ଟ୍ରାଇ ସାଇକେଲରେ ଭବିଷ୍ୟତ ସ୍ବପ୍ନ

ବାଲେଶ୍ୱର ଅଫିସ, ୩୦।୬: ପରିବାର ଦାୟିତ୍ୱ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ଅଭାବ ଅନାଟନ ସତ୍ତ୍ୱେ ସେ ୪ ପ୍ରାଣୀଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି। ଏଭଳି ଜଣେ ଦୃଢ଼ମନା ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ସ୍ତ୍ରୀ ଓ ୩ ଝିଅଙ୍କୁ ନେଇ ତାଙ୍କ ସଂସାର। ୩ଟି ଝିଅ ବୋଲି ଗଜେନ୍ଦ୍ରଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ। ଝିଅମାନଙ୍କୁ କିପରି ପାଠସାଠ ପଢ଼ାଇ ଭଲ ମଣିଷ କରିବେ ସେହି ଲକ୍ଷ୍ୟରେ ସେ ସଂଘର୍ଷ କରିଚାଲିଛନ୍ତି।
ପେସାରେ ଜଣେ ଡିଲର। ସେ ମାସକୁ ପ୍ରାୟ ୫ହଜାର ଟଙ୍କା ରୋଜଗାର କରିଥାନ୍ତି। ସୀମିତ ଅର୍ଥରେ ଯାହା ପରିବାର ଚଳାଇବା ସମ୍ଭବ ହୋଇ ନ ଥାଏ। ଗଜେନ୍ଦ୍ରଙ୍କୁ ସହାୟତା କରିବା ପାଇଁ ୨ମାସ ହେଲା ତାଙ୍କ ସ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଉଭୟଙ୍କ ରୋଜଗାରରେ ଯେନତେନ ପ୍ରକାରେ ପରିବାରର ଗୁଜୁରାଣ ମେଣ୍ଟିଯାଉଛି। କିନ୍ତୁ ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବା, ଅନ୍ୟ ମା’ବାପାଙ୍କ ଭଳି ଝିଅଙ୍କ ଇଚ୍ଛାକୁ ପୂରଣ କରିବା ସମ୍ଭବ ହୋଇପାରୁନି। ତଥାପି ପିଲାମାନଙ୍କ ପାଠପଢ଼ାରେ ମା’ବାପା କେବେ ହେଳା କରିନାହାନ୍ତି। ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ବଡ଼ ଝିଅ ଟାଉନ ହାଇସ୍କୁଲରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମଝିଆ ଝିଅ ନୀଳାଦ୍ରି ଏବେ ୩ୟ ଶ୍ରେଣୀରେ ପଢୁଛନ୍ତି। ସବା ସାନ ଝିଅକୁ ୩ ବର୍ଷ। ବଡ଼ ଝିଅର ସ୍କୁଲ ବନ୍ଦ ଥିବା ବେଳେ ମଝିଆ ଝିଅ ସହରର ଏଡିଏମ୍‌ ଛକସ୍ଥିତ ଅରବିନ୍ଦ ବିଦ୍ୟାଳୟରେ ପାଠ ପଢୁଛନ୍ତି। ପ୍ରତ୍ୟେକ ଦିନ ନେବା ଆଣିବା ପାଇଁ ମାସକୁ ଅଟୋ ଭଡ଼ା ୧୪ଶହ ଟଙ୍କା ଆବଶ୍ୟକ ପଡୁଥିବାରୁ ଝିଅର ପାଠପଢ଼ା ବନ୍ଦ ହେବା ଆଶଙ୍କାରେ ଗଜେନ୍ଦ୍ର ନିଜ ଟ୍ରାଇ ସାଇକେଲ ଯୋଗେ ବିଦ୍ୟାଳୟକୁ ନେବାଆଣିବା କରୁଛନ୍ତି। ବହି ବୋଝେଇ ବ୍ୟାଗ୍‌କୁ ଟ୍ରାଇ ସାଇକେଲର ଆଗରେ ରଖି ପଛପଟେ ଥିବା ଏକ ଲୁହା ରଡ଼ ଉପରେ ନୀଳାଦ୍ରି ଠିଆ ହେବା ପରେ ହାତରେ ସାଇକେଲ ଚଳାଇ ଗଜେନ୍ଦ୍ର ପ୍ରାୟ ୧୬କି.ମି. ଯା’ଆସ କରୁଛନ୍ତି। ପ୍ରଥମେ ପ୍ରଥମେ ଯିବା ଆସିବା କରିବାରେ ନୀଳାଦ୍ରିଙ୍କୁ କଷ୍ଟ ହେଉଥିଲେ ହେଁ ବାପା ତାଙ୍କୁ ସାହାସ ଦେଇଥିଲେ। ପ୍ରାୟ ବର୍ଷେ ହେବ ନୀଳାଦ୍ରି ଟ୍ରାଇସାଇକେଲରେ ଯା’ଆସ କରୁଥିବାରୁ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି।
ଗଜେନ୍ଦ୍ର କହନ୍ତି, ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ସମ୍ମାନର ସହ ବଞ୍ଚତ୍ଛି। ପିଲାମାନଙ୍କୁ ମଣିଷ କରିବା ପାଇଁ ଉଭୟ ଦମ୍ପତି ଆଶା ବାନ୍ଧିଛୁ। ଘର ଖଣ୍ଡିଏ ନ ଥିବାରୁ ଏବେ ବ୍ୟାଙ୍କ ଲୋନ୍‌ କରି ଘର ୨ ବଖରା କରିଛୁ। ଲୋନ୍‌ ଶୁଝିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାପରେ ମଧ୍ୟ ପିଲାମାନଙ୍କ ପାଠପଢ଼ାରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ଯତ୍ନବାନ ଅଛୁ। ନୀଳାଦ୍ରି ଭଲ ପାଠ ପଢୁଥିବାରୁ କୁନି ବୟସରୁ ଡାକ୍ତର ହେବା ଲାଗି ସ୍ବପ୍ନ ଦେଖିଥିବା ଗଜେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଳଦିଆ ଘାଟରେ ବୁଡିଲା ଡଙ୍ଗା

ବାଲେଶ୍ୱର ଅଫିସ, ୯ା୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ହଳଦିଆ ଗ୍ରାମ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୦...

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମହୁଲି ଜବତ, ୪ ଗିରଫ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି।...

ଉଜୁଡ଼ି ଯାଉଛି ଉପକୂଳ ବନାଞ୍ଚଳ

ଭୋଗରାଇ, ୨୬।୨(ପ୍ରଦୀପ ଦାସ)-ପ୍ରକୃତିର ଅମୂଲ୍ୟ ସମ୍ପଦ ଜଙ୍ଗଲ। ପ୍ରକୃତିକୁ ସୁରକ୍ଷିତ ରଖିଲେ ଆମେ ସୁରକ୍ଷିତ ରହିପାରିବା। ସମୁଦ୍ର ଉପକୂଳବର୍ତ୍ତୀ ଜଙ୍ଗଲ ଦିନକୁ ଦିନ ଧ୍ୱଂସ ହୋଇଯାଉଥିବାରୁ...

କର୍ତ୍ତବ୍ୟରେ ଅବହେଳା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର ଅଫିସ, ୨୦ା୯-କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ବାଲେଶ୍ୱର ଏସ୍‌ପି ବି. ଯୁଗୋଳ କିଶୋର କୁମାର ଗୁରୁବାର ଦୁଇ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେମାନେ...

ଦୁର୍ଘଟଣା ପରେ ୩ବର୍ଷ ହେଲା ଶଯ୍ୟାଶାୟୀ

ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ତୋଭାପାଳ ସାହିର ଲୋଧା ସିଂ (୪୬)ଙ୍କ ପରିବାରରେ ଏବେ ଦେଖାଦେଇଛି ଦୁଃଖର ଝଡ।...

ନକଲି ଶିକ୍ଷକଙ୍କୁ ବହିଷ୍କାର ନିର୍ଦ୍ଦେଶ

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲାପରିଷଦର ଚତୁର୍ଥ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷ ନାରାୟଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।...

ବୈତରଣୀକୁ ଧସିଲା ୧୦୦ ଫୁଟ ମାଟି ଅତଡ଼ା

ଆରଡ଼ି, ୧୯।୬ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ଖେଳପଡ଼ିଆ ନିକଟରେ ବୁଧବାର ସକାଳେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ବୈତରଣୀ...

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ଦିବସ

ଜଳେଶ୍ୱର, ୨।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ଚୈତନ୍ୟସାହୁ ଛକରେ ସୋମବାର ୧୨ଦଫା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ କରାଯାଇଛି। ମହିଳାମାନେ ଏବେ କାମ...

Advertisement
Archives

Model This Week