନେକ ଉଦାହରଣ ରହିଛି। ନିକଟରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ, ଗଞ୍ଜାମ ଜିଲା ଗୋପାଳପୁରଠାରେ ଏକ ଇସ୍ପାତ କାରଖାନା ଲାଗି ଟାଟା କମ୍ପାନୀ ୧୯୯୫ ମସିହାରେ ୫୩୭.୮୨ ଏକର ଜମି ନେଇଥିଲା। ହେଲେ ବିନା କାରଖାନାରେ ଆଜି ପର୍ଯ୍ୟନ୍ତ ଜମିକୁ ଟାଟା ନିଜ ଅକ୍ତିଆରରେ ରଖିଛି। ସମାନଭାବେ ଓଡ଼ିଶାରେ ଟାଟା ମେମୋରିଆଲ ହସ୍ପିଟାଲ ନାମରେ କଟକ ଜିଲା ବାରଙ୍ଗସ୍ଥିତ ରତାଗଡ଼ଠାରେ ଓଡ଼ିଶା କ୍ୟାନ୍‌ସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ହେବ ବୋଲି ସ୍ଥିର ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲରେ କ୍ୟାନ୍‌ସର ଚିକିତ୍ସା ଲାଗି ଆର୍ଥିକ ସହାୟତା ଯୋଗାଇଦେବାକୁ ବାରମ୍ବାର ଅଭିଯୋଗ ଆସୁଥିବାରୁ ଓଡ଼ିଶାରେ ଏହାର ଏକ ଶାଖା ଖୋଲିବାକୁ ସରକାର ସ୍ଥିରକରି ଏଭଳି ପଦକ୍ଷେପ ନେଇଥିବା କଥା କହିଲେ। ଏହାସହ ପ୍ରସ୍ତାବିତ ହସ୍ପିଟାଲର ଗୁଣାତ୍ମକ ମାନ ମୁମ୍ବାଇର ଟାଟା ମେମୋରିଆଲରେ ମିଳୁଥିବା ସମସ୍ତ ସେବା ସହିତ ସମକକ୍ଷ ହେବ ବୋଲି ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଡିଣ୍ଡିମ ପିଟିଲା। ସେହି ଅନୁଯାୟୀ ୨୦୧୮ ମେ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଟାଟାଙ୍କ ଉପସ୍ଥିତିରେ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ୫ ବର୍ଷରେ ୮୦୦ କୋଟି ଟଙ୍କା ବିନିମୟରେ ଏହି ହସ୍ପିଟାଲଟି ନିର୍ମାଣ ଶେଷ କରିବାକୁ ଚୁକ୍ତିରେ ଉଲ୍ଲେଖ ଥିଲା। ୧୭ ଫେବୃୟାରୀ ୨୦୧୯ରେ ଏନେଇ କଟକ ଜିଲା ବାରଙ୍ଗ ବ୍ଲକ ରାମଦାସପୁର ପଞ୍ଚାୟତର ରତାଗଡ଼ଠାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଆସିଲେ। ଏଥିଲାଗି ରାଜ୍ୟ ସରକାର ଟାଟା କମ୍ପାନୀକୁ ମାଗଣାରେ ୧୫ ଏକର ଜମି ଏବଂ ୫୦୦ କୋଟି ଟଙ୍କା ଦେବାକୁ ସ୍ଥିର କଲେ। ଏଥିରେ ଟାଟାର ୩୦୦ କୋଟି ଟଙ୍କାର ସହଭାଗିତା ରହିବ ବୋଲି କୁହାଗଲା। ଏହିସବୁ ଭିତରେ ଟାଟା କମ୍ପାନୀ ହାତକୁ ରାଜ୍ୟ ସରକାର ୧୫ ଏକର ଜମି ହସ୍ତାନ୍ତର କରିସାରିଛନ୍ତି। ଏଥି ସହିତ ଚୁକ୍ତି ଅନୁଯାୟୀ ୫୦୦ କୋଟି ଟଙ୍କା ମଧ୍ୟ ଦିଆସରିଲାଣି। ଏମ୍‌ଓୟୁକୁ ବର୍ତ୍ତମାନ ୩ ବର୍ଷ ପୂରଣ ହୋଇଥିବାବେଳେ ଶିଳାନ୍ୟାସକୁ ୨ ବର୍ଷ ୩ ମାସ ପୂରଣ ହେବାକୁ ଯାଉଛି। ହେଲେ ରାଜ୍ୟବାସୀଙ୍କୁ ଉଭୟ ସରକାର ଓ ରତନ ଟାଟା ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପଚରାଯିବାରୁ ଜଣାପଡ଼ିଛି ଯେ, “ଏ ପର୍ଯ୍ୟନ୍ତ ଟାଟା ମେମୋରିଆଲ ହସ୍ପିଟାଲ ହେବା ନେଇ ରହିଥିବା ପ୍ରସ୍ତାବ ଖାରଜ ହୋଇନାହିଁ”।
ଏନେଇ ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏ ପର୍ଯ୍ୟନ୍ତ ଉକ୍ତ ଫାଇଲ ବନ୍ଦ ହୋଇନାହିଁ। ୩ ବର୍ଷ ହେଲା ଟାଟା ଏ ବାବଦରେ କିଛି ସ୍ପଷ୍ଟ ମଧ୍ୟ କରୁନାହିଁ। ବିଭିନ୍ନ ସମୟରେ କମ୍ପାନୀ ଅଧିକାରୀ ବଦଳୁଥିବାରୁ କାମ ହୋଇପାରୁ ନ ଥିବା ଟାଟା କହିଆସୁଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବସର ନେବାର ଦିନ କେଇଟା ପୂର୍ବରୁ ଏ ବାବଦରେ ଟାଟା କମ୍ପାନୀ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ। ସେତେବେଳେ ଟାଟା ୨ ସପ୍ତାହ ମଧ୍ୟରେ ହସ୍ପିଟାଲ ପ୍ରତିଷ୍ଠା ସମ୍ପର୍କରେ ସ୍ପଷ୍ଟ କରିବ ବୋଲି କହିଥିଲେ ସୁଦ୍ଧା ଏଯାଏ ଚୁପ୍‌ ବସିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଯେଉଁ ଜମିରେ ଟାଟା ମେମୋରିଆଲ ହୋଇଥାଆନ୍ତା ସେଠାରେ ବିଭିନ୍ନ ଅସୁବିଧା କଥା କମ୍ପାନୀ ଅଧିକାରୀ ଦର୍ଶାଉଥିବା ବେଳେ ଏଠାରେ ବହୁ ଟଙ୍କା ମଧ୍ୟ ସରକାର ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଉକ୍ତ ହସ୍ପିଟାଲ କଥା କ’ଣ ହେବ ସେନେଇ ଜଣା ନ ଥିବା ସେ କହିଛନ୍ତି। ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ କଥାରୁ ସ୍ପଷ୍ଟ ବୁଝାପଡୁଛି, ଓଡ଼ିଶାରେ ଟାଟା ମେମୋରିଆଲ ହସ୍ପିଟାଲ ପ୍ରତିଷ୍ଠା ବିଫଳ ହୋଇସାରିଥିବା ନେଇ ରାଜ୍ୟବାସୀଙ୍କୁ ଜଣାଇ ସରକାର ଅପବାଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ଗୋଟିଏ ଚୁକ୍ତି କାର୍ଯ୍ୟକାରୀ ନ ହେବା ପୂର୍ବରୁ କ୍ୟାନ୍‌ସର ହସ୍ପିଟାଲ ଲାଗି ଆଉ ଏକ ବୁଝାମଣାପତ୍ର ସ୍ବାକ୍ଷର କରିବା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ବର୍ତ୍ତମାନ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ରହିଥିବା ପ୍ରମୋଦ ମେହେର୍ଦ୍ଦା ଯେଉଁ ସମୟରେ ସ୍ବାସ୍ଥ୍ୟ ସଚିବ ଥିଲେ ସେତେବେଳେ ଟାଟା କମ୍ପାନୀ ସହିତ ବୁଝାମଣା ପତ୍ର ତାଙ୍କ ମାଧ୍ୟମରେ ସ୍ବାକ୍ଷରିତ କରାଯାଇଥିଲା। ଏବେ ପୁନର୍ବାର ଏକ ଦମ୍ପତିଙ୍କ ଦ୍ୱାରା ନୂତନ କ୍ୟାନ୍‌ସର ହସ୍ପିଟାଲ ହେବ ବୋଲି ଯାହା କୁହାଯାଉଛି ସେହି ସପନ ଦେଖି ରାଜ୍ୟବାସୀ ସନ୍ତୁଷ୍ଟ ରହିବା ଦରକାର ବୋଲି ସଚିବାଳୟର କେତେଜଣ ବରିଷ୍ଠ ଅଧିକାରୀ କୌତୂହଳରେ ମତ ଦେଉଛନ୍ତି।

ସୁନିତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri