ଟ୍ରାଇ ସାଇକେଲରେ ଭବିଷ୍ୟତ ସ୍ବପ୍ନ

ବାଲେଶ୍ୱର ଅଫିସ, ୩୦।୬: ପରିବାର ଦାୟିତ୍ୱ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ଅଭାବ ଅନାଟନ ସତ୍ତ୍ୱେ ସେ ୪ ପ୍ରାଣୀଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି। ଏଭଳି ଜଣେ ଦୃଢ଼ମନା ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ସ୍ତ୍ରୀ ଓ ୩ ଝିଅଙ୍କୁ ନେଇ ତାଙ୍କ ସଂସାର। ୩ଟି ଝିଅ ବୋଲି ଗଜେନ୍ଦ୍ରଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ। ଝିଅମାନଙ୍କୁ କିପରି ପାଠସାଠ ପଢ଼ାଇ ଭଲ ମଣିଷ କରିବେ ସେହି ଲକ୍ଷ୍ୟରେ ସେ ସଂଘର୍ଷ କରିଚାଲିଛନ୍ତି।
ପେସାରେ ଜଣେ ଡିଲର। ସେ ମାସକୁ ପ୍ରାୟ ୫ହଜାର ଟଙ୍କା ରୋଜଗାର କରିଥାନ୍ତି। ସୀମିତ ଅର୍ଥରେ ଯାହା ପରିବାର ଚଳାଇବା ସମ୍ଭବ ହୋଇ ନ ଥାଏ। ଗଜେନ୍ଦ୍ରଙ୍କୁ ସହାୟତା କରିବା ପାଇଁ ୨ମାସ ହେଲା ତାଙ୍କ ସ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଉଭୟଙ୍କ ରୋଜଗାରରେ ଯେନତେନ ପ୍ରକାରେ ପରିବାରର ଗୁଜୁରାଣ ମେଣ୍ଟିଯାଉଛି। କିନ୍ତୁ ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବା, ଅନ୍ୟ ମା’ବାପାଙ୍କ ଭଳି ଝିଅଙ୍କ ଇଚ୍ଛାକୁ ପୂରଣ କରିବା ସମ୍ଭବ ହୋଇପାରୁନି। ତଥାପି ପିଲାମାନଙ୍କ ପାଠପଢ଼ାରେ ମା’ବାପା କେବେ ହେଳା କରିନାହାନ୍ତି। ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ବଡ଼ ଝିଅ ଟାଉନ ହାଇସ୍କୁଲରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମଝିଆ ଝିଅ ନୀଳାଦ୍ରି ଏବେ ୩ୟ ଶ୍ରେଣୀରେ ପଢୁଛନ୍ତି। ସବା ସାନ ଝିଅକୁ ୩ ବର୍ଷ। ବଡ଼ ଝିଅର ସ୍କୁଲ ବନ୍ଦ ଥିବା ବେଳେ ମଝିଆ ଝିଅ ସହରର ଏଡିଏମ୍‌ ଛକସ୍ଥିତ ଅରବିନ୍ଦ ବିଦ୍ୟାଳୟରେ ପାଠ ପଢୁଛନ୍ତି। ପ୍ରତ୍ୟେକ ଦିନ ନେବା ଆଣିବା ପାଇଁ ମାସକୁ ଅଟୋ ଭଡ଼ା ୧୪ଶହ ଟଙ୍କା ଆବଶ୍ୟକ ପଡୁଥିବାରୁ ଝିଅର ପାଠପଢ଼ା ବନ୍ଦ ହେବା ଆଶଙ୍କାରେ ଗଜେନ୍ଦ୍ର ନିଜ ଟ୍ରାଇ ସାଇକେଲ ଯୋଗେ ବିଦ୍ୟାଳୟକୁ ନେବାଆଣିବା କରୁଛନ୍ତି। ବହି ବୋଝେଇ ବ୍ୟାଗ୍‌କୁ ଟ୍ରାଇ ସାଇକେଲର ଆଗରେ ରଖି ପଛପଟେ ଥିବା ଏକ ଲୁହା ରଡ଼ ଉପରେ ନୀଳାଦ୍ରି ଠିଆ ହେବା ପରେ ହାତରେ ସାଇକେଲ ଚଳାଇ ଗଜେନ୍ଦ୍ର ପ୍ରାୟ ୧୬କି.ମି. ଯା’ଆସ କରୁଛନ୍ତି। ପ୍ରଥମେ ପ୍ରଥମେ ଯିବା ଆସିବା କରିବାରେ ନୀଳାଦ୍ରିଙ୍କୁ କଷ୍ଟ ହେଉଥିଲେ ହେଁ ବାପା ତାଙ୍କୁ ସାହାସ ଦେଇଥିଲେ। ପ୍ରାୟ ବର୍ଷେ ହେବ ନୀଳାଦ୍ରି ଟ୍ରାଇସାଇକେଲରେ ଯା’ଆସ କରୁଥିବାରୁ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି।
ଗଜେନ୍ଦ୍ର କହନ୍ତି, ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ସମ୍ମାନର ସହ ବଞ୍ଚତ୍ଛି। ପିଲାମାନଙ୍କୁ ମଣିଷ କରିବା ପାଇଁ ଉଭୟ ଦମ୍ପତି ଆଶା ବାନ୍ଧିଛୁ। ଘର ଖଣ୍ଡିଏ ନ ଥିବାରୁ ଏବେ ବ୍ୟାଙ୍କ ଲୋନ୍‌ କରି ଘର ୨ ବଖରା କରିଛୁ। ଲୋନ୍‌ ଶୁଝିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାପରେ ମଧ୍ୟ ପିଲାମାନଙ୍କ ପାଠପଢ଼ାରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ଯତ୍ନବାନ ଅଛୁ। ନୀଳାଦ୍ରି ଭଲ ପାଠ ପଢୁଥିବାରୁ କୁନି ବୟସରୁ ଡାକ୍ତର ହେବା ଲାଗି ସ୍ବପ୍ନ ଦେଖିଥିବା ଗଜେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?