ରାଜ୍ୟରେ ୭ ଅକ୍ସିଜେନ ପ୍ଲାଣ୍ଟ କରିବ ଡିଆର୍‌ଡିଓ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ହେବ। ଏସବୁ ପ୍ଲାଣ୍ଟ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆର୍‌ଡିଓ) କରିବ। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ଏହି ଅକ୍ସିଜେନ ପ୍ଲାଣ୍ଟ ହେବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଛି। କଟକର ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ପରିସରରେ ଗୋଟେ ହେବାକୁ ଥିବାବେଳେ ବାକି ୬ ଜିଲାଗୁଡ଼ିକର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବ। ଏନେଇ ମଙ୍ଗଳବାର ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଓଡ଼ିଶା ବ୍ରାଞ୍ଚର ଚିଫ୍‌ ଜେନେରାଲ ମ୍ୟାନେଜର ଆର୍‌.ପି ପଣ୍ଡା ସୂଚନା ଦେଇଛନ୍ତି। ଅକ୍ସିଜେନ ପ୍ଲାଣ୍ଟର କେବଳ ସିଭିଲ ଓ ଇଲେକ୍ଟ୍ରିକାଲ କାର୍ଯ୍ୟ ଏନ୍‌ଏଚ୍‌ଏଆଇ କରିବ। ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ସେ କହିଛନ୍ତି। ଏହି ପ୍ଲାଣ୍ଟରୁ ଅକ୍ସିଜେନ ହସ୍ପିଟାଲକୁ ପାଇପ୍‌ ମାଧ୍ୟମରେ ଯୋଗାଣ କରାଯିବ। ସୂଚନାଯୋଗ୍ୟ, ବର୍ତ୍ତମାନ କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପାଇଁ ଅକ୍ସିଜେନ ସଞ୍ଜିବନୀ ଭାବେ କାର୍ଯ୍ୟ କରୁଛି। କିନ୍ତୁ ଏହାର ଅଭାବ ଯୋଗୁ ଦେଶର ବିଭନ୍ନ ସହରରେ ରୋଗୀଙ୍କ ଜୀବନ ଯାଉଛି। ବିଶେଷ କରି ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଥିବା ହସ୍ପିଟାଲଗୁଡ଼ିକରେ ବିଶେଷ ଭାବେ ଅକ୍ସିଜେନ ଅଭାବ ସମସ୍ୟା ଦେଖାଦେଇଛି। ଏହାକୁ ଦେଖ ଓଡ଼ିଶା ସରକାର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଦେବାରେ ସହାୟତା କରୁଛନ୍ତି। ଆଉ ୭ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ବହୁ ଉପକୃତ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ଧମକ ଚମକ ଦେଇ କାମରୁ ବାହାର କରି ଦେବାରୁ ଏସ୍‌ପିଙ୍କ ଦାରସ୍ଥ ହେଲେ ଆର୍ଯ୍ୟପଲ୍ଲୀ ମହିଳା

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ୫୦ ବର୍ଷ ପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି…

ସ୍ଥାନୀୟ ଯୁବତୀଯୁବକଙ୍କୁ ମିଳୁ ସ୍ଥାୟୀ ନିଯୁକ୍ତି: ଦାବି କଲା କଂଗ୍ରେସ, ପୂରଣ ନ ହେଲେ ଆଗାମୀ ଦିନରେ…

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍‌. ଇ. ଏଲ. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀଯୁବକଙ୍କୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦୋପଡାର ୧୩ ମହିଳା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ…

କାଠ କାମ ବେଳେ ମିସ୍ତ୍ରୀଙ୍କୁ ଲାଗିଲା କରେଣ୍ଟ, ଛିଟିକି….

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri