ଆମେରିକାରେ ଭେଣ୍ଟିଲେଟର ଅଭାବ, ସ୍ବିଜରଲାଣ୍ଡରେ ଲକ୍‌ଡାଉନ୍‌ ସ୍ଥିତି…

ଓ୍ବାଶିଂଟନ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଓମିକ୍ରନ୍‌ ଅଣାୟତ୍ତ ହୋଇ ତାଣ୍ଡବ ଆରମ୍ଭ କରିଛି। ଆମେରିକା ଏବଂ ୟୁରୋପରେ କରୋନା ଭାଇରସ ସଙ୍କଟ ସୃଷ୍ଟି କରିଛି। ପ୍ରକାଶିକ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ଅବସ୍ଥା ବିଗିଡିବାରେ ଲାଗିଛି।

ଆମେରିକାର ମିସିଗାନ ରାଜ୍ୟରେ ଡାକ୍ତରଖାନାଗୁଡ଼ିକରେ ଆକ୍ରାନ୍ତଙ୍କ ଭର୍ତ୍ତି ହେବା ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଡାକ୍ତରଖାନାରେ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମିସିଗାନରେ ୧୧,୭୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୫ ଜଣଙ୍କର ମୃତ୍ୟୁ ଘଟିଛି।

ଏଥି ସହିତ, ଗତ ଦୁଇ ସପ୍ତାହ ମଧ୍ୟରେ ଇଣ୍ଡିଆନାରେ ୪୯ ପ୍ରତିଶତ ଅଧିକ ମାମଲା ଦେଖିବାକୁ ମିଳିଛି। ଡାକ୍ତରଖାନାଗୁଡ଼ିକରେ ଶୃଙ୍ଖଳା ବଜାୟ ରଖିବା ପାଇଁ ନ୍ୟାଶନାଲ ଗାର୍ଡମାନଙ୍କୁ ଡକାଯାଇଛି। ଇତିମଧ୍ୟରେ ଆମେରିକାରେ ଓମିକ୍ରନର ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଶୀତ ବୃଦ୍ଧି ଯୋଗୁ ଏଭଳି ହେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଖ୍ରୀଷ୍ଟମାସ ପାଇଁ ବଜାରରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଉଛନ୍ତି। ଫଳରେ ସଂକ୍ରମଣ ଶୀଘ୍ର ବ୍ୟାପିବାରେ ଲାଗିଛି।

ଅପରପକ୍ଷରେ ସ୍ବଜରଲାଣ୍ଡରେ ପୁଣି ଥରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ଉପୁଜିଛି। ବ୍ରିଟେନରେ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ୟୁରୋପୀୟ ଦେଶ ଜର୍ମାନୀର ଡାକ୍ତରମାନେ କହିଛନ୍ତି ଯେ ଦେଶର ନାଗରିକମାନଙ୍କୁ ଆଣ୍ଟି-କୋଭିଡ ଟିକାକରଣର ଚତୁର୍ଥ ଡୋଜ୍‌ ଦିଆଯିବା ଉଚିତ। ଏପର୍ଯ୍ୟନ୍ତ ଜର୍ମାନୀରେ ୧୧ ଲକ୍ଷ ଲୋକଙ୍କୁ ଆଣ୍ଟି-କୋଭିଡ ଟିକାର ତୃତୀୟ ଡୋଜ୍‌ ଦିଆଯାଇଛି।

ବ୍ରିଟେନର ଏକ ବୈଜ୍ଞାନିକ ବିଶ୍ଳେଷଣ ଚେତାବନୀ ଦେଇଛି ଯେ ଯଦି ସାମାଜିକ ସମାବେଶ ନିଷେଧ ନ ହୁଏ ତେବେ ଆସନ୍ତା ବର୍ଷ ଜାନୁୟାରୀରୁ କରୋନା ଭାଇରସର ନୂତନ ଭାରିଆଣ୍ଟ୍‌ ଯୋଗୁ ଦେଶ ସଂକ୍ରମଣର ଏକ ’ବଡ଼ ଲହର’ର ସମ୍ମୁଖୀନ ହୋଇପାରେ।

ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ଦ୍ୱାରା ହୋଇଥିବା ଏକ ସର୍ଭେରେ କୁହାଯାଇଛି ଯେ ବର୍ତ୍ତମାନ ଇଂଲଣ୍ଡରେ ସଂକ୍ରମଣର ହାର ବଢୁଛି। ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ।

ଅଧ୍ୟୟନ ସୂଚାଇ ଦେଇଛି ଯେ ’ଓମିକ୍ରନ’ ଆକ୍ରାନ୍ତଙ୍କ ସଂଖ୍ୟା ’ଡେଲ୍ଟା’ ଆକ୍ରାନ୍ତଙ୍କୁ ଅତିକ୍ରମ କରିପାରେ। ଆମେରିକା ସମେତ ୟୁରୋପର ଦେଶଗୁଡିକରେ ବର୍ତ୍ତମାନ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ରହିଛି। କିନ୍ତୁ ଓମିକ୍ରନ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢୁଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri