ନାଟକ, ଯାତ୍ରା, ସିନେମା ଓ ଅନନ୍ତ

ଦୀର୍ଘ ଛଅ ଦଶନ୍ଧି ଧରି ରେଡିଓ, ନାଟକ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର ନିଖୁଣ ଅଭିନୟ, ନିର୍ଦ୍ଦେଶନା ଓ ପ୍ରଯୋଜନା, ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ ହୋଇ ରହିଛି। ଓଡ଼ିଶା ନାଟ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ନିର୍ଦ୍ଦେଶକ ଅନନ୍ତ ମହାପାତ୍ର। ମଞ୍ଚରୁ ଚଳଚ୍ଚିତ୍ର ଯାଏ ବ୍ୟାପ୍ତ ତାଙ୍କର ପଥ ଓ ପୃଥିବୀ। ୧୯୩୫ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିବା ଅନନ୍ତ ମହାପାତ୍ରଙ୍କ ପିତା ଥିଲେ ଜଷ୍ଟିସ ହରିହର ମହାପାତ୍ର ଓ ମାତା ହରିପ୍ରିୟା ଦେବୀ। ବାଲ୍ୟକାଳରୁ ହକି, ଫୁଟ୍‌ବଲ, ଭଲିବଲ ଖେଳ ପ୍ରତି ଖୁବ୍‌ ଆଗ୍ରହୀ ଥିଲେ ବି ସବୁଠାରୁ ଅଧିକ ଆକର୍ଷଣ ଥିଲା ତାଙ୍କର ଅଭିନୟ କ୍ଷେତ୍ରରେ। ୧୯୫୦ ମସିହାରେ ଆକାଶବାଣୀର ଶିଶୁ ସଞ୍ଚାର କାର୍ଯ୍ୟକ୍ରମ ତାଙ୍କୁ ଆକର୍ଷିତ କରିଥିଲା ଅଭିନୟ ପ୍ରତି। ଅନନ୍ତ କୁହନ୍ତି, ‘୧୯୫୨ ମସିହାରେ ଆଲ୍ଲାହାବାଦ୍‌ରେ ପଢୁଥିବା ସମୟରେ ସେଠାକାର ନର୍ଥ ଇଣ୍ଡିଆନ୍‌ ଥିଏଟର୍‌ ଆସୋସିଏଶନ୍‌ ସଂସ୍ପର୍ଶରେ ମୁଁ ଆସିଥିଲି; ଯେଉଁଠି ମୋ ପାଇଁ ନାଟ୍ୟ ଜଗତକୁ ପ୍ରବେଶ ଦ୍ୱାର ଖୋଲିଥିଲା। ଭିନ୍ନ ଭିନ୍ନ ଭାଷା, ଅଜଣା ଲୋକ, ସମ୍ପୂର୍ଣ୍ଣ ନୂଆ ପରିବେଶରେ ଖାପ୍‌ ଖୁଆଇବା ଯଦିଓ ମୋ ପାଇଁ କଷ୍ଟକର ଥିଲା, ତଥାପି କଳା ଓ ସଂସ୍କୃତି ପ୍ରତି ମୋର ଆଦର ଓ ସମ୍ମାନ ଖୁବ୍‌ଶୀଘ୍ର ମୋତେ ସେମାନଙ୍କ ହୃଦୟରେ ସ୍ଥାନ ଦେଇଥିଲା। ଶିକ୍ଷକମାନେ ମୋର ପ୍ରିୟ ସାଙ୍ଗ ପରି ପ୍ରେରଣା ଦେଇଥିଲେ। ଆଲ୍ଲାହାବାଦ୍‌ର ଶିକ୍ଷଣୀୟ ପରିବେଶରୁ ମୁଁ ଢେର ଅଭିଜ୍ଞତା ନେଇ ଓଡ଼ିଶା ଫେରିଥିଲି। ୧୯୫୬ ମସିହାରେ ରେଭେନ୍‌ସା କଲେଜ୍‌ରେ ପଢୁଥିବା ସମୟରେ ପ୍ରଥମ ଥର ଇଣ୍ଡିଆନ ପିପୁଲ୍ସ ଆସୋସିଏଶନ୍‌ ତରଫରୁ ଜନତା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିବା ବିଶ୍ୱଜିତ ଦାସଙ୍କ ପ୍ରଥମ ଦୃଶ୍ୟରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ଦେଇଥିଲି। ସୌଭାଗ୍ୟବଶତଃ ଏହି ଏକାଙ୍କିକାଟି ସଫଳତାର ଶୀର୍ଷକୁ ଛୁଇଁଥିଲା। ଏହାପରେ କଟକ ସହରର ଅନ୍ୟାନ୍ୟ ସ୍କୁଲ କଲେଜ୍‌ରେ ଅନୁଷ୍ଠିତ ହେଉଥିବା ବହୁ ମଞ୍ଚ ନାଟକର ନିର୍ଦ୍ଦେଶନା ଦେବା ପାଇଁ ମୋତେ ଅନୁରୋଧ କରାଯାଇଥିଲା। ସମାଜ ପାଇଁ ଶିକ୍ଷଣୀୟ କିଛି ବିଶେଷତ୍ୱ ଥିବା ଗପଗୁଡ଼ିକୁ ମୁଁ ନାଟକ ରୂପେ ରୂପାନ୍ତରିତ କରେ। ଅଖିଳ ମୋହନ ପଟ୍ଟନାୟକ, ପାରମିତା ଶତପଥୀ, ପ୍ରସନ୍ନ ହୋତା, ଏପରି ଅନେକ ଲେଖକଙ୍କର ଗପ ପରିବେଷଣ ହୋଇଛି। ବର୍ତ୍ତମାନ ଯଶୋଧାରା ମିଶ୍ରଙ୍କ ‘ଜଣେ ରାଜାଙ୍କ କଥା’ ଗପଟି ଟେଲିଫିଲ୍ମ କରାଯାଉଛି। ସବୁବେଳେ ମୁଁ କିଛି ଭିନ୍ନ ଓ ନୂତନତ୍ୱ ଦର୍ଶକଙ୍କ ସମ୍ମୁଖରେ ରଖିଥାଏ। ଗୋଟିଏ ନାଟକ ପ୍ରସ୍ତୁତି ପାଇଁ ଚାରିରୁ ଛଅ ମାସ ସମୟ ଲାଗିଥାଏ। ପ୍ରତ୍ୟେକ ଚରିତ୍ର, ସେଟ ଲାଇଟ୍‌, ସଙ୍ଗୀତ ଓ ସଂଳାପ ପାଇଁ ବିଶେଷ ଧ୍ୟାନଦେବାକୁ ପଡ଼େ। ତେବେଯାଇ ଏକ ସଫଳ ନାଟକ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରିହୁଏ। ଆଜି ଇଣ୍ଟରନେଟ୍‌ ଯୁଗରେ ସ୍ଥିତି ବଦଳିଛି। ଦିନେ ଲୋକଙ୍କ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ଥିବା ନାଟକ ଦର୍ଶକଙ୍କ ପାଖରୁ ଦୂରେଇ ଯାଇଛି। ସୁବିଧା ସୁଯୋଗ ରହିଲେ ବହୁ ସଫଳ ନାଟକ ମଞ୍ଚସ୍ଥ ହୋଇପାରିବ। ରଙ୍ଗମଞ୍ଚ ଦ୍ୱାରା ଜଣେ ପେସାଦାର କଳାକାର ତା’ର ପାରିବାରିକ ପ୍ରତିପୋଷଣ କରିପାରିବ,ଏ ଦିଗରେ ମୁଁ ବିଶେଷ ଧ୍ୟାନ ଦେଇଥାଏ। ତେବେ କଳାକାରଙ୍କ ପ୍ରତି ସରକାର ଓ ସମାଜର ସହଯୋଗ ଆବଶ୍ୟକ। ମୁଁ ଉତ୍କଳ ରଙ୍ଗମଞ୍ଚରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କୁ ପାରିତୋଷିକ ଦେଉଥିବାରୁ ସେମାନେ ଆଗ୍ରହୀ ହୋଇ ନିୟମିତ ନାଟକ ପରିବେଷଣ କରୁଥିଲେ। ଜଣେ ନାଟ୍ୟକାର ଧୈର୍ଯ୍ୟ ଓ ନିଷ୍ଠାର ସହିତ ନାଟ୍ୟସଂସ୍ଥା ପ୍ରତି କର୍ତ୍ତବ୍ୟ କରିବା ଉଚିତ। କରୋନା ସମୟରୁ ମୁଁ ୟୁଟ୍ୟୁବ୍‌ରେ ନାଟକ ଓ କ୍ଷୁଦ୍ରଗଳ୍ପ ପଠନକୁ ଗୁରୁତ୍ୱ ଦେଇଆସୁଛି। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଭାଷାରେ ନାଟକ କରୁଥିବା ଅନନ୍ତ ରାଜ୍ୟ ବାହାରେ ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ନିଜ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଉଚ୍ଚପ୍ରଶଂସିତ ହୋଇଛନ୍ତି। ୧୯୮୨ରେ ପ୍ରବାଦ ପୁରୁଷ ଫକୀର ମୋହନ ସେନାପତିଙ୍କ ରଚନା ‘ମାମୁ’କୁ ଟେଲିଫିଲ୍ମର ରୂପ ଦେଇଥିବା ଅନନ୍ତ, ୧୯୯୫ ମସିହାରେ ପ୍ରଥମ ଥର ପାଇଁ ରେଡିଓରେ ଗୋପୀନାଥ ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ଅମୃତର ସନ୍ତାନ’କୁ ଦଶଟି ଭାଗରେ ପଢ଼ିଥିଲେ। ୧୯୬୪ ମସିହାରେ ସେ ସୃଜନୀ ନାଟ୍ୟ ସଂସ୍ଥା ଗଠନ କରି ତାହାରି ମାଧ୍ୟମରେ ଓଡ଼ିଆ ନାଟ୍ୟ ଜଗତରେ ପାଶ୍ଚାତ୍ୟର ପ୍ରଭାବ ବିସ୍ତାର ପାଇଁ ପଥ ପରିଷ୍କାର କରିଥିଲେ। ଏହି ସଂସ୍ଥା ଦ୍ୱାରା ଓଡିଆ ରୂପାନ୍ତର ସାଗର ମନ୍ଥନ, ପ୍ରତାପ ଗଡ଼ରେ ଦି’ ଦିନ, ବନହଂସୀ ଓ ଅମୃତସ୍ୟ ପୁତ୍ରଃ ନାଟକ ମଞ୍ଚସ୍ଥ ହୋଇଥିଲା। ଅତୀତର ସ୍ମୃତି ସର୍ବଦା ନିଆରା ତାଙ୍କ ପାଇଁ। ୧୯୭୫ରେ ବତୀଘର ଫିଲ୍ମ ନିର୍ଦ୍ଦେଶକ, ହିନ୍ଦୀ ଚଳଚ୍ଚିତ୍ର ସୌଧର ପ୍ରଯୋଜକ ଓ ପ୍ରଡକ୍ସନ ଡିଜାଇନର, ସୃଜନୀ ଏବଂ ଉତ୍କଳ ରଙ୍ଗମଞ୍ଚ, ଥିଏଟର ଇନ୍‌ ମୋଶନ୍‌, ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ମଞ୍ଚକଳା ସଂସ୍କୃତି ପାଇଁ ତାଙ୍କର ଅନେକ ଅବଦାନ ରହିଛି। ତେଣୁ ସେ ବହୁଳ ସମ୍ମାନ ସାଉଁଟିଛନ୍ତି। ବିଶ୍ୱ ନାଟ୍ୟ କଂଗ୍ରେସ ଲଣ୍ଡନ, ନାଟ୍ୟ ସୌଧ ସଂସ୍ଥାନ କୋଲକାତା, ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଡି. ଲିଟ୍‌, ଆଇ.ଆଇ.ଏ.ଏସ୍‌. ସିମ୍‌ଲା, ଇନ୍‌ଟାକ୍‌ ଭୁବନେଶ୍ୱର, ୨୦୧୯ ମସିହା ପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଜଣେ ନିଷ୍ଠାପର ଓ ସମର୍ପିତ ନାଟ୍ୟକାର ଅନନ୍ତ, ବର୍ତ୍ତମାନ ଅନେକ ସାମାଜିକ ସଙ୍ଗଠନ ସହିତ ଜଡ଼ିତ ରହି ସମାଜସେବାରେ ନିଜକୁ ନିୟୋଜିତ କରିବା ସହ ଶିଶୁ, ପ୍ରାମାଣିକ ଚଳଚ୍ଚିତ୍ର ସହ ଫିଚର ଫିଲ୍ମରେ ମୁଖ୍ୟ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଦୀର୍ଘ ୬୫ ବର୍ଷର ଯାତ୍ରାରେ ରେଡିଓ, ଟେଲିଭିଜନ, ଚଳଚ୍ଚିତ୍ର ଓ ନାଟକରେ ଅଭିନୟ ହେଉ ବା ନିର୍ଦ୍ଦେଶନା ତାଙ୍କୁ ପରିଚିତ କରାଇଛି ନାଟ୍ୟ ଜଗତର ଜଣେ ଅଦ୍ୱିତୀୟ ବ୍ୟକ୍ତିତ୍ୱ ଭାବରେ।

-ପ୍ରିୟମ୍ବଦା ରଥ (ହାଇଦ୍ରାବାଦ୍‌)
ମୋ: ୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri