ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଆଜି ଭୋର ପ୍ରାୟ ୨ଟା ୫୫ ମିନିଟ୍‌ରେ GSLV-F17 ରକେଟ୍ ମାଧ୍ୟମରେ EOS-05 ଉପଗ୍ରହକୁ ସଫଳତାର ସହ ମହାକାଶକୁ ପଠାଯାଇଛି।

ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନଙ୍କ ସୂଚନା ଅନୁଯାୟୀ, ‘ଆଡଭାନ୍ସଡ୍ ଅର୍ଥ ଅବଜରଭେସନ୍ ସାଟେଲାଇଟ୍-୦୫’ ବା ଜିଓ-ଇମେଜିଂ ସାଟେଲାଇଟ୍‌କୁ ପ୍ରାୟ ୩,୬୦୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଛି। ଏହା GSLV ରକେଟ୍‌ର ୧୯ତମ ସଫଳ ଉଡ଼ାଣ ବୋଲି ଜଣାପଡ଼ିଛି। ଏହି ଉପଗ୍ରହ ଭାରତର ସମଗ୍ର ଭୂଭାଗ ଉପରେ ନଜର ରଖିବା ସହ ପ୍ରତି ୩୦ ମିନିଟ୍‌ରେ ଭାରତୀୟ ଅଞ୍ଚଳର ଚିତ୍ର ଉତ୍ତୋଳନ କରିପାରିବ । ଏହାଦ୍ୱାରା ସୀମା ଅଞ୍ଚଳର ଗତିବିଧି ଉପରେ ମଧ୍ୟ ନଜର ରଖିବା ସମ୍ଭବ ହେବ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ମିଶନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ପ୍ରାୟ ୨,୩୬୭ କିଲୋଗ୍ରାମ ଓଜନର ଏହି ଉପଗ୍ରହରେ ୭୦୦ ମିଲିମିଟରର ଏକ ଟେଲିସ୍କୋପ୍ ରହିଛି। ଏହା ଭିଜିବଲ୍, ନିୟର୍-ଇନ୍‌ଫ୍ରାରେଡ୍ ଏବଂ ସର୍ଟ-ୱେଭ୍ ଇନ୍‌ଫ୍ରାରେଡ୍ ବ୍ୟାଣ୍ଡରେ ଚିତ୍ର ଓ ତଥ୍ୟ ସଂଗ୍ରହ କରିବ। କେବଳ ଜାତୀୟ ସୁରକ୍ଷା ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମଧ୍ୟ ଏହି ଉପଗ୍ରହ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ। ବନ୍ୟା, ବାତ୍ୟା ଓ ଜଙ୍ଗଲ ନିଆଁ ଭଳି ଘଟଣା ସମ୍ପର୍କରେ ଶୀଘ୍ର ତଥ୍ୟ ମିଳିବ। ଏଥିସହ ଫସଲର ସ୍ଥିତି, ମାଟିର ଆର୍ଦ୍ରତା ଆଦିର ଆକଳନ କରିବାରେ ମଧ୍ୟ ଏହା ସହାୟକ ହେବ।

GSLV-F17 ଏକ ତିନି-ସ୍ତରୀୟ ରକେଟ୍। ଏହାର ଉଚ୍ଚତା ପ୍ରାୟ ୫୧.୭ ମିଟର ଏବଂ ଉତ୍‌କ୍ଷେପଣ ସମୟରେ ଓଜନ ପ୍ରାୟ ୪୨୦.୫ ଟନ୍। ଏହାର ତୃତୀୟ ସ୍ତରରେ କ୍ରାୟୋଜେନିକ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧ରେ GSLV-F10/EOS-03 ମିଶନ୍ ବିଫଳ ହୋଇଥିଲା। ଉଡ଼ାଣର ୩୦୭ତମ ସେକେଣ୍ଡରେ ଅନ୍‌ବୋର୍ଡ କମ୍ପ୍ୟୁଟର ମିଶନ୍‌କୁ ବନ୍ଦ କରିଦେଇଥିଲା। କ୍ରାୟୋଜେନିକ୍ ଅପର୍ ଷ୍ଟେଜ୍‌ରେ ତ୍ରୁଟି ଯୋଗୁଁ ସେହି ମିଶନ୍ ବିଫଳ ହୋଇଥିଲା। ଏବେ GSLV-F17/EOS-05 ମିଶନ୍ ସଫଳ ହେବା ସହ ଇସ୍ରୋର କ୍ଷମତା ଓ ପ୍ରଯୁକ୍ତି ଉପରେ ଆଉ ଏକ ବଡ଼ ମୋହର ଲାଗିଛି।

ଏହି ମିଶନ୍ ମାଧ୍ୟମରେ ଭାରତର ଅନ୍ତରୀକ୍ଷ ନିରୀକ୍ଷଣ କ୍ଷମତା ଆହୁରି ମଜବୁତ ହେବା ସହ ଦେଶର ସୁରକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଓ ଭୂ-ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ନୂଆ ଦିଗ ଖୋଲିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?