ପ୍ରାଣୀ ସେବାର ସ୍ବପ୍ନ

ମାନେକା ଗାନ୍ଧୀ

ମାୟା କ’ଣ? ଏହା ଜାଣିବାକୁ ଚାହିଁଲେ ମହର୍ଷିି ନାରଦ। ଏଥିପାଇଁ ସେ ବିଷ୍ଣୁଙ୍କୁ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ ନ ହେବା ଯାଏ ବର୍ଷ ବର୍ଷ ଧରି ତପସ୍ୟାରେ ବସିରହିିଲେ। ମହର୍ଷିିଙ୍କ କଠୋର ତପସ୍ୟା ଦେଖି ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ। କହିଲେ,ନାରଦ ଆସ ଚାଲି ଚାଲି ଯିବା ଓ ମୁଁ ତୁମକୁ ମାୟାର ରହସ୍ୟ କହିବି। ସେମାନେ ଦୁହେଁ ମରୁଭୂମିର ତତଲା ବାଲିରେ ଚାଲି ଚାଲି ଧୂଳିଧୂସରିତ ହୋଇଗଲେ, କ୍ଳାନ୍ତ ଅନୁଭବ କଲେ। ସେମାନଙ୍କୁ ଭୀଷଣ ଶୋଷ ଲାଗିଲା। ଏତିକିବେଳେ ଛୋଟ ଗାଁଟିଏ ବିଷ୍ଣୁଙ୍କ ନଜରରେ ପଡ଼ିଲା। ସେ ଗାଁଟିକୁ ଦେଖାଇଦେଇ କହିଲେ, ନାରଦ! ମୋ ପାଇଁ ସେଠାରୁ କିଛି ପାଣି ଆଣିଦିଅ। ବିଷ୍ଣୁଙ୍କ ଆଜ୍ଞା ପାଳନପୂର୍ବକ ନାରଦ ସେହି ଗାଁରେ ପହଞ୍ଚତ୍ ପ୍ରଥମ ଘରର କବାଟ ବାଡେଇଲେ। ନାରଦଙ୍କ ଡାକଶୁଣି ଅନୁଗ୍ରହ ପୂର୍ବକ ଜଣେ ସୁନ୍ଦରୀ କନ୍ୟା କବାଟ ଖୋଲିଲେ। କହିଲେ, ପ୍ରଭୁ ଭିତରକୁ ଆସନ୍ତୁ। ନାରଦ ଘର ଭିତରକୁ ପ୍ରବେଶ କରନ୍ତେ ପରିବାରବର୍ଗ ତାଙ୍କୁ ସ୍ବାଗତ କଲେ। ସେମାନେ ନାରଦଙ୍କୁ ଖାଦ୍ୟ ଓ ପାଣି ଦେଇ ଆପ୍ୟାୟିକ କଲେ। ସେଠାରେ ଆତିଥ୍ୟ ଲାଭ କରି ନାରଦ ସେହି କନ୍ୟାଙ୍କୁ ବାହା ହେବାକୁ ମନ ବଳାଇଲେ। ସେ ତାଙ୍କ ଘରେ ରହିଲେ। ଏମିତିରେ ମାସମାସ କଟିଗଲା। ଶେଷରେ ନାରଦ ସେହି କନ୍ୟାଙ୍କୁ ବିବାହ କଲେ। ତାଙ୍କ ଓ୍ୟରଷରୁ ତିନୋଟି ସନ୍ତାନ ଜନ୍ମ ନେଲେ। ପିଲାଛୁଆ ସଂସାର ଭିତରେ ନାରଦଙ୍କର ଆଉ ୧୨ ବର୍ଷ କଟିଗଲା। ହଠାତ୍‌ ଏକ ପ୍ରଳୟଙ୍କରୀ ବନ୍ୟା ଆସିଲା। ଗାଁକୁ ଧ୍ୱଂସ କରିଦେଲା। ସବୁ ଭସାଇ ନେଲା। ନାରଦ ତାଙ୍କ ପତ୍ନୀ ଓ ତିନୋଟି ସନ୍ତାନଙ୍କୁୁ ବନ୍ୟାର ସ୍ରୋତରୁ ବଞ୍ଚାଇବା ଲାଗି ଚେଷ୍ଟା କଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ଚାହୁଁ ଚାହୁଁ ତାଙ୍କ ପତ୍ନୀ ଓ ସନ୍ତାନମାନେ ବନ୍ୟାରେ ଭାସିଗଲେ। ଏକାକୀ ରହିଗଲେ ନାରଦ। ଜୀବନର ସବୁ ହରାଇ ସେ ଜୋର୍‌ରେ କାନ୍ଦିବାକୁ ଲାଗିଲେ। ଏହି ସମୟରେ ‘ନାରଦ! ମୁଁ ତୁମକୁ ଅଧଘଣ୍ଟା ହେବ ଅପେକ୍ଷା କରିଛି, ମୋ ପାଣି କାହିଁ ’ ବୋଲି ଦୂରରୁ ବିଷ୍ଣୁଙ୍କ ସ୍ବର ଭାସିଆସିଲା। ନାରଦ ଏହାକୁ ଶୁଣିଲା ପରେ ଅନୁଭବ କଲେ ଯେ, ଏସବୁ ଏକ ସ୍ବପ୍ନ ଥିତ୍ଲା।
ପାଟନାରୁ ଜଣେ ଝିଅ ମୋ ପାଖକୁ ଚିଠିଟିଏ ପଠାଇଥିଲେ। ସେଥିରେ ସେ ଲେଖିଥିଲେ ଯେ,ପାଟନାରେ ଗୋଟିଏ ଭଲ ପ୍ରଜାତିର ପୋଷାକୁକୁରକୁୁ ତା’ମାଲିକ ପରିତ୍ୟକ୍ତ ଅବସ୍ଥାରେ ରାସ୍ତାରେ ଛାଡିଦେଇଥିଲେ। ବୁଲାକୁକୁରମାନେ ତାକୁ ସାଂଘାତିକ ଭାବେ କାମୁଡିବା ଦ୍ୱାରା ତା ଆଖି ସଂକ୍ରମିତ ହୋଇଥିଲା। ତାକୁ ପ୍ରାୟତଃ କିଛି ଦେଖାଯାଉ ନ ଥିଲା। ଚର୍ମରୋଗରେ ଆକ୍ରାନ୍ତ ହୋଇ ତା’ଦେହରୁ ଲୋମ ବି ଝଡ଼ିଯାଇଥିତ୍ଲା। ସେ ତାକୁ ଘରକୁ ଆଣିଲେ। କିନ୍ତୁ କୁକରଟି ତାଙ୍କୁ କାମୁଡି ଦେଲା। ପରେ ଶଶୁର ଘର ଲୋକେ ବାରଣ କରିବାରୁ ସେ ତାକୁ ଏକ ବୋର୍ଡିଂ ହାଉସ୍‌ ବା ଆବାସିକ ଘରେ ନେଇ ରଖିଲେ। ବୋର୍ଡିଂ ହାଉସ୍‌ରେ ରଖିବା ଥିଲା ବ୍ୟୟବହୁଳ। ଏଣୁ ତାକୁ ଜଣେ ସ୍ବେଚ୍ଛାସେବୀଙ୍କୁ ଦେଲେ। ସ୍ବେଚ୍ଛାସେବୀ ଜଣକ ତାକୁ ଛାତ ଉପରେ ଖରାରେ ବାନ୍ଧି ରଖିବାରୁ ସେ ତାଙ୍କଠାରୁ ନେଇଆସି ଆଉ ଜଣଙ୍କୁ ଦେଲେ। କିନ୍ତୁ ତାଙ୍କର ଛୋଟ ପିଲାଟି ଥିବାରୁ ସେ ତାକୁ ଦେଖି ଖୁବ୍‌ ଗର୍ଜିବାକୁ ଲାଗିଲେ। ଏବେ ତାକୁ ରାସ୍ତାରେ ଛାଡିବା ବିନା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ସେ ମାସେଯାଏ ୟା ତା ଘରେ ବାନ୍ଧି ରଖିଥିତ୍ଲେ। ଏସବୁ ଜାଣିିବା ପରେ ତାକୁ ମୋ ପାଖକୁ ଆଣିବା ଲାଗି ଏୟାର ଇଣ୍ଡିଆକୁ କହିଥିଲି। ମଁୁ ବିମାନ ଭଡ଼ା ମଧ୍ୟ ଦେଲି। ଦୁଇମାସ ତଳେ ସେ ମୋ ପାଖରେ ପହଞ୍ଚିଲା ଓ ଆସିବା ମାତ୍ରେ ମୋତେ କାମୁଡି ଦେଲା। ଏହା ପରେ ଭୟରେ କେହି ତା ପାଖକୁ ଗଲେ ନାହିଁ। ନାମର ଶକ୍ତି ରହିଛି ବୋଲି ମୋର ବିଶ୍ୱାସ। ଆମେ ସାଧାରଣତଃ ଦେବତା ଓ ବିଭିନ୍ନ ଗୁଣ ବା ଆଚରଣ ଅନୁସାରେ ସବୁ ପ୍ରାଣୀଙ୍କ ନାମକରଣ କରୁ। ଏଥିପାଇଁ ମୁଁ ତା ନାଁ ଗୁଫି ଦେଲି। ତା’ ଧମକପୂର୍ଣ୍ଣ ସ୍ବଭାବ କମ୍‌ କରିବା ଲାଗି ଏଭଳି ଏକ ନାମର ଆବଶ୍ୟକତା ଥିଲା। ଆମ ପରିବାରରେ ଆମେ ତାକୁ କେତେ ଭଲ ପାଉ, ଏଭଳି ଏକ ସାହସୀ ଓ ସୁନ୍ଦର ସଦସ୍ୟକୁ ପାଇ ଆମେ କେତେ ଖୁସି ବୋଲି ତାକୁ ଜଣାଇଲି। ତା’ପରେ ସେ ଆଉ କାହାକୁ ବି କାମୁଡିଲା ନାହିଁ।
ଦୁଇ ମାସ ପରେ ତା’ଲୋମ କୋମଳ ଓ ଘନ କଳା ହୋଇଗଲା। ଆଘାତ ପାଇଥିବା ଆଖିଟିକୁ ଏପାଖ ସେପାଖ କଲା। ସେ ଓ ଘରେ ଥିବା ଲାମ୍ବୁ ପରସ୍ପର ଘନିଷ୍ଠ ହୋଇଗଲେ । ସେ ଆଉ ନ ରାଗି ଖୁସି ରହିଲା । ସଭିଙ୍କ ପ୍ରିୟ ହେଇଗଲା। ସେ ଗୋଟିଏ ଚରମ ଅବସ୍ଥାରୁ ଆଉ ଏକ ନୂଆ ଅବସ୍ଥା ପ୍ରାପ୍ତ ହେଲା। ସମ୍ଭବତଃ ବିଶ୍ୱର ଅଲୌକିକ ଶକ୍ତି ଉପରେ ଥିବା ତା’ର ବିଶ୍ୱାସ ଯୋଗୁ ସେ ମୋତେ ମିଳିଥିଲା।
କୋଭିଡ୍‌ ସମୟରେ ମୋ ଘରକୁ ବହୁ ନୂଆ ଜୀବ ଆସିଛନ୍ତିି । ନିଶା ମୋ ପାଖକୁ ଆସିଛି। ମାଲିକ ତା’ଗୋଡ ଭାଙ୍ଗିଦେଇ ପରିତ୍ୟକ୍ତ ଅବସ୍ଥାରେ ଲାଇଟ୍‌ପୋଷ୍ଟରେ ବାନ୍ଧି ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକେ ତାକୁ ଖାଇବାକୁ ଦେଉଥିଲେ। ପରେ କେହି ଜଣେ ତାକୁ ମୋ ଘରକୁ ନେଇ ଆସିଲେ। ଏମିତି ସବୁ ଘଟଣାରେ ମୁଁ ମନା କରିପାରେ ନାହିଁ, କାରଣ ମୋ ପାଖକୁ ଆସିବା ସେମାନଙ୍କର ଭାଗ୍ୟ ।
ଏହା ମଧ୍ୟରେ ମୁଁ କେବଳ ଗୋଟିଏ କ୍ଷୁଦ୍ର ମାଧ୍ୟମ ବୋଲି ଧରିନିଏ। ଖଣ୍ଡିଆ ଖାବରା ଅବସ୍ଥାରେ ଗୋରା ବି ମୋ ପାଖରେ ପହଞ୍ଚିଛି। ତା’ଆଖିଦୁଇଟି ଦେଖିବାକୁ ହଳଦିଆ ଓ ସେ ଏବେ ବି ଦୁଃଖୀଟିଏ ଭଳି ଲାଗୁଛି। କାକୁ ଓ କାକୀ ନାମକ ଦୁଇଟି କାଉ ପ୍ରତିଦିନ ସନ୍ଧ୍ୟା ୫ଟାରେ ବିସ୍କୁଟ ଖାଇବାକୁ ଆସନ୍ତି । ମୋର ସାମାନ୍ୟ ବିଳମ୍ବ ହୋଇଗଲେ ସେମାନେ ଭାରି ଜୋରରେ ରାବନ୍ତି। ତାଙ୍କ ବିସ୍କୁଟରୁ ଯେଉଁ ଗୁଣ୍ଡୁଚି ମୂଷାଟି ଖାଏ ତା ନାଁ ଟମି ସାର୍‌। ଲକ୍‌ଡାଉନ ସମୟରେ ପାଖରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ପରିତ୍ୟକ୍ତ ଅବସ୍ଥାରେ ଥିବା କୁକୁରଗୁଡ଼ିକୁ ଟ୍ୟାକ୍ସି ଡ୍ରାଇଭରମାନେ ଫେରିବା ଯାଏ ଆମେ ଖାଇବାକୁ ଦେଉଥିଲୁ। ଯୋଡିଏ ବଡ ଜିଆ ବର୍ଷାରୁ ରକ୍ଷା ପାଇବା ଲାଗି ମୋ ବେଡ୍‌ରୁମକୁ ପଶିିଆସନ୍ତିି। ସକାଳ ହେଲେ ପୁଣି ତାଙ୍କୁ ବାହାରେ ଛାଡିଦିଆଯାଏ। ବଣିଟିଏ ବି ମୋ ସାଙ୍ଗରେ ଚାଲେ। ପ୍ରତିଦିନ ସକାଳେ ୧୫ କି ତା’ଠାରୁ ଅଧିକ ମାଙ୍କଡ଼ ଶିଡ଼ିରୁ ଛାତ ଯାଏ ବସନ୍ତି । ସେମାନଙ୍କୁ ରୁଟି ଏବଂ ଫଳ ଖାଇବାକୁ ଦିଆଯାଏ। ଖାଇସାରିବା ପରେ ଆମକୁ କେମିତି ଧନ୍ୟବାଦ ଦିଅନ୍ତି ଜାଣନ୍ତି? ସେମାନେ ଆମ ବଗିଚାରୁ ଫଳ ଛିଣ୍ଡାଇ କୁକୁରଙ୍କ ଉପରକୁ ଫିଙ୍ଗନ୍ତି। ପିପୁଲ ଫର୍‌ ଆନିମଲରେ କାମ କରୁଥିବା ଗୌରୀ କ୍ୟାଟ ଲେଡି ଭାବେ ଜଣାଶୁଣା। କେହି ଜଣେ ସଦ୍ୟ ଜନ୍ମିତ ବିଲେଇ ଛୁଆଗୁଡିକୁ ଅଖାରେ ପୂରାଇ ନାଳୀରେ ଫିଙ୍ଗି ଦେଇଥିଲେ ଓ ଗୌରୀ ସେମାନଙ୍କୁ ଉଦ୍ଧାର କରି ରଖିଛନ୍ତି।
ଲକ୍‌ଡାଉନ ସମୟରେ ହଜାର ହଜାର ଲୋକ ପ୍ରାଣୀମାନଙ୍କ ସହ ବିତିଥିବା ସେମାନଙ୍କ କଷ୍ଟକର ଅନୁଭୂତି ସମ୍ପର୍କରେ ଲେଖି ଜଣାଇଥିଲେ। ଆମେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲୁ। ସମସ୍ତଙ୍କ କାହାଣୀ ଥିଲା ଭିନ୍ନ। ଏସବୁ ଥିଲା ଅତ୍ୟନ୍ତ ଦୁଃଖଦାୟକ। ଥିଲା ଯନ୍ତ୍ରଣାର ଗାଥା। ଯେଉଁଁମାନେ ପୃଥିବୀକୁ ଏକ ସୁନ୍ଦର ଜାଗା କରିବା ଲାଗି ସମୟ ଦେବା ଉଚିତ ସେମାନେ ହିଁ ଏଭଳି ଯନ୍ତ୍ରଣା ଦେଇଛନ୍ତି। ସଂକୀର୍ଣ୍ଣ ଓ ପାପର ପଥ ବାଛି ନେଇଛନ୍ତି। ପ୍ରାଣୀଙ୍କ ଯନ୍ତ୍ରଣା ବଢାଇ ସେମାନଙ୍କ ଜୀବନ ନଷ୍ଟ କରିଛନ୍ତି। ମୁଁ କିନ୍ତୁ ବହୁତ ଭାଗ୍ୟବାନ। ମୁଁ ସୁଖର ମୁହୂର୍ତ୍ତକୁ ବୁଝିବା ଓ ସାଉଁଟିବା ପାଇଁ ଏକ ସୁଯୋଗ ପାଇଛି। ଯଦି ଆପଣ ଏହି ମାୟା ସ୍ବପ୍ନରେ ରହିଛନ୍ତି ବା ପ୍ରାଣୀ ସେବାରୁ ସୁଖ ପାଇବାକୁ ଚାହୁଁଛନ୍ତି ତେବେ ସ୍ବପ୍ନ ଦେଖନ୍ତୁ। କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ଏହାକୁ ଦୁଃସ୍ବପ୍ନ କରନ୍ତୁନି ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?