ଉନ୍ନତୀକରଣ ଅପେକ୍ଷାରେ ଡ୍ରେନେଜ ବ୍ୟବସ୍ଥା

କଟକ ଅଫିସ, ୩୦।୯: କଟକ ଜିଲା ଡ୍ରେନେଜ ଡିଭିଜନ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଟାଙ୍ଗି-ଚୌଦ୍ୱାର, ବାଙ୍କୀ, ବଡ଼ମ୍ବା, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବହୁ ଅଞ୍ଚଳରେ ଜଳ ନିଷ୍କାସନ ଠିକ୍‌ ଭାବରେ ହୋଇ ନ ପାରି ହଜାରହଜାର ଏକର ଜମିରେ ପାଣି ଜମି ରହୁଛି। ଏପରି କି ସାଲେପୁର, ଆଠଗଡ଼, ବାଙ୍କୀ, ବଡ଼ମ୍ବା, ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଭିଯୋଗ ହୋଇଆସୁଛି। ଡ୍ରେନେଜ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ୩୦ କୋଟି ୬୮ ଲକ୍ଷ ୯୨ହଜାର ଟଙ୍କାର ଏକ ଅଟକଳ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଯଦି ଏହି ଅର୍ଥ ମଞ୍ଜୁର ହୁଏ, ତେବେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ହେଲେ ଏହାକୁ କେବେ ମଞ୍ଜୁରୀ ମିଳୁଛି ଏବଂ ଡ୍ରେନେଜ ବ୍ୟବସ୍ଥା ସୁଧୁରୁଛି ତାକୁ
ନେଇ ଜିଲାବାସୀ ଅପେକ୍ଷାରେ ରହିଛନ୍ତି।
ଗତ ବର୍ଷ ଟାଙ୍ଗି-ଚୈାଦ୍ୱାରର ଗୁଆଳି ଡ୍ରେନେଜ କଟ୍‌, କଡେଇ ଡ୍ରେନେଜ କଟ୍‌, ଭୁୟାଁ ଜୋର ନାଳ, ବାଙ୍କୀ ବ୍ଲକର ବିଷ୍ଣୁପୁର ଲିଙ୍କ୍‌ ଡ୍ରେନ, ୮.୫୦ କି.ମି ରଣନଦୀ ଲିଙ୍କ୍‌ ଡ୍ରେନ, ବଡ଼ମ୍ବା ବ୍ଲକର ପର୍ବତିଆ ନାଳ, ସାରନାଳ ଆଠଗଡ଼ ବ୍ଲକର କିଆ ଗହିରା ନାଳ, ବେକବନ୍ଧ, ଚୋରା ଭଉଁରିଆ ଜୋର, ସାରକୋଳି, ପିଠାଖିଆ ଯୋର ଓ ବରକୋଟିଆ ଯୋରର ଉନ୍ନତୀକରଣ ପାଇଁ ଏଷ୍ଟିମେଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ହେଲେ ଅର୍ଥର ଅନୁଦାନ ନ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ। ସେହିପରି ଯଦିଓ ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା କଟକ ସଦର ଅଞ୍ଚଳର ଶୁକପାଇକା ଡ୍ରେନେଜ ଚ୍ୟାନେଲ ପାଇଁ ୪,୪୦୩.୭୧ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି, ମାତ୍ର ଅନୁଦାନ ଅଭାବରୁ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ। ଏ ସମ୍ପର୍କରେ ଡ୍ରେନେଜ ଡିଭିଜନର ମୁଖ୍ୟ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁଙ୍କୁ ପଚାରିବାରେ କଟକ ସଦର, ସାଲେପୁର, ଆଠଗଡ, ବାଙ୍କୀ, ବଡ଼ମ୍ବା ଆଦି ଅଞ୍ଚଳର ଥିବା ପ୍ରସ୍ତାବିତ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ। ସେହିପରି ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ପଚାରିବାରେ ଅନୁଦାନ ମିଳିଲେ ଖୁବ୍‌ ଶୀଘ୍ର
କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ: ୪ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୪ ନେତାଙ୍କୁ ମୟୂରଭଞ୍ଜ ଜିଲାର ୮ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ...

ଘରୁ ମୟୁର ଜବତ କଲା ବନ ବିଭାଗ

ଭବାନୀପାଟଣା,୧୫।୪: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ କର୍ମଚାରୀ ଗୁରୁବାର କଲମପୁର ଅଞ୍ଚଳର ସନ୍ତୋଷ ଅଗ୍ରୱାଲଙ୍କ ଘରେ ଚଢାଉ କରି ଏକ ମୟୁର ଉଦ୍ଧାର କରାଯାଇଛି। ସନ୍ତୋଷ...

‘୫-ଟି’କୁ ପୁଣି ଅପରାଜିତାଙ୍କ କଟାକ୍ଷ: ‘ଏହା ଅଭିନବ ପଦକ୍ଷେପ ନୁହେଁ, ବହୁତ ପୁରୁଣା କଥା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ପୁଣି ଥରେ ସମାଲୋଚନା କରିଛନ୍ତି ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ। ଗୁରୁବାର ରେଳବାଇ ଷ୍ଟାଡିୟମରେ...

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ବାଲିଗୁଡ଼ା(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ,୧୧ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ଜଣେ ସୂଚନା ଅଧିକାର କର୍ମୀଙ୍କୁ ମଙ୍ଗଳବାର ସକାଳେ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ପାତ୍ର ସାହିର...

ସେଲ୍‌ଫି ହେଲା କାଳ, ୧୨ ଘଣ୍ଟା ପରେ ବି ମିଳିନି ଯୁବକଙ୍କ ପତ୍ତା

ସୁନ୍ଦରଗଡ଼,୧୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ଇବ୍‌ ନଦୀର କନାକୁଣ୍ଡ ଘାଟରେ ପୁଣି ଆଉ ଏକ ଅଘଟଣ ଘଟିଛି । ରାଉରକେଲା ସେକ୍ଟର-୧୫ରୁ ଏଠାକୁ...

୪ ଜିଲା ପାଇଁ ସ୍ବତନ୍ତ୍ର ରଣନୀତି: କୋରାପୁଟରେ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍‌ ପରିସ୍ଥିତି ଓ ରଣନୀତି ନେଇ ସମୀକ୍ଷା କରିଛନ୍ତି।...

ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ, ୨୧।୯: ଢେଙ୍କାନାଳ କଲେଜ ବଜାରସ୍ଥିତ ମା’ ସୁନ୍ଦରଶୁଣୀ ମାତୃ ଆସ୍ଥାନ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ପାର୍ଶ୍ୱ ମୂର୍ତ୍ତି ଏବଂ ଦ୍ୱାରପାଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି...

ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ଦିଗପହଣ୍ଡି,୨୧।୨(ଡି.ଏନ୍‌.ଏ.): ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟି...

Advertisement
Archives

Model This Week