୭୩ରେ ପାଦ ରଖିଲେ ଡ୍ରିମ ଗର୍ଲ

ମୁମ୍ବାଇ: ଲକ୍ଷେ ଦିଲ କି ଧଡକନ ବଲିଉଡ୍ ଡ୍ରିମ ଗର୍ଲ ହେମା ମାଳିନୀ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ଅମ୍ମକୁଦିରେ ତାଙ୍କର ଜନ୍ମ । ସାଉଥ୍‌ରେ ଜନ୍ମହୋଇ ବି ସେ ୮୦ ଦଶକରେ ବଲିଉଡରେ ରାଜ୍ କରିଥିଲେ । ଅଭିନୟ ସାଙ୍ଗକୁ ସୁନ୍ଦରତାରେ ସେ ଦର୍ଶକଙ୍କ ମନ ମୋହୁଥିଲେ । ଆଜିବି ୭୩ ବର୍ଷରେ ହେମା ୟଙ୍ଗଷ୍ଟରଙ୍କୁ ପଛରେ ପକାଇ ଦିଅନ୍ତି । ସେ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ । ବଲିଉଡରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ସେ ପାଲଟି ଯାଇଥିଲେ ଲକ୍ଷେ ଦିଲ କି ଧଡକନ । ସେ ସମୟର ହିଟ୍ ନାୟକ ଜିତେନ୍ଦ୍ର ହେମାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ବି ସେ ଏହାକୁ ଗ୍ରହଣ କରି ନ ଥିଲେ । ୧୯୬୫ରେ ହେମାଙ୍କର ‘ଆସମାନ ମହଲ’ ପ୍ରିମିୟରରେ ପ୍ରଥମଥର ପାଇଁ ବଲିଉଡ୍ ହି ମ୍ୟାନ ଧର୍ମେନ୍ଦ୍ରଙ୍କ ସହ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରୁ ହିଁ ହେମା ବୋଧହୁଏ ଧର୍ମେନ୍ଦ୍ରଙ୍କୁ ମନ ଦେଇ ବସିଥିଲେ । କିନ୍ତୁ ସେତେବେଳକୁ ଧର୍ମେନ୍ଦ୍ର ବିବାହିତ ଓ ସନ୍ତାନର ଜନକ ହୋଇ ସାରିଥିଲେ । କିନ୍ତୁ ହେମାଙ୍କ ମନ ମାନି ନ ଥିଲା । ଶେଷରେ ସେ ଧମେନ୍ଦ୍ରଙ୍କୁ ହିଁ ବିବାହ କରିଥିଲେ । ବଲିଉଡର ଜଣେ ସଫଳ ଅଭିନେତ୍ରୀ ସେ ସମୟରେ ଜଣେ ବିବାହିତ ପୁରୁଷଙ୍କୁ ବିବାହ କରିବା ଯେତିକି ଚର୍ଚ୍ଚା ସାଉଁଟିଥିଲା ତା’ଠାରୁ ଅଧିକ ଚର୍ଚ୍ଚା ଥିଲା ହିମ୍ୟାନଙ୍କ ଧର୍ମପତ୍ନୀ ହେବା ।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଭାଇଚାରା ସବୁବେଳେ ମିଳିବ

କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍‌ କମ୍‌। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ...

ଅମିତାଭଙ୍କ କଣ୍ଠରେ ଶୁଭୁଥିବା କରୋନା ହ୍ୟାଲୋ ଟ୍ୟୁନକୁ ହଟାଇବାକୁ ଦାବି: ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ,୭ ।୧: ମୋବାଇଲ ଫୋନରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠରେ କରୋନା ଭାଇରସ ସଚେତନତା ବାର୍ତ୍ତ ଥିବା ହ୍ୟାଲୋ ଟ୍ୟୁନକୁ ହଟାଇବା ପାଇଁ ଦାବି...

‘ଦୟାଳୁ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିକଟରେ ସେ ଏକ ସାକ୍ଷାତକାରରେ ନଜର...

କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ...

ପରଲୋକରେ ହଲିଉଡ୍‌ ଅଭିନେତା

ହଲିଉଡ୍‌ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କ୍ୟାନସରରେ...

ଲକ୍‌ଡାଉନରେ ଅଙ୍କିତାଙ୍କର ହେଲା ନିର୍ବନ୍ଧ !

ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଟେଲିଭିଜନର ଫେମଶ ଆକ୍ଟ୍ରେସ୍‌ ଅଙ୍କିତା ଲୋଖଣ୍ଡେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଆସିଥିବା ଟାଇଗର ଶ୍ରଫ,...

୪୩ ବର୍ଷ ବୟସରେ କନିଆଁ ହେବାକୁ ସଜ

ବମ୍ବେ: ୪୩ ବର୍ଷ ବୟସରେ ପୁଣି କନିଆଁ ହେବାକୁ ସଜ ହେଲେଣି ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। କନିକା ତାଙ୍କ ଦୀର୍ଘଦିନର ପ୍ରେମିକ ତଥା...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

Advertisement
Archives

Model This Week