କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି, ପୋଷାକ, ମଧ୍ୟାହ୍ନଭୋଜନ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଏହାସତ୍ତ୍ୱେ ବିଭିନ୍ନ ସ୍କୁଲରେ ଡ୍ରପ୍‌ଆଉଟ ସଂଖ୍ୟା ଦେଖିଲେ କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର ସାମ୍‌ନାକୁ ଆସିଛି। ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୩ ବ୍ଲକରେ ବର୍ତ୍ତମାନ ୩୮୨୦ ଜଣ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର ଅଛନ୍ତି। ସେଥିମଧ୍ୟରୁ ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୬୭୮ଜଣ ଥିବାବେଳେ କର୍ଲାମୁଣ୍ଡା ବ୍ଲକରେ ସର୍ବନିମ୍ନ ୨୩ଜଣ ରହିଛନ୍ତି। ସେହିପରି ଭବାନୀପାଟଣା ସଦର ବ୍ଲକରେ ୭ରୁ ୧୪ବର୍ଷ ୧୬୪ ଛାତ୍ରୀଛାତ୍ର, ୧୪ରୁ ୧୬ବର୍ଷ ୩୩୬ ଜଣ ସମେତ ୫୦୦ ଜଣ ପାଠପଢା ଅଧାରୁ ଛାଡିଛନ୍ତି। ଧର୍ମଗଡ ବ୍ଲକରେ ୭ରୁ ୧୪ବର୍ଷ ୪୦ ଜଣ, ୧୪ରୁ ୧୬ବର୍ଷ ୧୯୨ ଜଣ ସମୁଦାୟ ୫୦୦ ଜଣ, ଗୋଲାମୁଣ୍ଡା ବ୍ଲକରେ ୭ରୁ ୧୪ବର୍ଷ ୪୦ ଜଣ, ୧୪ରୁ ୧୬ବର୍ଷ ୧୯୨ଜଣଙ୍କୁ ମିଶାଇ ୨୩୨ ଜଣ, ଜୟପାଟଣା ବ୍ଲକରେ ୭ରୁ ୧୪ବର୍ଷ ୧୧୦, ୧୪ରୁ ୧୬ବର୍ଷ ୨୮୩ ଜଣ ସମୁଦାୟ ୩୯୩ ଛାତ୍ରୀଛାତ୍ର, ଜୁନାଗଡ ବ୍ଲକରେ ୭ରୁ ୧୪ବର୍ଷ ୭୭ ଜଣ, ୧୪ରୁ ୧୬ବର୍ଷ ୩୩୩ ଜଣ ସୁମଦାୟ ୪୧୦, କଲମପୁର ବ୍ଲକରେ ୭ରୁ ୧୪ବର୍ଷ ୧୩ଜଣ, ୧୪ରୁ ୧୬ବର୍ଷ ୮୫ଜଣ ସମୁଦାୟ ୯୮ ଛାତ୍ରୀଛାତ୍ର, କର୍ଲାମୁଣ୍ଡା ବ୍ଲକରେ ୭ରୁ ୧୪ବର୍ଷ ୧, ୧୪ରୁ ୧୬ବର୍ଷ ୨୨ ଜଣ ସମୁଦାୟ ୨୩ ଜଣ, କେସିଙ୍ଗା ବ୍ଲକରେ ୭ରୁ ୧୪ବର୍ଷ ୩୭, ୧୪ରୁ ୧୬ବର୍ଷ ୧୩୧ ମୋଟ ୧୬୮ ଜଣ, କୋକସରା ବ୍ଲକରେ ୭ରୁ ୧୪ବର୍ଷ ୫୪, ୧୪ରୁ ୧୬ବର୍ଷ ୨୨୯ ସମୁଦାୟ ୨୮୩ ଜଣ, ଲାଞ୍ଜିଗଡ ବ୍ଲକରେ ୭ରୁ ୧୪ବର୍ଷ ୧୯୬, ୧୪ରୁ ୧୬ବର୍ଷ ୨୯୫ ମୋଟ ୪୯୧ ଜଣ, ମଦନପୁର ରାମପୁର ବ୍ଲକରେ ୭ରୁ ୧୪ବର୍ଷ ୨୭, ୧୪ରୁ ୧୬ବର୍ଷ ୯୨ ସମୁଦାୟ ୧୧୯ ଜଣ, ନର୍ଲା ବ୍ଲକରେ ୭ରୁ ୧୪ବର୍ଷ ୪୫, ୧୪ରୁ ୧୬ବର୍ଷ ୧୪୮ ମୋଟ ୧୯୩ ଜଣ, ଥୁଆମୂଳ ରାମପୁର ବ୍ଲକରେ ୭ରୁ ୧୪ବର୍ଷ ୩୧୧, ୧୪ରୁ ୧୬ବର୍ଷ ୩୬୭ ଜଣ ସମେତ ୬୭୮ ଛାତ୍ରୀଛାତ୍ର ଅଧାରୁ ପାଠପଢା ଛାଡିଛନ୍ତି। ଜିଲାରେ ୭ରୁ ୧୪ବର୍ଷ ୧୧୨୯ ଛାତ୍ରଛାତ୍ରୀ ପାଠ ଛାଡିଥିବାବେଳେ, ୧୪ରୁ ୧୬ବର୍ଷ ୨୬୯୧ ଜଣ ଅଧାରୁ ସ୍କୁଲ ଯାଇ ନ ଥିବାବେଳେ ସମୁଦାୟ ୩୮୨୦ ଜଣ ଛାତ୍ରୀଛାତ୍ର ଅଧାରୁ ସ୍କୁଲ ପାଠ ଛାଡିଛନ୍ତି।

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୨୦ହଜାର ୯୬୩ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୩୮୦ଜଣ ପରୀକ୍ଷା ଦେବାକୁ ଆସି ନ ଥିଲେ। କଳାହାଣ୍ଡିରେ ସଚେତନତା ଅଭାବ ଓ ପରିବାରର ଆର୍ଥିକ ଅଭାବରୁ ପାଠପଢା ବୟସରେ ପାଠ ଛାଡି ପିଲା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କେତେକ ପିଲା ନିଜ ପରିବାର ସହ କାମ କରି ମା’ବାପାଙ୍କୁ ସହଯୋଗ କରୁଥିବାରୁ ସେମାନେ ପାଠପଢାରୁ ବଞ୍ଚତ୍ତ ହେଉଛନ୍ତି। ଶିକ୍ଷା ବିଭାଗ ଓ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଜିଲାରେ ଡ୍ରପ୍‌ଆଉଟ ସଂଖ୍ୟା ବଢିବାରେ ଲାଗିଛି। ଜିଲାରେ ଦଶହରା ପରେ ଦାଦନ ଯାଉଥିବା ପରିବାରର ଛାତ୍ରୀଛାତ୍ରଙ୍କ ନିମନ୍ତେ ସିଜନାଲ ସ୍କୁଲ ଖୋଲୁଥିବାବେଳେ ପ୍ରାୟ ପରିବାର ନୂଆଖାଇ ପରେ ଦାଦନ ଖଟିବାକୁ ଯାଉଛନ୍ତି। ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି ପରିବାର ସାଙ୍ଗରେ ଯାଇ କାମ କରୁଛନ୍ତି। ଶିକ୍ଷାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇଆଣିବା ପାଇଁ ଠୋସ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ଜିଲା ପ୍ରଶାସନ ପାଖରେ ପାଠ ଛାଡିଥିବା କାରଣ ତଥ୍ୟ ନ ଥିବାବେଳେ ଏହା ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ଆବଶ୍ୟକ ବୋଲି ଅଭିଭାବକ ମହଲରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri